ବାହାଘର ଦିନ ସନ୍ତାନ ଜନ୍ମ ଦେଲେ କନ୍ୟା, ଆଉ ତା’ପରେ ଯାହା ହେଲା…ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ନିଜ ବାହାଘର ଦିନକୁ ଏକ ମଧୁର ସ୍ମୃତି ଭାବେ ସାଇତି ରଖିବାକୁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ପୁଅ ହୁଅନ୍ତୁ ଅବା ଝିଅ ଏହିଦିନକୁ ସ୍ମରଣୀୟ କରିବା ପାଇଁ ଚେଷ୍ଟା କରିଥାନ୍ତି । ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ପାରେନାହିଁ । କିଛି ଲୋକଙ୍କ ପାଇଁ ଏହିଦିନ ମଧୁର ସ୍ମୃତି ହୋଇ ରହିଥିବା ବେଳେ ଆଉ କିଛି ଲୋକଙ୍କ ପାଇଁ ଏହା ତିକ୍ତ ଅନୁଭୂତି ନେଇଆସେ । ହେଲେ ଆଜି ଆମେ ଏମିତି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ସେମାନଙ୍କ ପାଇଁ ଆଣି ଦେଇଛି ଏକ ଭିନ୍ନ ଧରଣର ଅନୁଭୂତି ।

କଥାଟା ଆପଣଙ୍କୁ ଟିକିଏ ଅଡୁଆ ଲାଗିପାରେ ହେଲେ ଏକଥା ବିଲକୁଲ ସତ୍ୟ ଅଟେ । କାରଣ ନିଜ ବାହାଘର ଦିନ ହିଁ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏହା ଘଟିଛି ସ୍କଟଲ୍ୟାଣ୍ଡର ଷ୍ଟର୍ଲିଙ୍ଗସାୟାର ଅଞ୍ଚଳରେ । ରେବେକା ମ୍ୟାକମିଲର ନାମ୍ନୀ ଜଣେ ହେୟାରଡ୍ରେସରଙ୍କ ବାହାଘର ତାଙ୍କ ପ୍ରେମିକ ନିକ୍ ଲିଥମଙ୍କ ସହ ହେବାର ଥିଲା । ବିବାହ ଦିନ ସ୍ଥିର ହେବା ସହ ବିବାହ ପାଇଁ ମ୍ୟାରେଜ ହଲ୍ ମଧ୍ୟ ବୁକିଂ ସରିଥିଲା ।

ସମସ୍ତ ଅତିଥିଙ୍କୁ ପୂର୍ବରୁ ନିମନ୍ତ୍ରଣ କରା ଯାଇଥିବା ବେଳେ ବାହାଘର ଦିନ ଅଧିକାଂଶ ଅତିଥି ମ୍ୟାରେଜ ହଲ୍ ରେ ମଧ୍ୟ ପହଞ୍ଚି ଯାଇଥିଲେ । କିନ୍ତୁ ବିବାହ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ରେବେକାଙ୍କର ପ୍ରଶାନ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ତାଙ୍କୁ ସେଠାରୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା ଓ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଯାହାପରେ ବିବାହ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ବାତିଲ କରିଦିଆ ଯାଇଥିଲା ।

ଅତିଥି ମାନଙ୍କୁ ଏହି ଖବର ଦେବା ପରେ ସେମାନେ ଫେରି ଯାଇଥିଲେ । ବିବାହ ଦିନ ସନ୍ତାନ ଜନ୍ମ ହେବା ଫଳରେ ସେହି ଦମ୍ପତ୍ତିଙ୍କୁ ପ୍ରାୟ ୧୨ ଲକ୍ଷର କ୍ଷତି ସହିବାକୁ ପଡିଛି । ୩୬ ବର୍ଷୀୟ ନିକ୍ ଓ ୩୨ ବର୍ଷୀୟ ରେବେକା ଦୀର୍ଘ ୫ ବର୍ଷ ଧରି ପରସ୍ପରକୁ ଡେଟିଙ୍ଗ କରିବା ପରେ ଗତ ବର୍ଷ ଜୁଲାଇରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । ରେବେକା ଗର୍ଭବତୀ ଥିବାବେଳେ ଡାକ୍ତର ଜୁନ ୨୦ରେ ଡେଲିଭେରି ତାରିଖ ଦେଇଥିଲେ ।

ହେଲେ ଏହାର ମାସେ ଆଗରୁ ସେମାନଙ୍କ ବାହାଘର ଦିନ ଅର୍ଥାତ ମେ ୨୧ ତାରିଖରେ ତେବେକା ସନ୍ତାନ ପ୍ରସବ କରିଥିଲେ । ଏଥିପାଇଁ ଯଦ୍ୟପି ସେମାନଙ୍କ ମ୍ୟାରେଜ ଫଙ୍କସନ ବାତିଲ ହେବା ସହ ଅନେକ ଟଙ୍କାର କ୍ଷତି ମଧ୍ୟ ସହିବାକୁ ପଡିଛି, ତଥାପି ସନ୍ତାନ ଜନ୍ମ ଖୁସି ଆଗରେ ଏହା କିଛି ନୁହେଁ କହିଛନ୍ତି ଏହି ପ୍ରେମୀଯୁଗଳ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।