ବଲିଉଡର ଏହି ସବୁ ପପୁଲାର ହିରୋଇନ ମାନଙ୍କର ଦୁର୍ଘଟଣାରେ ଯାଇଥିଲା ଜୀବନ, ପଛରେ ଛାଡି ଯାଇଛନ୍ତି କୋଟି ଟଙ୍କାର ସମ୍ପତ୍ତି

ବଲୀଉଡର ଅଭିନେତ୍ରୀମାନଙ୍କ ବିଷୟରେ କହିଲେ କିଛି ଅଭିନେତ୍ରୀ ଏମିତି ଅଛନ୍ତି ଯେଉଁମାନେ ଅଳ୍ପ ସମୟ ମଧ୍ୟରେ ଦର୍ଶକ ମାନଙ୍କର ହୃଦୟରେ ରାଜ କରିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ଆଜି ଏହି ଦୁନିଆରେ ଆଉ ନାହାନ୍ତି । କହିବାକୁ ଗଲେ ସେହି ଅଭିନେତ୍ରୀମାନେ ବହୁତ ଅଳ୍ପ ବୟସରେ ସଫଳତା ହାସଲ କରିଥିଲେ ଓ କିଛି ବହୁତ ବର୍ଷ ହେବ ଇଣ୍ଡଷ୍ଟ୍ରିରେ ରାଜ ବି କରିଛନ୍ତି ।

କିନ୍ତୁ ମୃତ୍ୟୁ ପରେ ସେମାନେ କୋଟି  କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇଛନ୍ତି । ଏହି ସମସ୍ତ ଅଭିନେତ୍ରୀମାନେ କୌଣସି ନା କୌଣସି ଦୁର୍ଘଟଣାରେ ନିଜର ଜୀବନ ହରାଇଛନ୍ତି ।

ମୁର୍ତ୍ୟୁ ପରେ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି ଏହି ଅଭିନେତ୍ରୀମାନେ

ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ଅଚାନକ ମୃତ୍ୟୁ ହୋଇ ଯାଇଛି ଓ ସେ ଦୁନିଆକୁ ଅଲବିଦା କହି ଦେଇଛନ୍ତି । ଏମାନଙ୍କ ପାଖରେ ଭଲ ସମ୍ପତ୍ତି ମଧ୍ୟ ଥିଲା ଯାହା ଆଜି ତାଙ୍କର ପରିଜନମାନଙ୍କ ନାମରେ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କର ନାମ ।

ଦିବ୍ୟା ଭାରତୀ

ବଲୀଉଡର ସବୁଠୁ ସୁନ୍ଦର ଅଦାକାରା ରହି ସାରିଥିବା ଦିବ୍ୟା ଭାରତୀ ୧୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଦେଇଥିଲେ । ସୂଚନା ଅନୁସାରେ କହିଦେଉଛୁ କି ଦିବ୍ୟା ଭାରତୀ ନିଜର ପରିବାର ପାଇଁ ପାଖାପାଖି ୭୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି ।

ଶ୍ରୀଦେବୀ

ହିନ୍ଦୀ ସିନେମାର ସବୁଠୁ ସୁନ୍ଦର ଓ ବଲୀଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀ ବି ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ସେ ୪ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଦେଇଥିଲେ । ଆପଣଙ୍କୁ କହିଦେଉଛୁ କି ତାଙ୍କର ନିଧନ ୨୦୧୮ରେ ହୋଇଥିଲା । ଶ୍ରୀଦେବୀଙ୍କର ମୃତ୍ୟୁ ପରେ ତାଙ୍କର ୨୪୭ କୋଟି ଟଙ୍କାର ସମ୍ପତ୍ତି ତାଙ୍କର ଦୁଇ ଝିଅ ଜାହ୍ନବୀ ଓ ଖୁସି କପୁରଙ୍କ ନାମରେ ହୋଇଯାଇଛି ।

ସୌନ୍ଦର୍ୟା

୧୯୯୯ରେ ଆସିଥିବା ଫିଲ୍ମ ସୂର୍ୟବଂଶମରେ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ସୌନ୍ଦର୍ୟାଙ୍କର ମୁର୍ତ୍ୟୁ ୨୦୦୪ରେ ଏକ ପ୍ଲେନ କ୍ରାଶରେ ହୋଇଥିଲା । ଏମିତି କୁହାଯାଉଛି କି ସୌନ୍ଦର୍ୟା ନିଜ ପଛରେ ୫୦ କୋଟି ଟଙ୍କା ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି ।

ରିମା ଲାଗୁ

ଅଭିନେତ୍ରୀ ରିମା ଲାଗୁଙ୍କର ନିଧନ ବର୍ଷ ୨୦୧୭ରେ  ହାର୍ଟ ଆଟାକ ଆସିବା ଦ୍ଵାରା ହୋଇଥିଲା । ସେ ନିଜର କ୍ୟାରିୟରରେ ବହୁତ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଖବର ଅନୁସାରେ ରିମା ଲାଗୁଙ୍କ ପାଖରେ ୧୫ ରୁ ୨୦ କୋଟି ଟଙ୍କାର ସମ୍ପତ୍ତି ଥିଲା ଯାହାକି ତାଙ୍କର ପରିବାରଲୋକଙ୍କୁ ମିଳିଛି ।

ଜିୟା ଖାନ

୧୯ ବର୍ଷ ବୟସରେ ଜିୟା ଖାନ ଆତ୍ମହତ୍ୟା କରିଥିଲେ । କହିବାକୁ ଗଲେ ବହୁତ କମ ବୟସରେ ସେ ସଫଳତା ହାସଲ କରିଥିଲେ । ମିଡିଆରୁ ମିଳିଥିବା ସୂଚନା ଅନୁସାରେ ଜିୟା ଖାନଙ୍କ ପାଖରେ ପାଖାପାଖି ୧୦ ରୁ ୧୫ କୋଟି ଟଙ୍କାର ସମ୍ପତ୍ତି ଥିଲା ।