Gabba ପିଚରେ ଡରିବା କିଛି ଦରକାର ନାହିଁ, ଟିମ ଇଣ୍ଡିଆର ଏହି 4 ବ୍ୟାଟ୍ସମ୍ୟାନ ଏଠି କରିସାରିଛନ୍ତି ଶାନଦାର ଶତକ, ଦେଖନ୍ତୁ କିଏ !

ଟିମ ଇଣ୍ଡିଆ ନିଜର ଅନ୍ତିମ ଟେସ୍ଟ ମ୍ୟାଚ ଗାବାରେ ଖେଳିବ । ଗାବା ସେହି ପିଚ ଅଟେ ଯେଉଁଠି ୧୯୮୮ରୁ ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲିୟାର ଟିମ ସବୁବେଳେ ଜିତି ଆସିଛନ୍ତି ଓ ଟିମ ଇଣ୍ଡିଆ ଏହି ପିଚ ଉପରେ ଆଜି ପର୍ଯ୍ୟନ୍ତ କୌଣସି ବି ମ୍ୟାଚ ଜିତି ନାହିଁ । ଏମିତିରେ ଏହି ମ୍ୟାଚ ଟିମ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା ଅଟେ । କାରଣ ଟିମ ଇଣ୍ଡିଆର କିଛି ଖେଳାଳି ଆଘାତ ଅଛନ୍ତି ତ କିଛି ଖେଳାଳି ବାହାରେ ଅଛନ୍ତି । ଏମିତିରେ ଟିମ ଇଣ୍ଡିଆ ଉପରେ ମ୍ୟାଚ ଜିତିବାର ପ୍ରେସର ଅଛି ।

କାରଣ ଯଦି ଏହି ମ୍ୟାଚ ଟିମ ଇଣ୍ଡିଆ ହାରିଯିବ ତେବେ ସିରିଜ ବି ହାରିଯିବ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହି ପିଚରେ ଟିମ ଇଣ୍ଡିଆର ଚାରି ଜଣ ଖେଳାଳି ଶତକ ମଧ୍ୟ କରିସାରିଛନ୍ତି । ଏମିତିରେ ଟିମ ଇଣ୍ଡିଆର କୌଣସି ଖେଳାଳି ପାଇଁ ଏହି ମ୍ୟାଚରେ ଶତକ କରିବା କଷ୍ଟଦାୟକ ନ ହୋଇପାରେ ।

ମୂରଲୀ ବିଜୟ

ମୂରଲୀ ବିଜୟ ଶେଷ ଥର ୨୦୧୪ରେ ଯେତେବେଳେ ଅଷ୍ଟ୍ରେଲିୟା ଟୁରରେ ଆସିଥିଲେ ସେହି ସମୟରେ ମୂରଲୀ ବିଜୟ ଏହି ପିଚରେ ୨୧୩ ବଲରେ ୧୪୪ ରନ କରିଥିଲେ ।

ସୌରଭ ଗାଙ୍ଗୁଲି

ସୌରଭ ଗାଙ୍ଗୁଲି ୨୦୦୩ରେ ଅଷ୍ଟ୍ରେଲିୟା ଟୁରରେ ଯେତେବେଳେ ଯାଇଥିଲେ ତେବେ ସେ ସେହି ସମୟରେ ଶତକ କରିଥିଲେ । ଏହି ମ୍ୟାଚରେ ପ୍ରଥମେ ଅଷ୍ଟ୍ରେଲିୟା ବ୍ୟାଟିଙ୍ଗ କରି ପ୍ରଥମ ପାରିରେ ୩୨୩ ରନ କରିଥିଲେ ଓ ଜବାବରେ ଭାରତ ବି ଭଲ ପ୍ରଦରସାହାନ କରିଥିଲା । ଏହା ସହିତ ଭାରତୀୟ ଟିମ ଲିଡ ବି ହାସଲ କରିଥିଲେ । ଭାରତ ପାଇଁ ୫ ନମ୍ବରରେ ଆସିଥିବା ସୌରଭ ଗାଙ୍ଗୁଲି ୧୯୬ ବଲରେ ୧୪୪ ରନ କରିଥିଲେ । ଏମିତିରେ ଭାରତ ଏହି ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲା ।

ସୁନୀଲ ଗାଭାସ୍କର

ସୁନୀଲ ଗାଭାସ୍କର ବି ଏହି ପିଚରେ ଶତକ କରିସାରିଛନ୍ତି । ସୁନୀଲ ଗାଭାସ୍କର ଏହି ପିଚରେ ମାତ୍ର ଗୋଟିଏ ଟେସ୍ଟ ମ୍ୟାଚ ଖେଳି ଥିଲେ ଓ ସେହି ମ୍ୟାଚରେ ହିଁ ସେ ଶତକ କରିଥିଲେ । ସେ ଏହି ପିଚରେ ୧୧୩ ରନ କରିଥିଲେ । କିନ୍ତୁ ଅଷ୍ଟ୍ରେଲିୟା ଏହି ମ୍ୟାଚକୁ ଜିତି ନେଇଥିଲା ।

ଏମ ଏଲ ଜୟଶୀମ୍ହା

୧୯୬୮ରେ ଖେଲାଯାଇଥିବା ଦୁଇଟି ପାରିରେ ଏହି ବ୍ୟାଟ୍ସମ୍ୟାନ ଜଣକ ଭଲ ବ୍ୟାଟିଙ୍ଗ କରିଥିଲେ ଓ ଦୁଇଟି ହିଁ ପାରିରେ ଭଲ ପ୍ରଦର୍ଶନ କରିଥିଲେ । ଏହି ପିଚରେ ସବୁଠୁ ଅଧିକ ରନ ଜୟଶୀମ୍ହା ହିଁ କରିଛନ୍ତି । ଜୟଶୀମ୍ହା ସେହି ମ୍ୟାଚରେ ଚତୁର୍ଥ ପାରିରେ ୧୦୧ ରନ ଅରିଥିଲେ ଓ ତାହା ତାଙ୍କର ପ୍ରଥମ ଶତକ ଥିଲା। କିନ୍ତୁ ଏହା ସତ୍ବେ ବି ସେ ଭାରତକୁ ବିଜୟ କରି ପାରିଲେ ନାହିଁ । ଏହିଭଳି ଭାବରେ ଟିମ ଇଣ୍ଡିଆ ମ୍ୟାଚ ଜିତିବାର ବହୁତ ପାଖପାଖି ଥିବା ସତ୍ବେ ବି ପରାଜୟର ସାମ୍ନା କରିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଟିମ ଇଣ୍ଡିଆର ଖେଳାଳିମାନେ କେଉଁଭଳି ଭାବରେ ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାର ଅଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।