ସିରିଏଲ “ୟେ ରିସ୍ତା କ୍ଯା କେହେଲାତା ହୈ” ରେ ସଂସ୍କାରୀ ନଜର ଆସୁଥିବା ନାୟରା (Shivangi Joshi) ରିଅଲ ଲାଇଫ ରେ କରି ସାରିଛନ୍ତି ଏମିତି କାରନାମା

ଶିବାଙ୍ଗୀ ଯୋଶୀଙ୍କ ଜନ୍ମ ମହାରାଷ୍ଟ୍ରରେ ହୋଇ ଥିଲା ଏହା ପରେ ସେ ଡେରାଡୁନରେ ନିଜର ପାଠପଢା ସେସ କରିଥିଲେ । ସେ ନିଜର ପରିବାର ସହ ଅଧିକ ନିକଟତର ଅଟନ୍ତି । ଯେତେବେଳେ ସେ ଛୋଟ ଥିଲେ, ସେ ବହୁତ ଭଲ ନୃତ୍ୟ ଏବଂ ଅଭିନୟ କରୁଥିଲେ । ଶିବଙ୍ଗୀ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଜାତୀୟ ସ୍ତରରେ ଅନେକ ମ୍ୟାଡେଲ ଜିତିଥିଲେ । ପିଲାଦିନରୁ ତାଙ୍କର ସ୍ୱପ୍ନ ଥିଲା ଯେ ସେ ଜଣେ ଅଭିନେତ୍ରୀ ହେବେ ।

ଶିବାଙ୍ଗୀ ଯୋଶୀଙ୍କ ଜନ୍ମସ୍ଥାନ ପୁଣେ, ଭାରତ। କିଛି ବର୍ଷ ପରେ ସେ ଅଧ୍ୟୟନ ହେତୁ ପରିବାର ସହିତ ଡ଼େରାଡୁନ୍ କୁ ଚାଲିଗଲେ । ସେ ଦେହରାଡୁନ୍ ପାଇନ୍ ହଲ୍ ସ୍କୁଲରେ ପାଠପଢା ଆରମ୍ଭ କରିଥିଲେ । ଶିବାଙ୍ଗୀ ଯୋଶୀ ବହୁତ ସୁନ୍ଦର ଝିଅ । ତାଙ୍କର ଉଚ୍ଚତା ୫’୬ ”ଏବଂ ଓଜନ ପ୍ରାୟ ୫୨ କିଲୋଗ୍ରାମ ।

ତାଙ୍କର ପ୍ରାକୃତିକ କଳା କେଶ ଏବଂ ବାଦାମୀ ରଙ୍ଗର ଆଖି ଅଛି । ୨୦ ବର୍ଷ ବୟସରେ ଶିବାଙ୍ଗୀ ତାଙ୍କ ଜୀବନରେ ଅନେକ ପୁରସ୍କାର ଜିତିଛନ୍ତି । ୨୦୧୭ – ୨୦୧୮  ମଧ୍ୟରେ ସେ ଷ୍ଟାର୍ ପାରିବାର ପୁରସ୍କାର ଏବଂ ଜି ଗୋଲ୍ଡ ଆୱାର୍ଡ ପାଇଥିଲେ ।

ସେ ନିଜର ପରିବାରର ଲୋକଙ୍କ ସହ ଅନେକ ଫଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଏବେ ନିଜର ଅଭିନୟ ଓ ବୋଲ୍ଡ ଫଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ନିଜର କ୍ଯାରିୟର ଆରମ୍ଭ କରିଥିଲେ ୨୦୧୩ ରେ ” ଖେଲତି ହୀ ଜିନ୍ଦେଗୀ ଆଖମେ ଚୋଲି”ରେ ଆରମ୍ଭ କରିଥିଲେ ମାତ୍ର ଏଥିରେ ସଫଳ ହୋଇ ନଥିଲେ । ତାଙ୍କୁ ସଫଳତା “ବେଗୁଶିରେଇ ” ରୁ ମିଳି ଥିଲା ଏହା ପରେ ସେ ” ଯେ ଋସ୍ତା କ୍ଯା କେହେଲାତା ହେ” ରେ ନିଜର ଫ୍ୟାନ୍ସ ବଢେଇଥିଲେ ।

ଏଥିରେ ଅଭିନୟ କରୁଥିବା  ବେଳେ ତାଙ୍କର ଚରିତ୍ରକୁ ବଦଳାଇ ଦିଆ ଯାଇଛି ଓ ଏହା ପାଇଁ ଅଭିନେତ୍ରୀ ଜଣକ ଗୋଟେ ଏପିଷୋଡ ପାଇଁ ୧ ଲକ୍ଷ ଟଙ୍କା ନେଉଛନ୍ତି ।   ଏହି ସିରିୟଲ ରେ ସେ ଆକ୍ଟର ମୋସିମ ଖାନଙ୍କର ବିପରିତରେ ଅଭିନୟ କରୁଛନ୍ତି । ଯିଏ କି ତାଙ୍କର ରିୟଲ ଲାଇଫ ପାର୍ଟନର ମଧ୍ୟ ।

ଉଭୟ ପରସ୍ପରକୁ ୨୦୧୭ ରୁ ଭଲ ପାଉଛନ୍ତି ଓ ପରସସ୍ପର ସହ ଅଧିକରୁ ଅଧିକ ସମୟ ମଧ୍ୟ ବିତାଉଛନ୍ତି । କେବଳ ପରଦାର ଆଗରେ ନୁହେଁ ବରଂ ପରଦା ପଛରେ ମଧ୍ୟ ଉଭୟଙ୍କର କେମିଷ୍ଟ୍ରୀ ବହୁତ ଭଲ ଦେଖା ଯାଏ । ଏହି ଦୁଇ ଯୋଡିଙ୍କୁ ଦର୍ଶକ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି ।

ଯେତେବେଳେ ବି ଦୂହିଁଙ୍କୁ ଏକାଠି ଦେଖା ଯାଏ ସେମାନେ ନିଜର ନିଜର ମତ ରଖନ୍ତି । ମାତ୍ର ବାର୍ତ୍ତମାନ ସୁଧା ସେମାନେ ନିଜ ମୁହଁରେ କେବେବି ନିଜର ସମ୍ପର୍କ ବିଷୟରେ କହି ନାହାଁନ୍ତି । କିଛି ଦିନ ତଳେ ଶିବାନୀ ଏକ ଭିଡିଓ ଛାଡିଥିଲେ ଯେଉଁଥିରେ ଦୁଇଜଣ ସଲମନ ଖାନ ଙ୍କର ଏକ ଗୀତରେ ଡ୍ୟାନ୍ସ କରୁଥିଲେ । ଏହା ଅଧିକ ମାତ୍ରାରେ ଭାଇରାଲ ହେବା ସହ ଏହାଙ୍କୁ ଲୋକ ପସନ୍ଦ ମଧ୍ୟ କରିଛନ୍ତି  ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।