‘ପୁଅ ଖାଇଲା ତାଳ,ବାପା ମୁଣ୍ଡରେ କାଳ, ସୁମିତ-ତପସ୍ୱିନୀ ଯେବେ ମ୍ୟାରେଜ କରିଥିଲେ…’ ଦେଖନ୍ତୁ ମିଡିଆ ଆଗରେ କଣ କହୁଛନ୍ତି Sumit ଙ୍କ ଓକିଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଦୁଇ ରୁ ତିନି ମାସ ଧରି ଖୁବ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିବା ସୁମିତ ଏବଂ ତପସ୍ବିନୀ ଙ୍କ ମାମଲା ବିଷୟରେ ନିଶ୍ଚିତ ଅବଗତ ଥିବେ । ତେବେ ସେହି ମାମଲା ଦିନକୁ ଦିନ ଅଲଗା ଦିଗ ଆଡେ ଗତି କରୁଛି । ତେବେ କେତେବେଳେ ତପସ୍ବିନୀ ସୁମିତ ଏବଂ ତାଙ୍କ ପରିବାର ଉପରେ ଅଭିଯୋଗ କରୁଥିବା ବେଳେ ସୁମିତ ମଧ୍ୟ ତପସ୍ବିନୀ ଙ୍କ ନାମରେ ନିର୍ଯ୍ୟାତନା ର ଅଭିଯୋଗ କରିଛନ୍ତି ।

ତେବେ କୋର୍ଟ ରେ ଏହି ମାମଲା ପରେ ପ୍ରଥମେ କୋର୍ଟ ତପସ୍ୱୀନି ଙ୍କୁ ଏବଂ ସୁମିତ ଙ୍କୁ ଏକାଠି ଅଲଗା ଏକ ଭଡା ଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ । ତେବେ କିନ୍ତୁ ଏହା ପରେ ମଧ୍ୟ ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୁଧାର ଆସି ନଥିଲା । ତେବେ ଫୁଣି ଥରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ତପସ୍ବିନୀ ସୁମିତ ଙ୍କ ଘରେ ରହିବ ଏବଂ ସୁମିତ ତାଙ୍କ ଭରଣ ପୋଷଣ ପାଇଁ ୧୭୦୦୦ ପ୍ରଦାନ କରିବେ । ତେବେ ଏହା ଦେବା ପାଇଁ ସମୟ ଲାଗିବାରୁ ମଧ୍ୟ ତପସ୍ବିନୀ ଙ୍କ ଓକିଲ ଏହାକୁ ନେଇ ମଧ୍ୟ ମିଡ଼ିଆ ରେ କହିଥିଲେ ।

ତେବେ ପରେ ସୁମିତ ତାଙ୍କୁ ୧୭ହଜାର ଟଙ୍କା ପ୍ରଦାନ କରିଥିଲେ ତେବେ ଏହାକୁ ନେଇ ବର୍ତ୍ତମାନ ସୁମିତ ଙ୍କ ଓକିଲ ମିଡ଼ିଆ ଆଗରେ କହିଛନ୍ତି କି ତପସ୍ବିନୀ କୋର୍ଟ କୁ ଏକ ପ୍ରକାର ର ଖେଳ ବୋଲି ଭାବୁଛନ୍ତି । କେତେବେଳେ କହୁଛନ୍ତି ଟଙ୍କା ଦରକାର କେତେବେଳେ ସ୍ୱାମୀ ଦରକାର । ତେବେ ପ୍ରଥମେ ନିଜେ ଏକ ନିଷ୍ପତ୍ତି ନେବା ଦରକାର କି ସେ କଣ ଚାହୁଁଛନ୍ତି ।

ତେବେ ଏହା ଛଡା ସୁମିତ ଙ୍କ ବାପା ଘରେ କଣ ପାଇଁ ରହୁ ନାହାନ୍ତି ବୋଲି ପ୍ରଶ୍ନ କରିବାରୁ ସେ ଉତ୍ତର ରେ କହିଥିଲେ କି ବଧୂ ବେଶ ରେ ଘର ବାହାରେ ବସି ଖାଦ୍ୟ ରାନ୍ଧି ପାରୁଛନ୍ତି । କେତେ ବେଳେ ଘରର ଗେଟ ଭାଙ୍ଗି ଦେଉଛନ୍ତି କେତେବେଳେ କୋର୍ଟ ରେ କାନ୍ଦୁଛନ୍ତି । ତେବେ ସେ ଶଶୁର ଙ୍କ ନାମ ରେ ଅତ୍ୟାଚାର, ଅସଦାଚରଣ ର ଅଭିଯୋଗ ନ କରିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ସେ ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି ଯାହା ଯୋଗୁଁ ସେ ଅଲଗା ରହୁଛନ୍ତି ।

ତେବେ ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ପୁଅ ଯେତେବେଳେ ପ୍ରେମ ବିବାହ କରିଥିଲେ କି ପ୍ରେମ କରୁଥିଲେ ସେତେବେଳେ କଣ ତାଙ୍କ ବାପା ଙ୍କୁ ପଚାରି ଥିଲେ । ତେବେ ବର୍ତ୍ତମାନ ଯଦି ତାଙ୍କ ଦୁଇ ଜଣଙ୍କ ସମ୍ପର୍କ ରେ କୌଣସି ସମସ୍ୟା ଦେଖା ଦିଏ ତେବେ ଏଥିପାଇଁ ତାଙ୍କ ବାପା କିପରି ଭାବରେ ଦୋଷୀ ଏବଂ ଦାୟୀ । ତେବେ ଏହା ସବୁ ଭିତ୍ତିହୀନ ଅଟେ ।

ତେବେ ଜଣେ ବାପା ତା ପୁଅ କୁ ସବୁ କ୍ଷେତ୍ରରେ ବାଟ ଦେଖାଇବା କିମ୍ବା ତାଙ୍କୁ ଗାଇଡ଼ କରିବା କିଛି ଭୁଲ କଥା ନୁହେଁ ଏହା ତାଙ୍କର କର୍ତ୍ତବ୍ୟ ତେବେ ସେଥିପାଇଁ ତାଙ୍କୁ ଏହି ଦୁଇଙ୍କ ସମ୍ପର୍କ ରେ ଫାଟ ପାଇଁ ଦାୟୀ କରିବା ଉଚିତ ନୁହେଁ । ପୁଅ ଖାଇବ ତାଳ ବାପା ନେବ କାଳ । ତେବେ ତପସ୍ବିନୀ ନିଜେ କଣ ଚାହୁଁଛନ୍ତି ନିଜେ ବି ଜାଣି ନାହାଁନ୍ତି ତେବେ କେତେବେଳେ ସ୍ୱାମୀ କେତେବେଳେ ଟଙ୍କା ଫୁଣି କେତେବେଳେ ସ୍ୱାମୀ ହେଉଛନ୍ତି ତେଣୁ ଆପଣ ମାନେ ଭାବନ୍ତୁ କିଏ ଦୋଷୀ ଏବଂ କିଏ ନିର୍ଦୋଷ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।