ୟୁକ୍ରେନ ଉପରେ ‘ଫାଦର ଅଫ ଅଲ୍ ବମ୍’ ପକାଇବା ପାଇଁ ପ୍ରସ୍ତୁତ ହେଉଛି Russia, ଯାହାର ଶକ୍ତି ଜାଣିଲେ ଆପଣ ବି ଭୟରେ ଥରିବେ !

ଋଷ ପାଖରେ ରହିଛି ବିଶ୍ଵର ସବୁଠୁ ଶକ୍ତିଶାଳୀ ବୋମା । ଯାହାର ନାଁ ‘ଫାଦର ଅଫ ଅଲ୍ ବମ୍’ । ଏହି ବୋମା ନିମଷକ ମଧ୍ୟରେ ପୁରା ଅଞ୍ଚଳକୁ ଛାରଖାର କରିଦେବ । ଯାହାର ଶକ୍ତି ତଥା ସାମର୍ଥ୍ୟ କଥା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବ । ୟୁକ୍ରେନ ସହ ଋଷର ଯୁଦ୍ଧ ଆରମ୍ଭ ହୋଇ ସାରିଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଡମିର ପୁଟିନ୍ ଏହି ବୋମାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଦିନ ସକାଳୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଋଷ ପକ୍ଷରୁ ୟୁକ୍ରେନର ଚାରିପଟୁ ଆକ୍ରମଣ କରାଯାଉଛି । ଋଷ ରାଷ୍ଟ୍ରପତି ଭ୍ଲାଡମିର ପୁଟିନ ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ । ଏହାସହ ସେ ଅନ୍ୟ ଦେଶମାନଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ କେହିବି ଋଷ ଓ ୟୁକ୍ରେନ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ଯଦି ଏହି ଏପରି କରନ୍ତି ତେବେ ପରିସ୍ଥିତି ଭୟାବହ ହେବ ଓ ଏଭଳି ପରିଣାମ ହେବ ଯେ ଯାହା କେହି ପୂର୍ବରୁ ଦେଖି ନଥିବେ ବୋଲି ସେ କହିଛନ୍ତି । ପୁଟିନ କହିଛନ୍ତି କି ପୂର୍ବ ୟୁକ୍ରେନର ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏହି ଆକ୍ରମଣ ଆବଶ୍ୟକ ଥିଲା ।

ଋଷ ପକ୍ଷରୁ ୟୁକ୍ରେନ ଉପରେ ଲଗାତାର ମିଶାଇଲ ଆଟାକ ଜାରି ରହିଛି । ଯାହାଦ୍ୱାରା ୟୁକ୍ରେନର ଅନେକ ସ୍ଥାନରେ ବିସ୍ଫୋରଣ ଘଟିଛି । କେତେକ ବ୍ରିଟିଶ ଗଣମାଧ୍ୟମ ପକ୍ଷରୁ ଏହା ଦାବି କରାଯାଇଛି ଯେ, ପୁଟିନ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବୋମା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ୟୁକ୍ରେନ ବିରୋଧରେ ଏହାକୁ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ରହିଛି । ଏହି ବୋମା ବହୁତ ଶକ୍ତିଶାଳୀ ଯାହା ବହୁ ପରିମାଣରେ ବିନାଶର କାରଣ ହୋଇପାରେ ।

ଏହି ଫାଦର ଅଫ ଅଲ୍ ବମ୍ ବିଷୟରେ କୁହାଯାଇଛି ଯେ, ଏହା ଛୋଟ ଛୋଟ ପରମାଣୁ ବୋମା ସହ ସମାନ । କୁହାଯାଏ ଯେ ଆମେରିକାର ‘ମଦର ଅଫ ଅଲ୍ ବମ୍’ ଠାରୁ ଋଷର ‘ଫାଦର ଅଫ ଅଲ୍ ବମ୍’ ଅଧିକ ମାରାତ୍ମକ । ଏହାର ପ୍ରକୃତ ନାମ ହେଉଛି ଆଭିଏସନ ଥର୍ମୋବାରିକ ବମ୍ ଅଫ ଇନକ୍ରିସଡ ପାୱାର (ATBIP) । ଋଷ ସେନା ପକ୍ଷରୁ ଏହାକୁ ୨୦୦୭ରେ ବିକଶିତ କରା ଯାଇଥିଲା ।

ଏହାର ଓଜନ ୭ ହଜାର ୧୦୦ କିଲୋଗ୍ରାମ । ଏହା ଅତ୍ୟନ୍ତ ସାଂଘାତିକ ଏବଂ ବିନାଶକାରୀ ବିସ୍ଫୋରକ । ଏହାକୁ ବ୍ୟବହାର କଲେ ସେଥିରୁ ୪୪ ଟନ୍ ଟିଏମଟି ର ଊର୍ଜା ବାହାରିଥାଏ, ଏହି କାରଣରୁ କ୍ଷଣିକ ମଧ୍ୟରେ ଏକ ବିରାଟ ଅଞ୍ଚଳ ଧ୍ଵଂସ ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।