ଚାଲାଖ ହେବା ପାଇଁ 4 ଟି ସରଳ ନିୟମ- Chanakya Niti

ଚାଣକ୍ୟ ନୀତିର ୭ ଅଧ୍ୟାୟ, ଶ୍ଲୋକ ସଂଖ୍ୟା ୧୨ରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟକ୍ତିର ବ୍ୟବହାର ସବୁବେଳେ ବହୁତ ସିଧା ରହିବା ଉଚିତ୍ ନୁହେଁ । କାରଣ ସିଧା ଗଛକୁ ପ୍ରଥମେ କାଟି ଦିଆ ଯାଏ । ସେହି ପ୍ରକାର ବ୍ୟବହାରରେ ଅଧିକ ସିଧା ହେଲେ କେହି ମଧ୍ୟ ଆପଣଙ୍କୁ ସହଜରେ ଧୋକା ଦେଇ ପାରିବେ । ସମାଜରେ ଜୀବନ କାଟିବାକୁ ହେଲେ ଅଳ୍ପ ବହୁତ ଚାଲାଖି କରି ଆସୁଥିବା ଆବଶ୍ୟକ । ଆଜି ଆମେ ୪ଟି ନିୟମ ଶିଖିବା ଯାହା ଆପଣଙ୍କୁ ଚାଲାଖ ହେବାରେ ସାହାଯ୍ୟ କରିବେ ।

ନୀତି ନଂ.୧

ଚାଣକ୍ୟ ନୀତି ର ୭ ଅଧ୍ୟାୟ ଶ୍ଲୋକ ସଂଖ୍ୟା ୧୩ ରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ହଂସ ସେହିଠାରେ ରହିଥାଏ ଯେଉଁଠି ପାଣି ଥାଏ ଓ ପାଣି ଶୁଖିଗଲେ ସେମାନେ ସେହି ଜାଗାକୁ ତୁରନ୍ତ ଛାଡି ଦିଅନ୍ତି । ସେହି ପ୍ରକାର ଆପଣ କେଉଁ ବ୍ୟକ୍ତିଙ୍କୁ ଆପଣଙ୍କ ସହ ଏପରି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ଯେପରି ସେ ଆପଣଙ୍କ ପାଖକୁ ନିଜ ଆବଶ୍ୟକ ଅନୁସାରେ ଆସୁ ଥାଆନ୍ତୁ ଓ ଯାଉ ଥାଆନ୍ତୁ । ନିଜ ପାଖରେ ସବୁବେଳେ ଏପରି ବ୍ୟକ୍ତିଙ୍କୁ ଆସିବାକୁ ଦିଅନ୍ତୁ ଯିଏ ଆପଣଙ୍କ ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଆପଣଙ୍କ ସବୁ ସମୟରେ ସାଥିରେ ରୁହେ ।

ମନେ ରଖନ୍ତୁ ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଓ ସୁବିଧା ସବୁ ଥିବ ତେବେ ବହୁତ ଲୋକ ହଂସ ପରି ଆପଣଙ୍କ ପାଖକୁ ଆସିବେ ଓ ଆପଣ କିଛି ସମସ୍ୟାରେ ପଡ଼ିଲେ ହଂସ ପରି ଆପଣଙ୍କୁ ଛାଡି ଚାଲିଯିବେ । ସେଥିପାଇଁ ଏହି ପ୍ରକାର ଲୋକଙ୍କ ଠୁ ସାବଧାନ ରୁହନ୍ତୁ ଓ ନିଜଠୁ ଦୂରେଇ ରଖିବାକୁ ପ୍ରୟାସ କରନ୍ତୁ ।

ନୀତି ନଂ.୨

ଅଧ୍ୟାୟ ୧୩ର ଶ୍ଲୋକ ସଂଖ୍ୟା ୭ ରେ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଭବିଷ୍ୟତ ପାଇଁ ପ୍ରସ୍ତୁତ ଥାଏ ଓ ଯିଏ ସମସ୍ତ ପରିସ୍ଥିତିକୁ ଚତୁରତାର ସହ ତୁଲାଇ ଥାଏ, ଏହି ଦୁଇ ବ୍ୟକ୍ତି ହିଁ ସୁଖି ହୋଇଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି କେବଳ ନିଜ ଭାଗ୍ୟ ସହାୟତାରେ ଚାଲିଥାଏ ସେ ବରବାଦ ହୋଇ ଯାଇ ଥାଏ । ଅର୍ଥାତ୍ ଆପଣ କୌଣସି କାମ ଭାଗ୍ୟ ଉପରେ ନିର୍ଭର ରଖି କରିବା ଉଚିତ୍ ନୁହେଁ ଓ ସମସ୍ତ ପରିସ୍ଥିତିକୁ ସାମନା କରିବା ଉଚିତ୍ । କାରଣ ଆପଣ ଯଦି ଭାଗ୍ୟ ଉପରେ ନିର୍ଭର ରଖି ଚାଲିବ ତେବେ ତାହା ବାନିବେ ଯାହା ଦୁନିଆ ଚାହିଁବ, କିନ୍ତୁ ନିଜ ଅନୁସାରେ ପରିଶ୍ରମ କରି ଚାଲିଲେ ଆପଣ ତାହା ବାନିବେ ଯାହା ଆପଣ ଚାହୁଁଛନ୍ତି ।

ନୀତି ନଂ.୩

୧୩ ଅଧ୍ୟାୟର ଶ୍ଲୋକ ସଂଖ୍ୟା ୧୫ରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏକ ବାଛୁରୀ ହଜାରେ ଗାଈ ମାନଙ୍କ ମଧ୍ୟରେ ଥାଇ ମଧ୍ୟ ନିଜ ମା ପଛରେ ହିଁ ଚାଲିଥାଏ । ସେହି ପ୍ରକାର ଭଲ ହେଉ ବା ମନ୍ଦ, ବ୍ୟକ୍ତିର କର୍ମ ମଧ୍ୟ ତା ପଛେ ପଛେ ଚାଲି ଥାଏ । ଆଜି ଯଦି ଆପଣ ପରିଶ୍ରମ କରୁଛନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ଉତ୍ତମ ଫଳ ନିଶ୍ଚୟ ପ୍ରାପ୍ତ ହେବ । ଆଉ ଯଦି ଆଜି ଆପଣ ସମୟ ବରବାଦ କରୁଛନ୍ତି ତେବେ ଭବିଷ୍ୟତରେ ସମୟ ଆପଣଙ୍କୁ ବରବାଦ କରିଦେବ ।

ନୀତି ନଂ.୪

୬ ଅଧ୍ୟାୟର ଶ୍ଲୋକ ସଂଖ୍ୟା ୧୨ରେ ଆଚାର୍ଯ୍ୟ ଚାଣକ୍ୟ ଆପଣ କେଉଁ ପ୍ରକାର ବ୍ୟକ୍ତିଙ୍କୁ କିପରି ବଶରେ ରଖି ପାରିବେ ତାହା କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ଆପଣ ଜଣେ ଲୋଭି ବ୍ୟକ୍ତିଙ୍କୁ ଉପହାର ଦେଇ, ଜଣେ କଠୋର ବ୍ୟକ୍ତିଙ୍କୁ ହାତ ଯୋଡ଼ି, ଜଣେ ମୂର୍ଖ ବ୍ୟକ୍ତିଙ୍କୁ ସମ୍ମାନ ଦେଇ ଓ ଜଣେ ବିଦ୍ୱାନ ବ୍ୟକ୍ତିଙ୍କୁ ସତ୍ୟ କଥା ପ୍ରକାଶ କରି ସନ୍ତୁଷ୍ଟ କରି ପାରିବେ ।

ବନ୍ଧୁଗଣ ଆଶା କରୁଛି ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ଧନ୍ୟବାଦ