Kapil ଙ୍କ ମା’ଙ୍କୁ ଦେଖିବା ମାତ୍ରେ Abhishek Bacchan କଲେ ଏମିତି କାମ କି ଲୋକ କରୁଛନ୍ତି ବଚ୍ଚନ ପରିବାରର ସଂସ୍କାର ର ପ୍ରଶଂସା

ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ଓ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ଦିନରେ ନିଜର ଆସନ୍ତା ଫିଲ୍ମ ‘ବବ ବିଶ୍ଵାସ’କୁ ନେଇ ଚର୍ଚାରେ ଅଛନ୍ତି । ଏହି ଫିଲ୍ମର ଟ୍ରେଲର ରିଲିଜ କରି ଦିଆଯାଇଛି ଓ ବର୍ତ୍ତମାନ ଫ୍ୟାନ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି । ଟ୍ରେଲର ଫ୍ୟାନମାନଙ୍କୁ ବହୁତ ପସନ୍ଦ ବି ଆସୁଛି । ଅମିତାଭ ବଚ୍ଚନ ବି ନିଜେ ଟ୍ରେଲର ଦେଖି ଅଭିଷେକ ବଚ୍ଚନଙ୍କ ପ୍ରଶଂସା କରିଥିଲେ ଓ କହିଥିଲେ କି ତାଙ୍କୁ ତାଙ୍କ କାମ ଉପରେ ଗର୍ବ ଅଛି ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଅମିତାଭ ବଚ୍ଚନଙ୍କ ଭଳି ଅଭିଷେକ ବଚ୍ଚନ ବଲୀଉଡରେ ସଫଳ ହୋଇ ପାରିଲେ ନାହିଁ । କିନ୍ତୁ ଅଭିଷେକ ବଚ୍ଚନ ନିଜର ପିତାଙ୍କ ସଂସ୍କାରକୁ ଭୁଲି ନାହାନ୍ତି । ଯାହାକୁ ସେ ସବୁବେଳେ ନିଜ ସହିତ ନେଇ ଚାଳନ୍ତି । ଯାହାର ଏକ ଉଦାହରଣ ବର୍ତ୍ତମାନ ହିଁ କପିଲ ଶର୍ମା ଶୋ ‘ଦ କପିଲ ଶର୍ମା ଶୋ’ରେ ଦେଖିବାକୁ ମିଳିଛି । ଯେଉଁଠି ଅଭିଷେକ ବବ ବିଶ୍ଵାସର ପ୍ରମୋଶନ ପାଇଁ ଆସିଥିଲେ ।

ତାଙ୍କ ସହିତ ଏହି ଶୋ ରେ ଚିତ୍ରାଂଗଦା ସିଂହ ବି ଆସିଥିଲେ । ଶୋ ରେ ଅଭିଷେକ ଓ ଚିତ୍ରାଂଗଦା କପିଲ ଓ ତାଙ୍କର ଟିମ ସହିତ ମସ୍ତି କରୁଥିବାର ନଜର ଆସିଲେ । କିନ୍ତୁ ଏହା ମଧ୍ୟରେ ଅଭିଷେକ କିଛି ଏମିତି କରିଲେ କି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବର୍ତ୍ତମାନ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଶୋ ମଝିରେ ଚାଙ୍କ ଅଭିଷେକ ଉଠିଲେ ଓ ସାମ୍ନାରେ ବସିଥିବା କପିଲ ଶର୍ମାଙ୍କ ମା ଙ୍କ ପାଖକୁ ପହଞ୍ଚି ଗଲେ ଓ ତାଙ୍କର ଗୋଡ ଛୁଇଁ ଆଶୀର୍ବାଦ ନେଲେ ।

କହିଦେଉଛୁ କି କପିଲଙ୍କ ମା ସବୁ ଏପିସୋଡରେ ଦର୍ଶକମାନଙ୍କ ମଝିରେ ବସିଥାନ୍ତି । ଯେତେବେଳେ ଅଭିଷେକ ଏବଂ ଚିତ୍ରାଂଗଦା ବବ ବିଶ୍ଵାସର ପ୍ରମୋଶନ ପାଇଁ ପହଞ୍ଚି ଥିଲେ ତେବେ ଅଭିଷେକ ଓ କପିଲ ଚିତ୍ରାଂଗଦାଙ୍କ ସହ ଫ୍ଲର୍ଟ କରୁଥିଲେ ତେବେ ସେହି ସମୟରେ ଅଭିନେତ୍ରୀ ସାମ୍ନାରେ ବସିଥିବା କପିଲଙ୍କ ମାଙ୍କ ଆଡକୁ ଇସାରା କରି କହିଲେ ସାମ୍ନାରେ ମା ବସିଛନ୍ତି । ଚିତ୍ରାଂଗଦାଙ୍କ କଥା ଶୁଣି ଅଭିଷେକ ବଚ୍ଚନ ଛିଡା ହୋଇ ଯାଉଛନ୍ତି ଓ କପିଲଙ୍କୁ କହୁଛନ୍ତି କି ଆରେ କପିଲ ପ୍ରଥମେ କହିବାର ଥିଲା ନା କେଉଁଠି ଅଛନ୍ତି ମା ?

ଏହା ପରେ ଅଭିଷେକ କପିଲଙ୍କ ମାଙ୍କ ପାଖକୁ ଯାଉଛନ୍ତି ଓ କପିଲଙ୍କ ମା ଙ୍କ ଗୋଡ ଛୁଇଁ ଅଭିଷେକ ଆଶୀର୍ବାଦ ନେଉଛନ୍ତି । ପୁଣି ଥରେ ଫେରି ଆସି ସେ ନିଜ ଜାଗାରେ ବସି ଯାଉଛନ୍ତି । ଅଭିଷେକଙ୍କୁ ଏହା କରିବାର ଦେଖି ଫ୍ୟାନମାନେ ତାଳି ମାରିଲେ । ଅନ୍ୟ ପଟେ କପିଲ ବି ଅଭିଷେକଙ୍କୁ ଧନ୍ୟବାଦ ଦେଲେ । ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ଏହି କାମ ଓ ବଚ୍ଚନ ପରିବାରର ସଂସ୍କାର ବିଷୟରେ ସୋସିଆଲ ମିଡିଆରେ ବହୁତ ଚର୍ଚା ହେଉଛି ଓ ସମସ୍ତେ ତାଙ୍କର ପ୍ରଶଂସା ବି କରୁଛନ୍ତି ।