ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ଭୋର ସକାଳୁ କାହାକୁ ଫୋନ କଲ୍ କରିଥିଲେ Vladimir Putin, ଜାଣନ୍ତୁ ପୁଟିନ୍ କାହାକୁ କରିଥିଲେ ଏହି ଜରୁରୀ ଫୋନ କଲ୍

ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଛି ଘୋମାଘୋଟ ଲଢେଇ । ଆଉ ୟୁକ୍ରେନ ଉପରେ ଭାରି ପଡୁଛି ଋଷିଆ । ତେବେ ସୂଚନା ଅନୁଯାୟୀ ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ଋଷିଆ ରାଷ୍ଟ୍ରପତି ଭ୍ଲାଡମିର ପୁଟିନ ପ୍ରଥମେ ଏକ ଫୋନ କଲ୍ କରିଥିଲେ । ଆଉ ଫୋନ ପରେ ହିଁ ସେ ନିଜ ସେନାକୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଏହି ଫୋନ କଲ୍ କାହାକୁ ଓ କେତେବେଳେ କରିଥିଲେ ଏହାକୁ ନେଇ ଏବେ ଜୋରସାର ଚର୍ଚ୍ଚା ଚାଲିଛି । ସକାଳେ ଫୋନ କଲେ ଆଉ ତା’ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ ।

ତେବେ ପୁଟିନ ପ୍ରଥମେ ବେଲାରୁଷିୟ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସଙ୍କୋଙ୍କୁ ଫୋନ କରି ସୂଚନା ଦେଇଥିଲେ । ବେଲାରୁଷ ରାଷ୍ଟ୍ରପତିଙ୍କ କାର୍ଜ୍ୟାଳୟରୁ ଏକଥା ଜଣାପଡିଛି । ଲୁକାସେଙ୍କୋଙ୍କ କାର୍ଜ୍ଯାଲୟ କହିଛି ଭୋର ପ୍ରାୟ ୫ଟା ବେଳେ ବେଲାରୁଷ ଓ ଋଷ ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । କଥାବାର୍ତ୍ତା ବେଳେ ଭ୍ଲାଡମିର ପୁଟିନ, ଆଲେକଜାଣ୍ଡାର ଲୁକାସେଙ୍କୋଙ୍କୁ ୟୁକ୍ରେନ ଏବଂ ଡୋନବାସ ସୀମାନ୍ତ ପରିସ୍ଥିତି କଥା କହିଥିଲେ ।

ଆଉ ଏହାପରେ ୟୁକ୍ରେନ ଉପରେ ଆଖିବୁଜା ମିଶାଇଲ ମାଡ କରିଥିଲା ଋଷ । ବର୍ତ୍ତମାନ ସମୟରେ ଋଷ ବେଲାରୁଷରେ ହଜାର ହଜାର ସୈନ୍ୟ ଠୁଳ କରିଛି । ଏମିତିକି ୟୁକ୍ରେନର ଏୟାରବେସ୍ ଗୁଡିକୁ ଋଷିଆ ଧ୍ଵଂସ କରିଥିବା ନେଇ ଦାବି କରିଛି । କିନ୍ତୁ ଏହା ମିଛ ବୋଲି କହୁଛି ୟୁକ୍ରେନ ।

ସେପଟେ ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ୟୁକେନ ନିଜ ନାଗରିକଙ୍କ ଉପରେ ଟଙ୍କା ଉଠାଣକୁ ନେଇ ରୋକ ଲଗାଇଛି । ଦୈନିକ ୧୦୦,୦୦୦ ୟୁକ୍ରେନିୟ ମୁଦ୍ରାରୁ କେହି ଅଧିକ ଅର୍ଥ ଉଠାଇ ପାରିବେ ନାହିଁ । ସେପଟେ ଋଷ ପାଖରେ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବମ୍ ରହିଛି ବୋଲି ଋଷିଆ ଦାବି କରିଛି । ଯାହାର ନାମ ହେଉଛି ଫାଦର ଅଫ ଅଲ୍ ବମ୍ । ଏହି ବୋମା ନିମିଶକେ ପୁରା ଅଞ୍ଚଳକୁ ଛାରଖାର କରିଦେବ ।

ଏହାର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ । ତେବେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଡମିର ପୁଟିନ ଏହି ବୋମାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସଜ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।