ଅନୁଭବ ଓ ବର୍ଷା ଙ୍କ ବିବାଦରେ ମୁହଁ ଖୋଲିଲେ ସୁର ରାଉତରାୟ, କହିଲେ ଦୁହିଁଙ୍କୁ ଗୋଟିଏ ରୁମରେ….

ଏବେ ସବୁଠାରେ ଅନୁଭବ ଓ ବର୍ଷାଙ୍କ ଯୋଡି ଚର୍ଚ୍ଚାରେ ରହିଛି । ଦୁହେଁ ଦୁହିଙ୍କ ବିରୁଦ୍ଧରେ କୋର୍ଟ ର ଦ୍ଵାରସ୍ତ ହୋଇଛନ୍ତି । ଏବେ ଏସବୁ ମଧ୍ୟରେ ସୁର ରାଉତରାୟ ଦେଇଛନ୍ତି ତାଙ୍କର ମଜାଦାର ପ୍ରତିକ୍ରିୟା । ବିରୋଧୀ ଦଳର ନେତା ହୋଇ ମଧ୍ୟ ସେ ଚାହିଞ୍ଚନ୍ତି ଅନୁଭବ ଓ ବର୍ଷା ଏକାଠି ହୁଅନ୍ତୁ । ତେବେ ଚାଲନ୍ତୁ ଜାଣିବା କଣ କହିଲେ ସୁର ରାଉତରାୟ । ସେ କହିଛନ୍ତି କି ଦୁଇ ଜଣ ଯାକ ଏକାଠି ହେବା ଦରକାର । ଦୁଇ ଜଣ ଯାକ ମିଛ ଡ୍ରାମା କରୁଛନ୍ତି ।

ଏତେ ଫେମସ ସେଲିବ୍ରିଟି ହୋଇ ମଧ୍ୟ, ଧନୀ ଘରର ପିଲା ହୋଇ ମଧ୍ୟ କାହିଁକି ଅଯଥା କଳି ଝଗଡା କରୁଛ ? ସେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରିବା ସହ କାହିଁକି ସବୁ ଏମିତି ହେଉଛ? ଭୁଲ୍ ବୁଝାମଣା ଦୂର କରି ସଂସାର କର ବୋଲି କହିଛନ୍ତି ।

ଆତ୍ମ ସମ୍ମାନ ପାଇଁ ଯୁବ ସମାଜ ପାଇଁ ଘର ଭିତରେ ଯାହା ହବା କଥା ହୁଅ, ଘର କଳି ବାହାରକୁ ଆଉ ଆଣନି । ସେ ଆହୁରି ମଧ୍ୟ କହିଛନ୍ତି କି ଗୋଟିଏ ରୁମ ରେ ପଶି କବାଟକୁ ଭିତରୁ ଦେଇ ଦିଅନ୍ତୁ , ତା’ ଭିତରେ ଯାହା ହେବା କଥା ରମ୍ପା ରମ୍ପି ହେଇ ଯାଅନ୍ତୁ ।ଏବଂ ବାହାରକୁ ଆସି ଜନସାଧାରଙ୍କୁ କ୍ଷମା ମାଗନ୍ତୁ ଓ ଏବେ ଆମ ସଂସାରକୁ ଠିକ୍ ଠାକ ଚଲାଇବାକୁ ସ୍ୱାମୀ ଓ ସ୍ତ୍ରୀ ହୋଇ ରହିବୁ ବୋଲି କୁହନ୍ତୁ ।

ଦୁହେଁ ଭଲ ପରିବାରରେ ଜନ୍ମ, ସ୍ଵାମୀ ଜଣେ ସାଂସଦ ଓ ସ୍ତ୍ରୀ ଭଲ ଅଭିନେତ୍ରୀ, ତେବେ ଘର କଳି ପଦାକୁ ଆଣି କାହିଁକି ଶସ୍ତା ହେଉଛ । ଛାତ୍ର ସମାଜ, ମହିଳା ସମାଜ, ଯୁବ ସମାଜକୁ ଅପମାନିତ କରୁଛ । ଅନୁଭବ ମହାନ୍ତି ଓ ବର୍ଷା ଏକାଠି ହୋଇ ଯାଅନ୍ତୁ ବୋଲି ସେ ନିଜର ଇଚ୍ଛା ଜାହିର କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।