ରିୟାଙ୍କ ଅଭିଯୋଗ, ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଜଣେ ସମଲିଙ୍ଗି, ସେ ମୋ ସହ ରାତିରେ ଶାରିରୀକ ସମ୍ପର୍କ ବନେଇବାକୁ….

ସୁଶାନ୍ତ ସିଂହ ରାଜପୁତ ଙ୍କ ମାମଲାରେ ଦିନକୁ ଦିନକୁ କିଛି ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଛି । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କୁ ମୁଖ୍ୟ ଆରୋପି ରୂପରେ ଗ୍ରହଣ କରା ଯାଇ ତାଙ୍କୁ ପଚରା ଉଚରା ଚାଲିଛି । ଅନ୍ୟ ପଟେ ରିୟା ମଧ୍ୟ ସୁଶାନ୍ତଙ୍କ ଦୁଇ ଭଉଣୀ ଓ ଡାକ୍ତର ତରୁଣ କୁମାର ଙ୍କ ନାଁ ରେ FIR ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି କି ସୁଶାନ୍ତଙ୍କ ଦୁଇ ଭଉଣୀ ନିତୁ ଓ ପ୍ରିୟଙ୍କା ଓ ଡାକ୍ତର ତରୁଣ କୁମାର ଭୁଲ ମେଡିସିନ ପ୍ରେସକ୍ରିପ୍ସନ କରି ସୁଶାନ୍ତଙ୍କୁ ଖାଇବାକୁ ଦେଉଥିଲେ ।

ଏହା ବ୍ୟତୀତ ପ୍ରିୟଙ୍କାଙ୍କ ନାଁ ରେ ଆଉ ଏକ ବଡ ସଙ୍ଗିନ ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ସେ ଅଭିଯୋଗ କରିଛନ୍ତି କି ପ୍ରିୟଙ୍କା ଜଣେ ସମଲିଙ୍ଗି ଅଟନ୍ତି । ସେ ନିଜ FIR ରେ ଦର୍ଶାଇଛନ୍ତି କି ପ୍ରିୟଙ୍କା 2019 ରେ ତାଙ୍କୁ ଖରାପ ଭାବରେ ଚୁଇଁଥିଲେ ଓ ତାଙ୍କ ସହିତ ଶାରିରୀକ ସମ୍ପର୍କ ବନାଇବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ରିୟାଙ୍କର ଏହି ଅଭିଯୋଗ ପରେ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରିଥିଲା । ତେବେ ରିୟାଙ୍କର ଏହି ଅଭିଯୋଗ କେତେ ଦୂର ସତ ତାହା ତ ଜଣା ନାହିଁ କିନ୍ତୁ ପ୍ରିୟଙ୍କା ଙ୍କ ବିରୁଦ୍ଧରେ ଏହି ମାମଲା ଏବେ ଚର୍ଚ୍ଚାରେ ରହିଛି । ଏହି ମାମଲାକୁ ମୁମ୍ବାଇ ପୋଲିସ CBI କୁ ହସ୍ତାନ୍ତର କରି ଦେଇଛି ।

ଅନ୍ୟ ପଟେ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ରିୟାଙ୍କୁ ଡ୍ରଗ୍ସ କିଣିବା, ବିକିବା ଓ ବ୍ୟବହାର କରିବା ଅଭିଯୋଗରେ ଗିରଫ କରି ନେଇଛନ୍ତି । ଖବର ଅନୁସାରେ ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେବା କଥା ସ୍ଵୀକାର କରି ନେଇଛନ୍ତି । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏଥିରେ ପ୍ରତିଦିନ କିଛି ନୂଆ ନୂଆ ମୋଡ ଆସୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।