ନିଜ ସ୍ଵାମୀର ସାଙ୍ଗ ମାନଙ୍କ ସହିତ ଶୋଇବାକୁ ପଡିଲା Karishma Kapoor ଙ୍କୁ, ହନିମୁନ ରେ ମିଳିଲା ଧୋଖା

କରିଶ୍ମା କପୁର ବଲୀଉଡ ଇଣ୍ଡଷ୍ଟ୍ରିରେ ଗୋଟିଏ ପପୁଳାର ନାଁ ଅଟେ ଓ ଏହି ଅଭିନେତ୍ରୀ ଜଣକ ବଲୀଉଡ ଇଣ୍ଡଷ୍ଟ୍ରିର ବହୁତ ସୁପରହିଟ ଫିଲ୍ମରେ ବି କାମ କରିଛନ୍ତି । କିନ୍ତୁ ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ ପରେ ସେ ବଲୀଉଡରୁ ପୂରାପୂରି ଗାୟବ ହୋଇଗଲେ । କରିଶ୍ମା କପୁରଙ୍କ ନାଁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଆସିଥାଏ ଯେଉଁମାନେ ନିଜର ସୁନ୍ଦରତା ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକମାନଙ୍କର ହୃଦୟରେ ବହୁତ ବର୍ଷ ମଧ୍ୟରେ ରାଜ କରିଛନ୍ତି ।

୯୦ ଦଶକରେ ସେ ସବୁଠୁ ଅଧିକ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ । କରିଶ୍ମା କପୁରଙ୍କ ଫିଲ୍ମି କ୍ୟାରିୟର ଯେତେ ସଫଳ ଥିଲା ତାଙ୍କର ବିବାହିତ ଜୀବନ ସେତିକି ଅସଫଳ ଥିଲା । କହିଦେଉଛୁ କି ଦୁଇ ଥର ପ୍ରେମରେ ଧୋଖା ଖାଇବା ପରେ କରିଶ୍ମା କପୁର ଦିଲ୍ଲୀରେ ରହୁଥିବା ବିଜନେସମ୍ୟାନଙ୍କୁ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ ।

ନିଜର ପ୍ରଥମ ପତ୍ନୀକୁ ଛାଡପତ୍ର ଦେଇଥିବା ସଞ୍ଜୟ କପୁରଙ୍କ ସହ ବିବାହ କରି କରିଶ୍ମା କପୁର ଦିଲ୍ଲୀ ଚାଲିଗଲେ । କିନ୍ତୁ ଏହି ବିବାହ କରିଶ୍ମା କପୁରଙ୍କ ଜୀବନ ପାଇଁ କେମିତି ଅଭିଶାପ ହୋଇଗଲା ଏହା ବିଷୟରେ ସମସ୍ତେ ଜାଣିଛନ୍ତି । ୨୦୦୩ରେ ଆରମ୍ଭ ହୋଇଥିବା କରିଶ୍ମା କପୁରଙ୍କ ବିବାହ ଜୀବନ ୨୦୧୬ରେ ସମାପ୍ତ ହୋଇଗଲା ।

କିନ୍ତୁ ସେ ୨୦୧୨ରୁ ହିଁ ସଞ୍ଜୟ କପୁରଙ୍କ ଠାରୁ ଅଲଗା ରହିବାକୁ ଲାଗିଥିଲେ । ସଞ୍ଜୟଙ୍କ ସହ ବିବାହ କରିଶ୍ମା କପୁରଙ୍କ ହୃଦୟରେ ବହୁତ ଆଘାତ ଦେଇଥିଲା । ସେହି ସମସ୍ତ ଆଘାତ ମଧ୍ୟରୁ କରିଶ୍ମା କପୁରଙ୍କୁ ସବୁଠୁ ବଡ ଆଘାତ ଲାଗିଥିଲା ଯେତେବେଳେ ହନିମୁନରେ ତାଙ୍କ ସ୍ଵାମୀ ତାଙ୍କର ନିଲାମି ଲଗାଇଥିଲେ । ଗୋଟିଏ ଇଣ୍ଟରଭିୟୁରେ କରିଶ୍ମା କପୁର ନିଜର ବିବାହିତ ଜୀବନ ସହ ଜଡିତ ବହୁତ କିଛି ରହସ୍ୟର ଉଜାଗର କରିଥିଲେ ।

ସେ କହିଥିଲେ କି ତାଙ୍କ ଜୀବନରେ ସଞ୍ଜୟ କପୁରଙ୍କ ଟଚର ବିବାହ ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯାଇଥିଲା । ଯେତେବେଳେ ସେ ସଞ୍ଜୟ କପୁରଙ୍କ ସହ ବିଦେଶକୁ ହନିମୁନ ଯାଇଥିଲେ ତେବେ ସଞ୍ଜୟ କପୁର ତାଙ୍କ ବନ୍ଧୁଙ୍କ ସହିତ ତାଙ୍କର ନିଲାମି କରିଥିଲେ । ତାଙ୍କର ଜଣେ ବନ୍ଧୁ କରିଶ୍ମା କପୁରଙ୍କ ଦାମ ବି ଲଗାଇ ଦେଇଥିଲେ ।

ଏହି ଡିଲ ପରେ ସଞ୍ଜୟ କପୁର କରିଶ୍ମା କପୁରଙ୍କୁ ନିଜର ବନ୍ଧୁ ସହ ଶୋଇବା ପାଇଁ ବି ବାଧ୍ୟ କରିଥିଲେ ଓ ଯେତେବେଳେ କରିଶ୍ମା କପୁର ଏଥିପାଇଁ ପୂରାପୂରି ମନା କରିଦେଲେ ତେବେ ସଞ୍ଜୟ କରିଶ୍ମା କପୁରଙ୍କ ଉପରେ ହାତ ଉଠାଇଲେ । ଏତିକି ନୁହେଁ କରିଶ୍ମା କପୁର ଏହା ବି କହିଲେ କି କେବଳ ସଞ୍ଜୟ ନୁହେଁ ତାଙ୍କର ମା ବି କରିଶ୍ମା କପୁରଙ୍କ ଉପରେ ହାତ ଉଠାଉ ଥିଲେ । ବିବାହ ପରେ ତାଙ୍କଉ ପ୍ରାୟତଃ ନିର୍ଯାତନାର ଶିକାର ହେବାକୁ ପଡିଥିଲା ।

କରିଶ୍ମା କପୁର ଆଗକୁ କହିଲେ କି ବିବାହ ପରେ ବି ସଞ୍ଜୟ କପୁର ନିଜର ପ୍ରଥମ ପତ୍ନୀ ସହ ରିଲେସନରେ ଥିଲେ ଓ ଦୁଇ ଜଣ ଲିଭଇନରେ ରହୁଥିଲେ । କିନ୍ତୁ ଏହା ସବୁ ପଛ କଥା । ବର୍ତ୍ତମାନ କରିଶ୍ମା କପୁର ସଞ୍ଜୟ କପୁରଙ୍କ ଠାରୁ ତଲାକ ନେଇ ସାରିଛନ୍ତି ଓ ସେ ନିଜର ପିଲାମାନଙ୍କର ଦେଖା ଶୁଣାରେ ବହୁତ ବ୍ୟସ୍ତ ଅଛନ୍ତି ।

ପିଲାମାନଙ୍କ ପାଇଁ ବର୍ତ୍ତମାନ କରିଶ୍ମା କପୁର ଓ ସଞ୍ଜୟ କପୁର ବି ନିଜ ମଧ୍ୟରେ ଥିବା ବିବାଦକୁ ଭୁଲ ଯାଇ ନିଜର ସମ୍ପର୍କକୁ ସୁଧାରୀ ନେଇଛନ୍ତି । କରିଶ୍ମା କପୁରଙ୍କୁ ନିଜର ସ୍ଵାମୀ ସଞ୍ଜୟ କପୁର ଓ ତାଙ୍କର ପିଲାମାନଙ୍କ ସହ କେତେକ ଥର ସ୍ପଟ ବି ହୋଇଛନ୍ତି । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।