ନିଶାର ଅଭ୍ୟାସରେ ଏହି ୪ ଜଣ ଷ୍ଟାର ନିଜେ ହିଁ କରିଲେ ନିଜ କ୍ୟାରିୟରକୁ ବର୍ବାଦ, ଜଣେ ତ ସିଧା ଆକାଶରୁ ଖସି ମାଟିରେ…

ମଦ ଏବଂ ଖରାପ ଅଭ୍ୟାସ ଦ୍ଵାରା ସାଧାରଣ ଲୋକ ମାନଙ୍କୁ ବହୁତ କିଛି ସହିବାକୁ ପଡିଥାଏ । ଏବଂ ବହୁତ ପରିବାର ନିଶା କାରଣରୁ ନିଜର ସବୁକିଛି ହାରାଇ ଦିଅନ୍ତି । କିନ୍ତୁ ବହୁତ ଲୋକମାନେ ନିଜର କ୍ୟାରିୟରକୁ ବି ନଷ୍ଟ କରି ଦିଅନ୍ତି । କ୍ୟାରିୟର ନଷ୍ଟ କରିବା ମଧ୍ୟରେ ସାଧାରଣ ଲୋକମାନଙ୍କ ଛଡା ବଲୀଉଡର ଷ୍ଟାରମାନେ ବି ଅଛନ୍ତି ।

ବଲୀଉଡରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନଙ୍କର କ୍ୟାରିୟର ଭଲରେ ଆରମ୍ଭ ହେଲା କିନ୍ତୁ ଧୀରେ ଧୀରେ ଯେମିତି ସେମାନେ ନିଶା କରିବାକୁ ଲାଗିଲା ସେମିତି ହିଁ ତାଙ୍କର କାରିୟର ବି ତଳକୁ ଖସିବାକୁ ଲାଗିଲା । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ନିଶା ଅଭ୍ୟାସ ଦ୍ଵାରା ଏହି ଷ୍ଟାରମାନେ ନିଜ କ୍ୟାରିୟରକୁ କରିଦେଲ ବର୍ବାଦ

ଅମୀଷା ପଟେଲ

ଫିଲ୍ମ “କହୋ ନା ପ୍ଯାର ହୈ ଏବଂ ଗଦର ଏକ ପ୍ରେମ କଥା” ଭଳି ବ୍ଲକବସ୍ଟର୍ସ ଫିଲ୍ମ ଦେଇଥିବା ଅଭିନେତା ଅମୀଷା ପଟେଲ ବି ବଲୀଉଡରୁ ଅଚାନକ ଗାୟବ ହୋଇଗଲେ । ଅମୀଷା ପଟେଲ ନିଜର ସୁନ୍ଦରତା ଦ୍ଵାରା ବହୁତ ଲୋକଙ୍କର ହୃଦୟ ଜିତିଛନ୍ତି । କିନ୍ତୁ ତାଙ୍କର କ୍ୟାରିୟର ସେତେବେଳେ ଖରାପ ହେବାକୁ ଲାଗିଲା ଯେତେବେଳେ ତାଙ୍କୁ ମଦର ଅଭ୍ୟାସ ହୋଇଗଲା ।

ଅମୀଷା ପଟେଲ ନିଜର କ୍ୟାରିୟରକୁ ନିଜେ ହିଁ ବର୍ବାଦ କରିଲେ ଏବଂ ତାଙ୍କୁ ଏହି କଥାର ପଶ୍ଚାତାପ ବି ଅଛି ।

ହନୀ ସିଂହ

ଦେଶକୁ ଅନେକ ରୈପ ଗୀତ ଦେଇଥିବା ଆପଣଙ୍କର ୟୋ ୟୋ ହନୀ ସିଂହ ବି ନିଶା କାରଣରୁ ନିଜର ଭଲ କ୍ୟାରିୟରକୁ ନଷ୍ଟ କରିଦେଇଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ ସମସ୍ତେ ତାଙ୍କ ସହିତ କାମ କରିବା ପାଇଁ ଚାହୁଁଥିଲେ । ସବୁ ବଡ ବଡ ଫିଲ୍ମରେ ହନୀ ସିଂହଙ୍କର ଗୋଟିଏ ଗୀତ ନିଶ୍ଚିତ ରହୁଥିଲା । କିନ୍ତୁ କିଛି ବର୍ଷ ହେବ ସେ ଗାୟବ ହୋଇଯାଇଛନ୍ତି ।

ଗତ ମାସରେ ହିଁ ହନୀ ସିଂହ ପୁଣିଥରେ ଫେରିଛନ୍ତି କିନ୍ତୁ ତାଙ୍କୁ ବର୍ତ୍ତମାନ ସ୍ଵୀକାର କରିବା ଲୋକମାନଙ୍କୁ ଟିକେ କଷ୍ଟ ହେବ ।

ମମତା କୁଲକର୍ଣୀ

ଆମିର ଖାନ, ସଲମାନ ଖାନ ଏବଂ ଗୋବିନ୍ଦା ଭଳି ବଡ ବଡ ଷ୍ଟାର ମାନଙ୍କ ସହ କାମ କରିସାରିଥିବା ମମତା କୁଲକର୍ଣୀଙ୍କ ସହିତ ବି ଏମିତି କିଛି ସୀନ ହୋଇଥିଲା । ୯୦ ଦଶକରେ କେତେକ ହିଟ ଫିଲ୍ମ ଦେବା ପରେ ତାଙ୍କୁ ନିଶାର ଅଭ୍ୟାସ ହୋଇଗଲା । ଯାହା ଦ୍ଵାରା ତାଙ୍କର କ୍ୟାରିୟର ବୁଡିବାକୁ ଲାଗିଲା ଏବଂ ସେ ଅଣ୍ଡରୱୋର୍ଲ୍ଡ ସହିତ ଯୋଡିହୋଇଗଲେ । ଧୀରେ ଧୀରେ ତାଙ୍କର ପରିଚୟ ବଲୀଉଡରୁ ଶେଷ ହେବକୁ ଲାଗିଲା ଏବଂ ତାଙ୍କୁ ସନ୍ୟାସୀ ରୂପରେ ବି ଦେଖାଯାଇଛି ।

ପୂଜା ଭଟ୍ଟ

ଫିଲ୍ମ “ଡୈଡୀ”ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପୂଜା ଭଟ୍ଟଙ୍କ ସହିତ ବି କିଛି ଏହିଭଳି ହୋଇଛି । ସେ ନିଜର ଏକ ଇଣ୍ଟରଭିୟୁରେ କହିଛନ୍ତି କି ୧୬ ବର୍ଷ ବୟସରେ ସେ ପ୍ରଥମ ଥର ମଦ ପିଇଥିଲେ ଏବଂ ୨୩ ବର୍ଷ ବୟସରେ ସେ ପ୍ରଥମ ଥର ସିଗ୍ରେଟ ପିଇଥିଲେ । ଧୀରେ ଧୀରେ ତାଙ୍କର ଫୋକସ ଫିଲ୍ମରୁ ହଟିବାକୁ ଲାଗିଲା ଏବଂ ସେ ଇଣ୍ଡଷ୍ଟ୍ରିରେ ଫ୍ଲପ ହୋଇଗଲେ ।

କିନ୍ତୁ ପରେ କିଛି ଫିଲ୍ମରେ ସେ ନିର୍ଦେଶନା ଦେଇ ନିଜକୁ ସମ୍ଭାଳି ନେଇଛନ୍ତି ଏବଂ ବର୍ତ୍ତମାନ ସେ ବହୁତ କମ ନିଶା କରୁଛନ୍ତି କିମ୍ବା କରନ୍ତି ନାହିଁ ।