ଏଠି ପୁଲିସରେ ଭର୍ତ୍ତି ହେବା ପାଇଁ ଝିଅ ମାନଙ୍କୁ ଦେବାକୁ ପଡିଥାଏ ନିଜ ଭର୍ଜୀନିଟୀର ପ୍ରମାଣ, ଜାଣନ୍ତୁ କାହିଁକି

ଏହି ଦୁନିଆରେ କିଛି ଏମିତି ଜିନିଷ ଅଛି ଯାହା ସତରେ ବହୁତ ଅଜବ ଅଟେ । ବେଳେ ବେଳେ ସେହି ଜିନିଷ ବିଷୟରେ ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ । କିନ୍ତୁ କିଛି ଦେଶ ଏମିତି ଅଛି ଯାହା ଅଜବ ଗଜବ ଜିନିଷ କରିବା ମାମଲାରେ ସମସ୍ତଙ୍କୁ ପଛରେ ଛାଡି ଦେଇଛି । ସେହିଭଳି ହିଁ କିଛି, ଆଜି ଆମେ ଆପଣମାନଙ୍କୁ ଏକ ଏମିତି ଦେଶ ବିଷୟରେ ହିଁ କହିବାକୁ ଯାଉଛୁ । ଯେଉଁଠି କିଛି ଏମିତି କାମ କରାଯାଏ, ଯାହା ବିଷୟରେ ଆପଣ ସ୍ଵପ୍ନରେ ବି ଚିନ୍ତା କରି ନ ଥିବେ ।

ଇଣ୍ଡୋନେସିୟାରେ ମହିଳାମାନଙ୍କର ପୋଲିସ ହେବା ବହୁତ କଷ୍ଟକର :

କହିବାକୁ ଗଲେ ଆମ ଦେଶରେ ମହିଳାମାନଙ୍କର ପୋଲିସରେ ଭର୍ତ୍ତି ହେବା ବହୁତ ସହଜ ହୋଇଥାଏ, କିନ୍ତୁ ଯଦି ଇଣ୍ଡୋନେସିୟାର କଥା କହିବୁ ତେବେ ଏଠିକାର ମହିଳାମାନଙ୍କର ପୋଲିସରେ ଭର୍ତ୍ତି ହେବା ବହୁତ କଷ୍ଟକର କଥା ହୋଇଥାଏ । ଏଠାରେ ପୋଲିସରେ ଭର୍ତ୍ତି ହେବା ପାଇଁ ମହିଳାମାନଙ୍କର ଆୟୁ ୧୭.୫ ରୁ ୨୨ ମଧ୍ୟରେ ହେବା ଆବଶ୍ୟକ ।

ଏହା ସହିତ ସେ ବିବାହିତା ନ ହୋଇଥିବା ଦରକାର ଓ ସେମାନେ ଉଚ୍ଚ ଶିକ୍ଷିତ ହୋଇଥିବା ଦରକାର । କିନ୍ତୁ ଏହା ପରର ପ୍ରକ୍ରିୟା ଶୁଣିଲେ ଆପଣଙ୍କର ମୁଣ୍ଡ ବୁଲାଇବାକୁ ଲାଗିବ । କହିବାକୁ ଗଲେ ଏଠି ମହିଳାମାନଙ୍କୁ ପୋଲିସରେ ଭର୍ତ୍ତି ହେବା ପାଇଁ ନିଜର ବର୍ଜୀନିଟୀର ପ୍ରମାଣ ଦେବାକୁ ପଡିଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଠାରେ ମହିଳାମାନଙ୍କର ବର୍ଜୀନିଟୀ ଟେଷ୍ଟ ପାଇଁ ଯାଞ୍ଚ କରାଯାଇଥାଏ । ଜାଣିବା ନିମନ୍ତେ କହିଦେଉଛୁ କି ବର୍ଜୀନିଟୀ ଟେଷ୍ଟ ବିଷୟରେ କହିଲେ ଯେତେବେଳେ କୌଣସି ମହିଳା ସହିତ ଦୁଷ୍କର୍ମ ହୋଇଛି କି ନାହିଁ ତାହା ବିଷୟରେ ଜାଣିବା ପାଇଁ ବର୍ଜୀନିଟୀ ଟେଷ୍ଟ କରାଯାଇଥାଏ । ଏହି ଟେଷ୍ଟକୁ ଟୂ ଫିଂଗର ଟେଷ୍ଟ ନାମରେ ବି ଜଣାଯାଏ ।

କେବଳ ଏତିକି ନୁହେଁ ଇଣ୍ଡୋନେସିୟାରେ ମହିଳାମାନଙ୍କୁ ପୋଲିସରେ ଭର୍ତ୍ତି ହେବା ପାଇଁ ଚୟନ ଅଧିକାରୀଙ୍କ ସାମ୍ନାରେ ନିଜର ସୁନ୍ଦରତାର ପ୍ରଦର୍ଶନ ବି କରିବାକୁ ପଡିଥାଏ ଓ ଚୟନ ଅଧିକାରୀମାନଙ୍କ ମଧ୍ୟରେ ସମସ୍ତେ ପୁରୁଷ ହିଁ ଥାଆନ୍ତି । ଏଠି ସେହି ମହିଳାଙ୍କର ଚୟନ କରାଯାଏ ଯେଉଁମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି । ଇଣ୍ଡୋନେସିୟାରେ ଆଜାଦୀ ପରେ ୧୯୪୬ରେ ପୋଲିସ ଫୋର୍ସର ଗଠନ କରାଯାଇଥିଲା ।

ଆପଣଙ୍କୁ କହିଦେଉଛୁ କି ଭାରତରେ ଏମିତି କୌଣସି ଆଇନ ନାହିଁ । କିନ୍ତୁ ଇଣ୍ଡୋନେସିୟାରେ ଯେଉଁ ମହିଳାମାନଙ୍କୁ ପୋଲିସରେ ଭର୍ତ୍ତି ହେବାର ଅଛି, ସେମାନଙ୍କୁ ନିଜର ବର୍ଜୀନିଟୀର ଟେଷ୍ଟ ଦେବାକୁ ପଡିଥାଏ । ଯଦି କୌଣସି ମହିଳାକୁ ପୋଲିସରେ ଭର୍ତ୍ତି ହେବାର ଅଛି, ତେବ ସେ ଶାରୀରିକ ସମ୍ବନ୍ଧ କରିବ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଟୁ ଫିଂଗର ଟେଷ୍ଟ ବହୁତ ବିବାଦୀୟ ଯାଞ୍ଚ ଅଟେ । କେତେକ ଦେଶରେ ଟୁ ଫିଂଗର ଟେଷ୍ଟକୁ ଅବୈଧ ଘୋଷିତ ବି କରାଯାଇଛି ଓ କେତେକ ଏହାକୁ ଅପମାନଜନକ ଓ ମାନବ ଅଧିକାରର ଉଲ୍ଲଙ୍ଘନ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।