ଇଏ ହେଉଛନ୍ତି Bollywood ର ସବୁଠୁ ପପୁଲାର 6 ଶାଳୀ ଭିଣେଇ ଯୋଡି, 5ନଂ ଯୋଡିଙ୍କୁ ଦେଖିଲେ ବିଶ୍ଵାସ ହେବ ନାହିଁ

ବଲିଉଡ ଦୁନିଆରେ ଆମକୁ ସବୁ ପ୍ରକାର ସମ୍ପର୍କ ଦେଖିବାକୁ ମିଳିଥାଏ । ପ୍ରେମ ସମ୍ପର୍କ, ଭାଇ ଭଉଣୀ ଓ ମା ବାପା ସମ୍ପର୍କ ଇତ୍ୟାଦି । ପରଦା ଉପରେ ଏମାନଙ୍କ ସମ୍ପର୍କ ଯେତେ ସୁନ୍ଦର ଦେଖିବାକୁ ମିଳିଥାଏ, ସେତେ ସୁନ୍ଦର ଏମାନଙ୍କ ଅସଲି ଜୀବନ ସମ୍ପର୍କ ମଧ୍ୟ ହୋଇଥାଏ । ଭାରତୀୟ ଫିଲ୍ମ୍ ଇଣ୍ଡଷ୍ଟ୍ରି ବହୁତ ବଡ଼ ଅଟେ । ଏଠି ଏପରି ତାରକା ମାନେ ଅଛନ୍ତି ଯେଉଁମାନଙ୍କର ପରସ୍ପର ସହ କିଛି ନା କିଛି ସମ୍ପର୍କ ରହିଛି ।

ସେଥି ମଧ୍ୟରୁ ଶାଳୀ ଭିଣୋଇ ଙ୍କ ସମ୍ପର୍କ ବହୁତ ଥଟ୍ଟା ମଜା ଭରା ଅଟେ । କୁହାଯାଏ କି ଶାଳୀ ଅଧା ଘର୍ ବାଲି ଅଟେ । ତାଙ୍କୁ ସେପରି ମାନ ସମ୍ମାନ ଦେବା ଉଚିତ୍ ଯାହା ନିଜ ଘରବାଲି ଙ୍କୁ ଦେଇ ଥାଉ । ତେବେ ଆସନ୍ତୁ ବଲିଉଡର କିଛି ଶାଳୀ ଭିଣୋଇ ଙ୍କ ଯୋଡ଼ି ବିଷୟରେ ଜାଣିବା ।

୧- ବଲିଉଡର ଖଳନାୟକ ଶକ୍ତି କପୁର ବଲିଉଡ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରି ଙ୍କ ଭିଣୋଇ ଅଟନ୍ତି । ଅର୍ଥାତ୍ ପଦ୍ମିନୀ, ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ହେବେ । ଶକ୍ତି କପୁର ପଦ୍ମିନୀଙ୍କୁ ବଡ଼ ଭଉଣୀ ଶିବାନୀ କୋଲ୍ହାପୁରି ଙ୍କୁ ବିବାହ କରିଥିଲେ । ପଦ୍ମିନୀ କୋଲ୍ହାପୁରି ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଓ ଅନେକ ହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

୨- କରିନା କପୁର ଙ୍କୁ ବିବାହ କରି ସୈଫ୍ ଅଲି ଖାଁ, କରିସ୍ମା କପୁର ଙ୍କ ଭିଣୋଇ ହୋଇଗଲେ । ଏହି ଶାଳୀ ଭିଣୋଇ ଯୋଡ଼ି ବଲିଉଡ ରେ ବହୁତ ପ୍ରସିଦ୍ଧ ଅଟେ । ଅନେକ ଥର କରିସ୍ମା କପୁର, କରିନା କପୁର ଓ ସୈଫ୍ ଅଲି ଖାଁ ଏକାଠି ପାର୍ଟି କରୁଥିବାର ଦେଖିବାକୁ ମିଳେ । ଏହି ଶାଳୀ ଭିଣୋଇ ଯୋଡ଼ି ସବୁଠୁ ଷ୍ଟାଇଲିସ୍ ମଧ୍ୟ ଅଟନ୍ତି ।

୩- ୨୦୦୧ ମସିହାରେ ଅକ୍ଷୟ କୁମାର ଓ ଟ୍ବିଙ୍କିଲ୍ ଖାନ୍ନା ବିବାହ କରିଥିଲେ । ଟ୍ବିଙ୍କିଲ୍ ଖାନ୍ନାଙ୍କ ଗୋଟେ ସାନ ଭଉଣୀ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ରିଙ୍କି ଖାନ୍ନା ଅଟେ । ରିଙ୍କି ଖାନ୍ନା ଅଳ୍ପ କେତୋଟି ବଲିଉଡ ଫିଲ୍ମରେ କାମ କରିଛନ୍ତି । ଅକ୍ଷୟ କୁମାର, ରିଙ୍କି ଖାନ୍ନାଙ୍କ ଭିଣୋଇ ଅଟନ୍ତି ଓ ଏମାନେ ମଧ୍ୟ ବଲିଉଡ ରେ ପ୍ରସିଦ୍ଧ ଅଟନ୍ତି ।

୪- ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜଲ, ବଲିଉଡ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଙ୍କ ଶାଳୀ ଅଟନ୍ତି । ରାଣୀ ମୁଖାର୍ଜୀ ଙ୍କୁ ବିବାହ କରି ଆଦିତ୍ୟ କାଜଲ ଙ୍କ ଭିଣୋଇ ହେଲେ ।

୫- ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ, କାଜଲ ଙ୍କ ଦାଦା ଝିଅ ଭଉଣୀ ଅଟନ୍ତି । ସେହି ହିସାବରେ ଅଜୟ ଦେବଗନ ମଧ୍ୟ ରାଣୀ ମୁଖାର୍ଜୀ ଙ୍କ ଭିଣୋଇ ହେବେ । ଅଜୟ ଦେବଗନ ଓ ରାଣୀ ମୁଖାର୍ଜୀ ଦୁଇ ଜଣ ହିଁ ବଲିଉଡ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ତାରକା ଅଟନ୍ତି । ଫିଲ୍ମ୍ ଚୋରି ଚୋରି ରେ ଏମାନେ ଦୁହେଁ ଏକାଠି କାମ କରିଥିଲେ ।

୬- କରିନା ଓ କରିସ୍ମାଙ୍କ ପିତା ରଣଧିର କପୁର, ବଲିଉଡ ଅଭିନେତ୍ରୀ ସାଧନା ଙ୍କ ଭିଣୋଇ ହେବେ । ସାଧନା ଓ ବବିତା ଦାଦା ଝିଅ ଭଉଣୀ ଅଟନ୍ତି । ରଣବୀର କପୁର, ବବିତାଙ୍କୁ ବିବାହ କରିବା ପରେ ସାଧନା ଙ୍କ ଭିଣୋଇ ହେଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।