Varsha-Anubhav ବିବାଦରେ ଆଉ ଏକ ନୂଆ ଟ୍ଵିଷ୍ଟ, Varsha ଙ୍କୁ Anubhav ଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଷ୍ଟାର ଦମ୍ପତ୍ତି ବର୍ଷା ଓ ଅନୁଭବଙ୍କ ମାମଲାକୁ ନେଇ କୋର୍ଟ ଆଜି ଆଉ ଏକ ଶୁଣାଣି କରିଛନ୍ତି । ଗତ ଦୁଇ ବର୍ଷ ହେଲା ଚର୍ଚ୍ଚାରେ ରହି ଆସିଛି ଏହି ଷ୍ଟାର ଦମ୍ପତ୍ତିଙ୍କ ବିବାଦ । ଅନୁଭବ ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ । କିନ୍ତୁ ବର୍ଷା ଅନୁଭବଙ୍କୁ ଛାଡପତ୍ର ନଦେଇ ସ୍ଵାମୀଙ୍କ ସହ ରହିବାକୁ ଚାହୁଁଛନ୍ତି ବୋଲି ଆବେଦନ କରିବା ପରେ ଗତ ଦୁଇବର୍ଷ ହେଲା ଅନୁଭବଙ୍କ ଘରେ ରହି ଆସୁଛନ୍ତି । ସେପଟେ ଅନୁଭବଙ୍କ ପରିବାର କିନ୍ତୁ ଘରଛାଡି ବାହାରେ ଘରଭଡା ନେଇ ରହୁଛନ୍ତି ।

ସେମାନେ ନିଜ ଘରକୁ ଫେରିବାକୁ ଚାହୁଁଥିଲେ ସୁଦ୍ଧା ଫେରି ପାରୁନାହାନ୍ତି । ଯାହା ତାଙ୍କୁ ଖୁବ ବାଢୁଛି ବୋଲି ଅନୁଭବ ଅନେକ ଥର କହିଛନ୍ତି । ତାଙ୍କ ବାପାମା ବୃଦ୍ଧ ହେଲେଣି ଓ ତାଙ୍କ ଦେହ ମଧ୍ୟ ଅସୁସ୍ଥ ରହୁଛି ତେଣୁ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ତେବେ ଏନେଇ ଅନୁଭବ କୋର୍ଟରେ ପିଟିସନ ଦେଇଥିବା ବେଳେ ଆଜି ଏସଡ଼ିଜେଏମ କୋର୍ଟ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି । ତେଣୁ କୋର୍ଟ ବର୍ଷା ପ୍ରିୟଦର୍ଶିନୀକୁ ଅନୁଭବ ମହାନ୍ତିଙ୍କ ଘର ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଭବଙ୍କ କଟକସ୍ଥିତ ଘରେ ବର୍ଷା ଏବେ ଯାଏଁ ରହି ଆସୁଛନ୍ତି । ତେଣୁ ବର୍ଷା ଏବେ ଅନୁଭବଅଙ୍କ ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷା ଏବେ କେଉଁଠାରେ ରହିବେ ଓ ତାଙ୍କ ରହଣି ଏବଂ ଭରଣପୋଷଣ ପାଇଁ ଅନୁଭବଙ୍କୁ କଣ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତାହା ଏ ପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ ।

କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷାଙ୍କୁ ଏବେ ଅନୁଭବଙ୍କ ଘର ଛାଡିବାକୁ ପଡିବ । ନିକଟରେ ଅନୁଭବଙ୍କ ଭିଡିଓକୁ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ବର୍ଷା ଥାନାକୁ ଯିବା ପରେ କୋର୍ଟର ଦ୍ଵାରସ୍ଥ ହୋଇଥିଲେ । କୋର୍ଟ ମଧ୍ୟ ଅନୁଭବ ଏବଂ ବର୍ଷା ଉଭୟ ସୋସିଆଲ ମିଡିଆରେ ଭିଡିଓ ଜାରି କରି ପରସ୍ପର ବିରୋଧରେ କିଛି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ତେବେ ବର୍ତ୍ତମାନ ଅନୁଭବଙ୍କର ଏକ ପ୍ରକାର ବିଜୟ ହୋଇଛି । ସେ ତାଙ୍କ ଘରକୁ ଫେରିବାକୁ କୋର୍ଟକୁ ଦେଇଥିବା ପିଟିସନ ମାନ୍ୟବର କୋର୍ଟ ଗ୍ରହଣ କରିଛନ୍ତି । ତେବେ ବର୍ଷା ଏନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।