ଶାକାହାରୀଙ୍କ ପାଇଁ ଭଲ ଖବର, ଏଣିକି ବଜାରରେ ମିଳିବ ସାଦା ଅଣ୍ଡା, ଜାଣନ୍ତୁ ଏହାକୁ ଖାଇଲେ ଶରୀରକୁ ମିଳିବ କି ଫାଇଦା ?

ସାଦା ଅଣ୍ଡା କଥା ଶୁଣି ଆପଣ ଦ୍ଵନ୍ଦରେ ପଡି ଯାଇଥିବେ । ହେଲେ ଜମା ବି ଚିନ୍ତା କରନ୍ତୁ ନହିଁ । ଆମେ ଆପଣଙ୍କୁ କୁକୁଡା ଅଣ୍ଡା ନୁହେଁ, ବରଂ ସାଦା ଅଣ୍ଡା କଥା କହୁଛୁ । ଆଇଆଇଟି ଦିଲ୍ଲୀର ଜଣେ ଛତ୍ର ଏଭଳି ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି ।

ଏହି ଛାତ୍ରଙ୍କ ଦ୍ଵାରା ପ୍ରସ୍ତୁତ ଅବିକଳ ଅଣ୍ଡା ଆପଣଙ୍କ ଶରୀରରେ ପୁଷ୍ଟିସାର ଅଭାବକୁ ମଧ୍ୟ ପୂରଣ କରିପାରିବ । ଏଥିସହ ଏହି ଅଣ୍ଡା ଭୋଜନ କରିବା ଶରୀର ପାଇଁ ଲାଭଦାୟକ ବୋଲି ମଧ୍ୟ ଜଣାପଡିଛି । ସବୁଠୁ ଭଲ କଥା ହେଉଛି ଦିଲ୍ଲୀ ଆଇଆଇଟି ଛାତ୍ରଙ୍କ ଦ୍ଵାରା ପ୍ରସ୍ତୁତ ଏହି ନକଲି ଅଣ୍ଡାର ସ୍ଵାଦ ଖୁବ ଭଲ ହୋଇଥିବା ସହ ଏହା ସଂପୂର୍ଣ୍ଣ ରୂପେ ଶାକାହାରୀ ଅଟେ । ତେବେ ଖାସ କରି ଶାକାହାରୀଙ୍କ ପାଇଁ ଏହା ଖୁବ ଭଲ ଖବର ଅଟେ ।

ଏଭଳି ଏକ ଅଣ୍ଡା ଆବିଷ୍କାର କରିବା ପାଇଁ ଦିଲ୍ଲୀ ଆଇଆଇଟି, ଇନୋଭେସନ ଫର୍ ଏସଟୁଜି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅକ୍ତିଆର କରି ପୁରସ୍କୃତ ହୋଇଛି । ୟୁନାଇଟେଡ ନେଶନ ଡେଭୋଲୋପମେଣ୍ଟ ପ୍ରୋଗ୍ରାମ ଏକ୍ସଲେରିଟର ର ଲ୍ୟାବ ଦ୍ଵାରା ଏହା ଆୟୋଜିତ କରାଯାଇ ଥିଲା । ଏହି ଆବିଷ୍କାର ଦିଲ୍ଲୀ ଆଇଆଇଟି ର ସେଣ୍ଟର ଫର ରୁରାଲ ଡେଭୋଲୋପମେଣ୍ଟ ଆଣ୍ଡ ଟେକ୍ନୋଲୋଜି ର ପ୍ରଫେସର କାବ୍ଯା ଦଶୋରା କରିଥିଲେ ।

ବଡ କଥା ହେଉଛି ଏଭଳି ଏକ ଅବିକଳ ଅଣ୍ଡାର ପୁଷ୍ଟିକର ଖାଦ୍ଯ ପାଇଁ ଦେଶ ତଥା ବିଦେଶରୁ ମଧ୍ୟ ସମ୍ମାନର ସୁଅ ଛୁଟୁଛି । ତାଙ୍କୁ ଜର୍ମାନୀ ତରଫରୁ ସମ୍ମାନିତ କରାଯିବା ସହ ପୁରସ୍କାର ରାଶି ଭାବେ ୫ ହଜାର ଆମରିକୀୟ ଡଲାର ମଧ୍ୟ ପ୍ରଦାନ କରାଯାଇଛି । ୟୁଏନଡ଼ିପି ମୁତାବକ ଏହି ମକ୍ ଏଗ୍ ର ଆବିଷ୍କାର ଏକ ପରଫେକ୍ଟ ଇନୋଭେସନ ବୋଲି କୁହାଯାଇଛି । ଏହି ନକଲି ଅଣ୍ଡା ପ୍ରୋଟିନ ଆବଶ୍ୟକତାକୁ ପୂରଣ କରିପାରୁଛି ।

ସଂପୂର୍ଣ୍ଣ ଭାବେ ନିରାମିଷ ପଦାର୍ଥରେ ତିଆରି ହୋଇଛି ଏହି ଅଣ୍ଡା । କେବଳ ଏତିକି ନୁହେଁ ଏହାକୁ ତିଆରି କରିଥିବା ପ୍ରଫେସର କାବ୍ଯା କହିଛନ୍ତି କି, ଏହି ଅଣ୍ଡା ପ୍ରୋଟିନଯୁକ୍ତ ଖାଦ୍ଯ ମାଛ, ଅଣ୍ଡା ଏବଂ ଚିକେନ ଭଳି ଅଟେ । କୁପୋଷଣକୁ ଦୂର କରିବା ଏବଂ ସ୍ବଚ୍ଛ ପ୍ରୋଟିନ ଉଦ୍ଦେଶ୍ୟରେ ଆବିଷ୍କାର କରାଯାଇଛି ଏହି ଅଣ୍ଡା । ଶାକାହାରୀ ଲୋକଙ୍କ ପାଇଁ ଏହା ଏକ ପ୍ରୋଟିନଯୁକ୍ତ ଭୋଜନ ଅଟେ । ଏହି ମକ୍ ଏଗ୍ କୁ ବହୁତ ସରଲା ଉପାୟରେ ବିକଶିତ କରାଯାଇଛି । ଏହା ଅସଲି ଅଣ୍ଡା ଭଳି ପ୍ରୋଟିନର ରାଜା ବୋଲି ପ୍ରମାଣିତ ହୋଇଛି ।

ଏହା ସହ ଏହାର ରୂପ ଏବଂ ସ୍ଵାଦ ଅବିକଳ କୁକୁଡା ଅଣ୍ଡା ପରି ଅଟେ । ମିଳିଥିବା ସୂଚନା ଅନୁସାରେ ଶାକାହାରୀ ଲୋକଙ୍କୁ ଆଖି ଆଗରେ ରଖି ଦିଲ୍ଲୀ ଆଇଆଇଟି ର ବୈଜ୍ଞାନିକ ମାନେ ଚିକେନ ପାଇଁ ମଧ୍ୟ ସାଦା ମାଂସ ବିକଶିତ କରୁଛନ୍ତି । ସେହିପରି ପନିପରିବା ଏବଂ ଫଳ ଉପଯୋଗ କରି ମାଛ ଉତ୍ପାଦର ପରୀକ୍ଷଣ ମଧ୍ୟ କରାଯାଇଛି । ଯାହା ଖୁବ କମ ଦିନ ଭିତରେ ଆସିଯିବ । ଆପଣଙ୍କୁ ଏହି ଆବିଷ୍କାର ବିଷୟରେ ଜାଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟର ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।