କଣ କରନ୍ତି ‘ଦବଙ୍ଗ’ IAS ବି. ଚନ୍ଦ୍ରକଳାଙ୍କର ସ୍ଵାମୀ ? ୯୦% ଲୋକ ତାଙ୍କ ସ୍ଵାମୀଙ୍କ ସତ୍ୟତା ଜାଣି ନାହାଁନ୍ତି

କିଛିଦିନ ପୂର୍ବରୁ ବୁଲନ୍ଦ ସହରର ଡ଼ିଏମ ଥିବା ବି. ଚନ୍ଦ୍ରକଳାଙ୍କର ଘରେ ସିବିଆଇ ଛାପା ମାରିଥିଲା ଯେଉଁଥିରେ ଚନ୍ଦ୍ରକଳାଙ୍କ ସହିତ ୧୨ ଟି ଜାଗାରେ ସିବିଆଇ ଛାପା ମାରିଥିଲା । ଏହି କାନୁନି କାର୍ଯ୍ୟ ୭ ବର୍ଷ ପୂର୍ବରୁ ହୋଇଥିବା ୟୁପିର ହମୀରପୁରରେ ଖଣିଜଦ୍ରବ୍ୟର ଘୋଟାଲାର ଯାଞ୍ଚ କରା ଯାଇଥିଲା । ଏବେ ଏହା ବିଷୟରେ ସୋସିୟାଲ ମିଡିଆରେ ବହୁତ ଚର୍ଚ୍ଚା ଚାଲିଛି କି ସେ କିଏ ଓ ତାଙ୍କର ସ୍ଵାମୀ କଣ କରନ୍ତି? ସେ କେବେ IAS ଅଫିସର ହୋଇଥିଲେ ।

ଉତ୍ତରପ୍ରଦେଶରେ ୨୦୧୭ ଆରମ୍ଭରେ ସମାଜବାଦୀ ପାର୍ଟି ର ସରକାର ଥିଲା ଓ ସେଠାର ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଥିଲେ । ସେତେବେଳେ ଚନ୍ଦ୍ରକଳା ରାଜ୍ୟର ସବୁଠୁ ଶକ୍ତିଶାଳୀ ଅଫିସରରେ ଗଣା ଯାଉଥିଲେ, ଏବେ ସେ ଦିଲ୍ଲୀ ରେ ରହୁଛନ୍ତି ଓ ସ୍ଵଚ୍ଛ ଭାରତ ମିଶନର ଡିରେକ୍ଟର ପଦରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ବହୁତ ଲୋକ ଜାଣିବାକୁ ଚାହାଁନ୍ତି କି କଣ କରନ୍ତି ‘ଦବଙ୍ଗ’ IAS ବି. ଚନ୍ଦ୍ରକଳାଙ୍କର ସ୍ଵାମୀ ? ତେବେ ଆସନ୍ତୁ ଜାଣିବା ବି. ଚନ୍ଦ୍ରକଳା ଓ ତାଙ୍କ ସ୍ଵାମୀଙ୍କ ବିଷୟରେ ।

କଣ କରନ୍ତି ‘ଦବଙ୍ଗ’ IAS ବି. ଚନ୍ଦ୍ରକଳାଙ୍କର ସ୍ଵାମୀ ?

ସୋସିୟାଲ ମିଡିଆରେ ମଧ୍ୟ ବି. ଚନ୍ଦ୍ରକଳା ବହୁତ ଫେମସ ଅଟନ୍ତି ଓ ଥରେ ସେ ମେଟ୍ରୋରେ ବସି ନିଜର ଏକ ଫୋଟୋ ଉଠାଇ ସୋସିୟାଲ ମିଡିଆରେ ସେୟାର କରିଥିଲେ ଯେଉଁଥିରେ ୭୬ ହଜାର ଲୋକ ଲାଇକ କଲେ,୪ ହଜାର କମେଣ୍ଟ କରିଥିଲେ ଓ ହାରାହାରି ୨୫୦୦ ଲୋକ ତାକୁ ସେୟାର କରିଥିଲେ । ଚନ୍ଦ୍ରକଳା ସବୁ ସୋସିୟାଲ ମିଡିଆ ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ଵିଟରରେ ଆକ୍ଟିଭ ରୁହନ୍ତି ।

ଯେବେ ସେ ମେରଟ, ବୁଲନ୍ଦ ଓ ମଥୁରା ଭଳି ସହରରେ କାର୍ଯ୍ୟରତ ଥିଲେ ସେତେବେଳେ ସେ ‘ଦବଙ୍ଗ ଲେଡି’ ନାମରେ ଚର୍ଚିତ ଥିଲେ ଓ ପ୍ରତ୍ୟେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସାଧାରଣ ଲୋକଙ୍କ ସାମ୍ନାରେ ଧମକାଇବାର ତାକତ ରଖିଥିଲେ । ସପା ସରକାର ସମୟରେ ବି . ଚନ୍ଦ୍ରକଳା ଏକ ଏମିତି ଅଫିସର ଥିଲେ ଯିଏ ସମସ୍ୟାର ନିବାରଣ ପାଇଁ ସଡକ ଉପରେ ଅଫିସର ମାନଙ୍କୁ ଗାଳି ମଧ୍ୟ କରୁଥିଲେ ଓ ଏଥିପାଇଁ କର୍ମଚାରୀମାନେ ନିଜ କାମ ଠିକ ଭାବରେ କରୁଥିଲେ ।

ଯେବେ ସେ କାର୍ଯ୍ୟରତ ଥିଲେ ସେତେବେଳେ ବିଜେପି ବିପକ୍ଷ ଦଳରେ ଥିଲା ଓ ସେ ବହୁତ ଥର ତାଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ବି ଊଠାଇଥିଲା ଓ କେବଳ ଏତିକି ନୁହେଁ ଚନ୍ଦ୍ରକଳା ମିଡିଆକୁ ବି ବହୁତ ଥର ଧ୍ୟାନ ଦିଅନ୍ତି ନାହିଁ । ପରେ ରାଜ୍ୟରେ ବିଜେପି ସରକାର ଗଢିଲା ଓ ତାଙ୍କୁ ଦିଲ୍ଲୀ ଟ୍ରାନ୍ସଫର କରିଦିଆଗଲା ।

କିଏ ଅଟନ୍ତି ଚନ୍ଦ୍ରକଳାଙ୍କର ସ୍ଵାମୀ

୩୮ ବର୍ଷର ବି.ଚନ୍ଦ୍ରକଳାଙ୍କର ଜନ୍ମ ତେଲେଙ୍ଗାନାର କରିମନଗରରେ ହୋଇଥିଲା । ସେଣ୍ଟ୍ରାଲ ସ୍କୁଲରୁ ସେ ଦ୍ଵାଦଶ ପର୍ଯ୍ୟନ୍ତ ପଢିଥିଲେ । ଏହା ପରେ ହାଇଦ୍ରାବାଦରୁ ଗ୍ରାଜୁଏସନ କରିଥିଲେ ଓ ଇକୋନୋମିକ୍ସରେ ପିଜିର ଡିଗ୍ରୀ ହାସିଲ କରିଥିଲେ । ପୋଷ୍ଟ ଗ୍ରାଜୁଏସନ ସେ ବିବାହ ପରେ କରିଥିଲେ କାରଣ ସେତେବେଳେ ତାଙ୍କ ଘର ଲୋକ ତାଙ୍କ ବିବାହ ଏ. ରାମୁଲୁଙ୍କ ସହିତ କରାଇଥିଲେ । ଏ. ରାମୁଲୁ ଏବେ ତେଲେଙ୍ଗାନାରେ ସରକାରୀ ବିଭାଗରେ ଇଞ୍ଜିନିୟର ଅଛନ୍ତି ।

ପୋଷ୍ଟ ଗ୍ରାଜୁଏସନ ପରେ ସିଏ ଆଇଏଏସ ପାଇଁ ପଢାପଢି କରିଥିଲେ, ଏବଂ ୨୦୦୮ ମସିହାରେ ତାଙ୍କୁ IAS ର ୟୁପି କେଡର ମିଳିଲା ଏବଂ ୟୁପି ର ମେରଟ ସହରରେ ନିଜର କାର୍ଯ୍ୟଭାରରେ ଲାଗିଥିଲେ। ଏହା ପରେ ତାଙ୍କର ବହୁତ ଜାଗା ବଦଳି ହୋଇଛି ଓ ସେ ଯେଉଁ ଜାଗା ଯାଇଛନ୍ତି ସେଠି ନିଜର ଏକ ଛାପ ଛାଡି ଆସିଛନ୍ତି। ଏମିତି କୁହାଯାଏ କି ସ୍ଵାମୀଙ୍କ ସହଯୋଗ ଓ ପ୍ରେରଣା କାରଣରୁ ସେ IAS କରି ପାରିଥିଲେ ଓ ଆଜି ଦୁହେଁ ସୁଖରେ ଜୀବନ କାଟୁଛନ୍ତି ।