ଚାକିରି ସମସ୍ଯା ଥିଲେ କରନ୍ତୁ ଏହି ଉପାୟ, ପଢନ୍ତୁ ଆଜିର 20 + ଅନୁଚିନ୍ତା

ଆପଣ ମାନେ ଜାଣିଥିବେ ବହୁତ ପିଲାମାନେ ପାଠ ପଢାସାରି ବେକାର ହୋଇ ବୁଲୁଛନ୍ତି । ବର୍ତମାନ ସମୟରେ ଚାକରି ସମସ୍ୟା ସବୁ ଜାଗାରେ ଦେଖାଯାଉଛି । ଯଦି ଆପଣଙ୍କର ଚାକିରି ନହେଉଛି ଆଜି ଆମେ ଆପଣଙ୍କୁ କିଛି ନୂଆ ଉପାୟ କହିବାକୁ ଯାଉଛୁ । ଯଦି ମାସର ପ୍ରଥମ ସୋମବାର ଦିନ ଖଡିଏ ଧଳା କପଡାରେ ଅରୁଆ ଚାଉଳ ବାନ୍ଧି କାଳି ମନ୍ଦିରରେ ଅର୍ପଣ କଲେ ଚାକିରି ପାଇଁ ଆସୁଥିବା ବାଧା ସବୁ ଦେଉରେଇ ଯିବ ।

ଚାକିରି ପାଇଁ କୌଣସି ସ୍ଥାନକୁ ଯାଉଛନ୍ତି ତେବେ ଯିବା ପୂର୍ବରୁ ହନୁମାନ ଚାଳିଶା ପାଠ କରି ଗଲେ ମଙ୍ଗଳ ହୋଇଥାଏ । ଯଦି ମନ ପସନ୍ଦର ଚାକିରିଟିଏ କରିବାକୁ ଇଛା ଥାଏ ତେବେ ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ମନ୍ଦିରରେ ଓଁ ସଂ ଶନିଶ୍ଚରାୟ ନମଃ । ପ୍ରତ୍ୟକ ଦିନ କ୍ଷୀରରେ ଶିବ ଲିଙ୍ଗଙ୍କୁ ଅଭିଷେକ କରାଇ ଅକ୍ଷତ ଚଢାଇଲେ ଚାକିରି ପାଇବା ବହୁତ ସମ୍ଭାବନା ଥାଏ ।

ଯେଉଁ ଲୋକେ ଚାକରିର ଖୋଜୁଥାନ୍ତି ସେମାନେ ହନୁମାନ ଏକ ପର୍ବତ ଉଠାଇ ଉଡିବାର ଫୋଟକୁ ନିଜ ଘରେ ରଖି ପୂଜା କରିବା ଦ୍ଵାରା ବହୁତ ମଙ୍ଗଲ ହୋଇଥାଏ ।

ଗଣେଶ ପୂଜା ଦିନ ଡାହାଣ ଆଡକୁ ଶୁଣ୍ଡଥିବା ଗଣେଶଙ୍କ ଫୋଟୋ ଘରେ ରଖି ପୂଜା କରିବା ଦ୍ଵାରା ଚାକିରି ସମସ୍ୟା ବହୁତ ଶୀଘ୍ର ଦୂର ହୋଇଥାଏ ।

ଆପଣ ଭଲ ଚାକିରି କରିବାକୁ ଇଛା ରଖିଥିଲେ ବା କୌଣସି ଅଫିସକୁ ଇଣ୍ଟେରଭିଉ ଦେବା ପାଇଁ ଯାଉଛନ୍ତି ତେବେ ଆପଣ ମନରେ ଓଁ ଉଚ୍ଚାରଣ କଲେ ବହୁତ ମଙ୍ଗଳ ହୋଇଥାଏ ।

ଆପଣ ଏକ ନୂଆ ଜାଗାକୁ ଇଣ୍ଟେରଭିଉ ଦେବାକୁ ଯାଉଛନ୍ତି ତେବେ ଆପଣ ଯିବା ପୂର୍ବରୁ ପାଣିରେ ଅଳ୍ପ ହଳଦୀ ପକାଇ ଗାଧୋଇବା ଦ୍ଵାରା ଶୁଭ ହୋଇଥାଏ ।

କୌଣସି ଏକ ସ୍ଥାନକୁ ଇଣ୍ଟେରଭିଉ ଦେବାକୁ ଯାଉଛନ୍ତି ଆପଣ ଚାହୁଛନ୍ତି ସେହି ଚାକିରି ଆପଣଙ୍କୁ ହିଁ ମିଳୁ ତେବେ ଆପଣ ଯିବା ପୂର୍ବରୁ ଗାଈକୁ ଗୁଡ ସହିତ ଏକ ଅଟା ରୁଟି ଖାଇବାକୁ ଦେଲେ ବହୁତ ମଙ୍ଗଳ ହୋଇଥାଏ ।

ରବିବାର ଦିନ ଛାଡି ଅନ୍ୟ ଦିନ ମାନଙ୍କରେ ଓସ୍ଥ ଗଛ ମୂଳରେ ଜଳ ଦେବା ଦ୍ଵାରା ମଙ୍ଗଳ ହୋଇଥାଏ । ଏବଂ ଚାକିରି ପାଇଁ ହେଉଥିବା ଅସୁବିଧା ଓ ସମସ୍ୟା ସବୁ ଦୂରେଇ ଯିବ ।

ଆପଣ ନୂଆ ଚାକିରି ପାଇଁ ଇଣ୍ଟେରଭିଉ ଦେବାକୁ ଯାଉଛନ୍ତି ତେବେ ପାଖରେ ଏକ ଲାଲୀ ରଙ୍ଗର ରୁମାଲ ବା କପଡା ରଖିଲେ ଶୁଭ ହୋଇଥାଏ ।

ଇଣ୍ଟେରଭିଉରେ ଊର୍ଣ୍ଣତି କରି ସେହି ଜାଗାରେ ଚାକିରି କରିବାକୁ ଇଛା ରଖିଛନ୍ତି ତେବେ ଆପଣ ସେଠାକୁ ଯିବା ପୂର୍ବରୁ ଗଣେଶଙ୍କୁ ସୁପାରି ଅର୍ପଣ କରି ଘରୁ ବାହାରିଲା ସମୟରେ ଡାହାଣ ପାଦ ପ୍ରଥମେ ପକାଇ ଯିବା ଦ୍ଵାରା ମଙ୍ଗଳ ହୋଇଥାଏ ।

କୌଣସି ଏକ ନୂଆ ଚାକିରି କରିବା ପାଇଁ ଚାହୁଛନ୍ତି ତେବେ ବେକରେ ଗୋଟିଏ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କଲେ ମଙ୍ଗଳ ହୋଇଥାଏ ।

ଆପଣ ଚାହୁଛନ୍ତି ନିଜର ମନ ମୁତାବକ ଚାକିରି ହେଉ ତେବେ ଆପଣ ଷୋମବାର ବ୍ରତ କରିବା ଉଚିତ, ଯାହା ଦ୍ଵାରା ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ।

ଯେଉଁ ମାନେ ଭଲ ଚାକିରି କରିବା ପାଇଁ ଚାହୁଛନ୍ତି ସେମାନେ ପ୍ରତ୍ୟେକ ଦିନ କଦଳୀ ଗଛକୁ ପୂଜା କଲେ ମଙ୍ଗଳ ହୋଇଥାଏ ।

ଚାକିରି ପାଇଁ ବାହାରକୁ ଯିବା ପାଇଁ ଚାହୁଥିଲେ ଯିବା ପୂର୍ବରୁ ଗୁରୁଜନଙ୍କୁ ପ୍ରଣାମ କରି ଗଲେ ଓ ରୁମାଳରେ ହଳଦୀ ଟିକେ ନେଇ ଗଲେ ମଙ୍ଗଳ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।