ପେଟରେ ବଢୁଥିବା ଛୁଆ ଦେଖୁଛି ମାଆର ଯନ୍ତ୍ରଣା, ଏହି ମହିଳାଙ୍କ ଜୀବନ ସଂଘର୍ଷ ଦେଖିଲେ ଆପଣ ବି କାନ୍ଦି ପକାଇବେ ! ଦେଖନ୍ତୁ Video

ପେଟରେ ଛଅ ମାସର ଛୁଆ ଆଉ ହାତରେ ଟ୍ରଲି । ଦୁଃଖର ଏହି ଦାରୁଣ ଚିତ୍ର ଦେଖିଲେ ଆପଣଙ୍କ ଆଖି ବି ଛଳଚ୍ଛଳ ହୋଇଯିବ । ତଥାପି ତାଙ୍କ ମୁହଁରେ ହସ ଆଉ କଥାରେ କଥାରେ କହୁଛନ୍ତି, ଦୁଃଖ ତ ଆମ ପାଇଁ ଆମେ ସହିବାନି ତ କିଏ ସହିବ । ଯାହାର ହାତ ଧରିଥିଲେ ସେ ମୁହଁ ଫେରାଇ ନେଲେ । ପେଟରେ ବଢୁଥିବା ପିଲା ପାଇଁ କଷ୍ଟ ତ କରିବାକୁ ପଡିବ । ଟ୍ରଲି ଟାଣି ଗୋଟି ଗୋଟି କରି ଟଙ୍କା ସଞ୍ଚୟ କରୁଛନ୍ତି ଲକ୍ଷ୍ମୀ । ପେଟର ଭୋକ ମେଣ୍ଟାଇବାକୁ ସେ ଖାଉ ନାହାନ୍ତି ବରଂ ପେଟରେ ବଢୁଥିବା ପିଲା ପାଇଁ ସେ ଖାଉଛନ୍ତି ।

ବାରିପଦା ରାସ୍ତା ଓ ଗଳିକନ୍ଦିରେ ବୁଲିଥିଲେ ଆପଣ ଏହି ୧୯ ବର୍ଷୀୟ ଅସହାୟ ମହିଳା ଲକ୍ଷ୍ମୀପ୍ରିୟା ଦାସଙ୍କୁ ଦେଖିବାକୁ ପାଇବେ । ଏହି ଅବସ୍ଥାରେ ସେ ସାହିକୁ ସାହି ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଉଛନ୍ତି । ପେଟର ଭାରିଠୁ ବଢିଯାଉଛି ଟ୍ରଲିର ଭାରି । ତଥାପି ଆଗକୁ ବଢିବାର ଶକ୍ତି ତାଙ୍କୁ ଟାଣି ରଖିପାରୁନି । ଏହି ଅବସ୍ଥାରେ ଯିଏ ଦେଖିଲେ ତାଙ୍କୁ ବିଶ୍ରାମ କରିବାକୁ କହିବେ । କିନ୍ତୁ ପେଟରେ ବଢୁଥିବା ପିଲା ତାଙ୍କ ଆଖି ସାମ୍ନାରେ ନାଚି ଯାଉଛି ।

ସେଥିପାଇଁ ରାତି ପାହିଲେ ନିଜ କାମରେ ସେ ବାହାରି ଯାଉଛନ୍ତି । ସ୍ଵାମୀ, ଶାଶୁ, ଶ୍ଵଶୁର ସମସ୍ତେ ପର କରିଦେଲେ । ଏତେ ବଡ ଦୁନିଆରେ ବଞ୍ଚିବା ପାଇଁ ସେ ସଂଘର୍ଷ କରୁଛନ୍ତି । ସ୍ଵାମୀ ସବୁବେଳେ ମଦ ନିଶାରେ ବୁଡି ରହିଲେ । ଆଉ ଲକ୍ଷ୍ମୀ ପ୍ରତିବାଦ କରିବାରୁ ତାଙ୍କୁ ଘରୁ ତଡିଦେଲେ । ଆଉ ଶାଶୁଘର କହିଲେ ଆଉ କୋଉଠି ଭଲ ଝିଅ ଦେଖି ତାଙ୍କର ବିବାହ କରିବେ ।

ଲକ୍ଷ୍ମୀଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି । ସ୍ଵାମୀ ନ ପଚାରିବାରୁ ସେ ନିଜର ଓ ନିଜ ପିଲାଙ୍କ ଦାୟିତ୍ଵ ନିଜେ ତୁଲାଉଛନ୍ତି । ଶାଶୁଘର ଲୋକେ ତାଙ୍କୁ ଏଇ ଅବସ୍ଥାରେ ଟଙ୍କାଟିଏ ବି ଦେଉ ନାହାନ୍ତି । ଦିନକୁ ଏହିପରି ପ୍ଲାଷ୍ଟିକ ବୋତଲ ଗୋଟାଇ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରନ୍ତି ଲକ୍ଷ୍ମୀପ୍ରିୟା । ଆଉ ଯେଉଁ ଦିନ ରୋଜଗାର ନହୁଏ ସେଦିନ ରଖିଥିବା କିଛି ଟଙ୍କାରେ ଚଳାଇ ଦିଅନ୍ତି ।

ନିଜ ଡେଲିଭେରୀ ପାଇଁ ଏକ କୁମ୍ପିରେ ସବୁଦିନ କିଛି କିଛି ଟଙ୍କା ରଖୁଛନ୍ତି ଲକ୍ଷ୍ମୀ । ଦୁଃଖର ପାହାଡ ଉପରେ ଛିଡା ହୋଇଥିଲେ ବି ସେ ହସୁଛନ୍ତି । ନିଜର ପିଲା ପାଇଁ ମା କଣ କରିପାରେ ଲକ୍ଷ୍ମୀ ହେଉଛନ୍ତି ତା’ର ଜ୍ଵଳନ୍ତ ଉଦାହରଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।