ପ୍ରଥମ ଥର ପାଇଁ ଦେଖନ୍ତୁ ମଣିଷ ପରି ଦାନ୍ତ ଥିବା ବିଚିତ୍ର ମାଛ, ଥରେ ନ ଦେଖିଲେ ବିଶ୍ବାସ କରି ପାରିବେନି…

ଆମ ପୃଥିବୀ ଗୋଟିଏ ବହୁତ ସୁନ୍ଦର ଗ୍ରହ ଅଟେ । ଏଥିରେ ଅତି କ୍ଷୁଦ୍ରରୁ ନେଇ ବିଶାଳକାୟ ପର୍ଯ୍ୟନ୍ତ ପ୍ରତ୍ଯେକ ଆକାରର ଜୀବଜନ୍ତୁ ଦେଖିବାକୁ ମିଳେ । ସମସ୍ତେ ମିଶି ପୃଥିବୀ ଏବଂ ପ୍ରକୃତିକୁ ଆହୁରି ଅଧିକ ସୁନ୍ଦର ବନେଇଥାନ୍ତି ।

କିଛି ପ୍ରାଣୀ ଏପରି ଥାନ୍ତି ଯାହାଙ୍କୁ ନ ଦେଖିଲେ ବିଶ୍ବାସ କରି ହୁଏ ନାହିଁ କି ସତରେ ଏମିତି ପ୍ରାଣୀ ମଧ୍ୟ ଆମ ଧରାପୃଷ୍ଠରେ ଅଛନ୍ତି ବୋଲି । ସବୁ ପ୍ରାଣୀଙ୍କର ନିଜର ସ୍ଵତନ୍ତ୍ର ବିଶେଷତ୍ଵ ରହିଛି । କିନ୍ତୁ କେବେ କେବେ ଏପରି କିଛି ଦେଖିବାକୁ ମିଳେ ଯାହା ମଣିଷ ହୁଏତ କେବେ କଳ୍ପନା ମଧ୍ୟ କରି ନ ଥାଏ । ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଏକ ପ୍ରକାର ବିଚିତ୍ର ମାଛ ବିଷୟରେ କହିବାକୁ ଯାଉଛୁ ଯାହା ଉତ୍ତର କ୍ୟାରୋଲିନାରୁ ଧରାଯାଇଛି ।

ଆପଣ ତ ବିଭିନ୍ନ ପ୍ରକାରର ମାଛ ଦେଖିଥିବେ । କିନ୍ତୁ କେବେ କଣ ମଣିଷ ପରି ଦାନ୍ତ ଥିବା ମାଛ ଦେଖିଛନ୍ତି କି ? କି କେବେ ଭାବିଥିଲେ କି ମାଛର ମଧ୍ୟ ଅବିକଳ ମଣିଷ ପରି ଦାନ୍ତ ହୋଇପାରେ ? ଏହି ମାଛ ଟିର ବିଶେଷତ୍ଵ ହେଉଛି ତା ଦାନ୍ତ ଠିକ ଦେଖିବାକୁ ମଣିଷ ପରି । ଗତ ସପ୍ତାହରେ ଉତ୍ତର କ୍ଯାରୋଲିନା ର ନାଗ୍ସ ହେଡରେ ଥିବା ‘ଜେନେଟିସ’ ନାମକ ଏକ ମାଛ ଗନ୍ତବ୍ୟସ୍ଥଳରୁ ଏପରି ଏକ ଅଦ୍ଭୁତ ମାଛର ଫଟୋ ଫେସବୁକରେ ସେୟାର କରାଯାଇ ଥିଲା ।

ଏହାକୁ ଏକ ‘ଶିପହେଡ ଫିଶ’ ବା ମେଣ୍ଢାମୁଣ୍ଡ ଥିବା ମାଛ ବୋଲି କୁହାଯାଉଛି । ଯାହାର ପାଟି ମଧ୍ୟରେ ଧାଡି ଧାଡି ହୋଇ ଅନେକକ ଦାଢୁଆ ଦାନ୍ତ ସବୁ ରହିଛି । ମାଛ ଟିର ପାଟି ଗୋଟିଏ ମେଣ୍ଢା ପାଟି ପରି ଦେଖାଯାଉଥିବାରୁ ଏହି ମାଛର ଏପରି ନାମକରଣ କରାଯାଇଛି । ମାଛର ଚିତ୍ର ନାଥନ ମାର୍ଟିନ ଙ୍କ ଦ୍ଵାରା ଉତ୍ତୋଳନ କରାଯାଇ ଥିଲା । ନାଥନ ପ୍ରାୟତଃ ସେଠାକୁ ମାଛ ଧରିବାକୁ ଯାଆନ୍ତି । ମାର୍ଟିନ କହିଥିଲେ କି ସେ ଏମିତି ଗୋଟିଏ ଶିପହେଡ ଫିସ ଧରିବାକୁ ଇଚ୍ଛା ରଖିଥିଲେ ।

ଆଉ ତାଙ୍କ ସମାନାରେ ପାଟିରେ ଦାନ୍ତ ଭର୍ତ୍ତି ଥିବା ଏହି ମାଛକୁ ଦେଖିବାକୁ ପାଇଥିଲେ । ସେ McClatchy News କୁ କହିଥିଲେ କି, “ଯେତେବେଳେ ଆମେ ଠିକ ଲାଇନରେ ଲଢୁଥାଉ ଏହା ଏକ ଖୁବ ଭଲ ଲଢେଇ ହୋଇଥାଏ । ପ୍ରକୃତରେ ଏହା ଏକ ଖୁବ କ୍ୟାଚ ଥିଲା ଆଉ ଏହି ମାଛର ସ୍ଵାଦ ମଧ୍ୟ ଖୁବ ଭଲ ହୋଇଥାଏ ।” ଏହି ମାଛର ଫଟୋକୁ ଫେସବୁକରେ ‘ହାସଟାଗ ବିଗ୍ ଟିଥ୍ ବିଗ୍ ଟାଇମ୍ସ’ କ୍ୟାପସନ ଲେଖିରେ ଲେଖି ପୋଷ୍ଟ କରାଯାଇଛି । ଏହା ସହ ଏହି ମାଛକୁ ଧରିବା ବେଳେ ଏହା ଖୁବ ହଇରାଣ କରିଥିଲା ବୋଲି ମଧ୍ୟ ଲେଖାଯାଇଛି ।

ଏହି ପୋଷ୍ଟକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ କରିଥିଲେ । ଜଣେ ୟୁଜର ଲେଖିଥିଲେ କି, “ଦାନ୍ତ ବୋଧେ ଏହି ଠାରୁ ଆସିଥିଲା ?” ସେହିପରି ଆଉ ଜଣେ ୟୁଜର ଲେହିଥିଲେ କି, “ଏହି ମାଛର ମୋ ଠାରୁ ବି ଭଲ ଦାନ୍ତ ଅଛି ।” ଆପଣଙ୍କୁ ଏହି ମଣିଷ ପରି ଦାନ୍ତ ଥିବା ମାଛ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ଏହିଭଳି ରୋଚକ ପୋଷ୍ଟ ଦେଖିବା ପାଇଁ ଆମ ପେଜ୍ କୁ ଲାଇକ କରିବାକୁ ଭୁଲିବେନି ।