ବିଛା ରାଶି (Scorpio) June 2022 ମାସିକ ରାଶିଫଳ, ମାସଟି କେମିତି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ଗ୍ରହ ମାନଙ୍କ ଚଳନ ଓ ସ୍ଥିତି ଉପରେ ବ୍ୟକ୍ତିଙ୍କ ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । କାରଣ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ପ୍ରତ୍ଯେକ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ଜୁନ ମାସରେ ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ବିଛା ରାଶି ଉପରେ ଗ୍ରହଙ୍କ ପରିବର୍ତ୍ତନର କଣ ପ୍ରଭାବ ପଡିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ତାହା କହିବୁ ।

ବିଛା ରାଶିର ଲୋକମାନେ ପରିବାର ଓ ସନ୍ତାନ ପ୍ରିୟ ହୋଇଥାନ୍ତି । ଏମାନେ କଥା ଅପେକ୍ଷା କର୍ମକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ବିଛା ରାଶି ପାଇଁ ଶୁଭ ରଙ୍ଗ ହେଉଛି ନାଲି ରଙ୍ଗ । ଶୁଭ କାର୍ଯ୍ୟରେ ଏହି ରଙ୍ଗର ବସ୍ତ୍ର ପିନ୍ଧିପାରିବେ କିମ୍ବା ଏହି ଏହି ର୍ନାଗର ବସ୍ତୁ ପ୍ରୟୋଗ କରିପାରିବେ । ରାଶିର ଶୁଭବାରା ହେଉଛି ମଙ୍ଗଳବାର । ଶୁଭଦେବତା ହେଉଛନ୍ତି ଶିବ, ଭୈରବ ଓ ହନୁମାନ ଏବଂ ଶୁଭଦେବୀ ହେଉଛନ୍ତି ମା ମଙ୍ଗଳା ।

ବ୍ରତ ଉପବାର ବାର ହେଉଛି ମଙ୍ଗଳବାର । ଏହିଦିନ ଉପବାସ କରି ଯାହାବି ମାନସିକ ରଖିବେ ତାହା ପୂର୍ଣ୍ଣ ହେବ । ରାଶିର ଶୁଭ ସଂଖ୍ୟା ହେଉଛି ୯ । ପ୍ରତ୍ଯେକ ଇଂରାଜୀ ମାସର ୯, ୧୮ ୦ ୨୭ ତାରିଖ ଶୁଭ ଅଟେ । ଦେଖିବାକୁ ଗଲେ ବିଛା ରାଶିର ଲୋକଙ୍କ ପାଇଁ ୨୦୨୨ ଜୁନ ମାସଟି ବିଶେଷ ଶୁଭଦାୟକ ନୁହେଁ ।

କିନ୍ତୁ କିଛି କ୍ଷେତ୍ରରେ ଆପଣଙ୍କ ପାଇଁ ସଫଳତା ନେଇ ଆସିବ । ଚାକିରି ଓ କାରବାରରେ ସଫଳତା ମିଳିବ ଓ ବ୍ୟବସାୟରେ ଖାସ ବିକାଶ ହେବ । ବିଦ୍ୟାର୍ଥୀଙ୍କ ପାଇଁ ମଧ୍ୟ ମାସଟି ଉତ୍ତମ ଅନୁକୂଳ ରହିବ । କ୍ଯାରିୟର ଦୃଷ୍ଟିରୁ ମାସଟି ଉତ୍ତମ ଫଳଦାୟକ ସାବ୍ୟସ୍ତ ହେବ ଓ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଆସିବ । ବାଣିଜ୍ୟ ବ୍ୟବସାୟରେ ନିବେଶ କରିବାର ନିର୍ଣ୍ଣୟ ସଫଳ ସିଦ୍ଧ ହେବ । ଭାଗୀଦାରୀ ବ୍ୟବସାୟରେ ମଧ୍ୟ ଆପଣ ଲାଭବାନ ସିଦ୍ଧ ହେବେ ।

କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକରୁ ଅଧିକ ପରିଶ୍ରମ କରିବାକୁ ପଡିବ । କିନ୍ତୁ ପରିଶ୍ରମର ସକରାତ୍ମକ ଫଳ ପ୍ରାପ୍ତ ହେବ । କର୍ମସ୍ଥଳରେ ଉତ୍ତମ ପ୍ରଦର୍ଶନ କରି ଆପଣ ପ୍ରଶଂସାର ପାତ୍ର ହେବେ । ନୂଆ ରୋଜଗାର ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଉତ୍ତମ ରୋଜଗାରର ସ୍ରୋତ ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ସାମାନ୍ଯ ରହିବ ।

ବ୍ୟବସାୟରେ ଧନପ୍ରାପ୍ତି ହେବ ଓ କୌଣସି ସ୍ରୋତରୁ ଆକସ୍ମିକ ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି । କିନ୍ତୁ ଅଯଥା ଖର୍ଚ୍ଚରୁ ବଞ୍ଚିତ ରୁହନ୍ତୁ । ପ୍ରେମ ଜୀବନ ମଧ୍ୟ ସାମାନ୍ଯ ରହିବ । ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପରିବାର ଓ କୋର୍ଟ କଚେରୀ ମାମଲାରେ ସମସ୍ଯା ବୃଦ୍ଧି ପାଇପାରେ । ତେଣୁ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ବୁଝି ବିଚାରୀ କାର୍ଯ୍ୟ କରନ୍ତୁ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ । ଆପଣଙ୍କ ପାଇଁ ପ୍ରତିକାରକ ହେଲା ପ୍ରତ୍ଯେକ ମଙ୍ଗଳ ବାର ଦିନ ହନୁମାନ ମନ୍ଦିର ନିଶ୍ଚୟ ଯାଆନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ । ଛୋଟପିଲାଙ୍କୁ ମଧ୍ୟ କିଛି ମିଠାଜାତୀୟ ଖାଦ୍ଯ ଖାଇବାକୁ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।