ଡାଇବେଟିସ (Diabetes) କେମିତି ନିୟନ୍ତ୍ରଣ କରିବେ ? Dr. Srikant Kumar Dhar ଙ୍କ ବିଶେଷ ଟିପ୍ପଣୀ

ଡାଇବେଟିସ ଏମିତି ଏକ ରୋଗ ଯାହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଡାଇବେଟିସ ଯୋଗୁଁ ଉଚ୍ଚ ରକ୍ତଚାପ, ହାର୍ଟ ଆଟାକ୍ ସହ ଅନ୍ୟ ଆଭ୍ଯନ୍ତରୀଣ ଅଙ୍ଗ ମାନଙ୍କରେ ସମସ୍ଯା ଦେଖା ଦେଇପାରେ । ତେବେ ଡାଇବେଟିସ ରୋଗକୁ ସଂପୂର୍ଣ୍ଣ ଭାବ ସିନା ଭଲ କରି ହେବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖି ଅନେକ ଦୂରାରୋଗ୍ୟରୁ ରକ୍ଷା ପାଇ ହେବ । ତେବେ ଆସନ୍ତୁ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ଠାରୁ ଡାଇବେଟିସସ କାରଣ, ଲକ୍ଷଣ, ପରୀକ୍ଷଣ ଏବଂ ଚିକିତ୍ସା ବିଷୟରେ ସବିଶେଷ ତଥ୍ୟ ।

ତଥ୍ୟ ଅନୁସାରେ ଭାରତରେ ୮ କୋଟି ଲୋକ ଡାଇବେଟିସ ରୋଗରେ ପୀଡିତ ଅଛନ୍ତି ଓ ଓଡିଶାରେ ୪.୨ ମିଲିୟନ ଲୋକ ଏହି ରୋଗରେ ପୀଡିତ ଅଟନ୍ତି । ପ୍ରତି ୧୦ଟି ଲୋକରେ ଜଣେ ଲୋକ ଡାଇବେଟିସ ରୋଗରେ ପୀଡିତ ଥିବାସହ ଏହାର ପରିସଂଖ୍ୟାନ ମଧ୍ୟ ଧୀର ଧୀରେ ବଢୁଥିବାର ଦେଖାଇବାକୁ ମିଳୁଛି । ସାରା ବିଶ୍ବରେ ଡାଇବେଟିସ ରୋଗୀଙ୍କ ସଂଖ୍ଯାରେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି । ତେଣୁ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଏଥିପ୍ରତି ଜାଗ୍ରତ ହେବାର ଆବଶ୍ୟକତା ରହିଛି ।

ଡାଇବେଟିସ ସାଧାରଣତଃ ଦୁଇ ପ୍ରକାରର ଟାଇପ-୧ ଏବଂ ଟାଇପ-୨ । ଛୋଟ ପିଲାଙ୍କ ଠାରେ ଅଧିକାଂଶ ଏହି ଟାଇପ-୨ ଡାଇବେଟିସ ଦେଖା ଯାଉଥିବା ବେଳେ ପ୍ରାପ୍ତ ବୟସ୍କଙ୍କ ଠାରେ ଟାଇପ-୨ ଡାଇବେଟିସ ଦେଖିବାକୁ ମିଳିଥାଏ । ଯେତେବେଳେ କୌଣସି କାରଣରୁ ଆମ ଅଗ୍ନାଶୟରୁ ଇନସୁଲିନ ବିଲକୁଲ କ୍ଷରଣ ହୁଏ ନାହିଁ ଏହାକୁ ଟାଇପ-୧ ଡାଇବେଟିସ କୁହାଯାଏ ।

ସେହିପରି ଆମ ଶରୀରରେ ଇନସୁଲିନ କ୍ଷରଣ ହେଉଥିଲେ ମଧ୍ୟ ତାହା ଯଦି ଶରୀର ଗ୍ରହଣ କରିପାରେ ନାହିଁ ତେବେ ଏହାକୁ ଟାଇପ-୨ ଡାଇବେଟିସ କୁହାଯାଏ ।  ଇନସୁଲିନ ଆମ ଶରୀରରେ ବ୍ୟବହାର ହୋଇ ନପାରିଲେ ଆମ ଶରୀରରେ ରକ୍ତଶର୍କରା ବୃଦ୍ଧି ପାଇଥାଏ ଯାହାଫଳରେ ଗୋଡହାତ ଝିମଝିମ୍ ହେବା ଅବଶ ଲାଗିବା ଅଧି ଲକ୍ଷଣମାନ ଦେଖା ଦେଇଥାଏ । ଯଦି ଖାଇବା ପୂର୍ବରୁ ରକ୍ତରେ ସୁଗାର ପରିମାଣ ୧୨୬ ରୁ ଅଧିକ ଏବଂ ଖାଇବାର ଦୁଇ ଘଣ୍ଟା ପରେ ଯଦି ୨୦୦ରୁ ଅଧିକ ରୁହେ ତେବେ ଡାଇବେଟିସ ହୋଇଥିବା କୁହାଯାଏ ।

ଆଉ ଯଦି ଉଭୟ ପରିମାଣ ଏହାର ପାଖାପାଖି ରୁହେ ତେବେ ଏହାକୁ ପ୍ରି-ଡାଇବେଟିକ ଷ୍ଟେଜ ବୋଲି କହିଥାଉ । ତେବେ ଡାଇବେଟିସ ହେବାର ମୁଖ୍ୟ କାରଣ ହେଉଛି ମେଦ ବହୁଳତା, ଅନିୟମିତ ଜୀବନଶୈଳୀ, ଦୂଷିତ ଜଳବାୟୁ, ଅସନ୍ତୁଳିତ ଖାଦ୍ୟପେୟ, ନିଦ୍ରାରେ ଅନିୟମିତତା ଆଦି । ଅଧିକ ପରିସ୍ରା ଲାଗିବା, ଦୁର୍ବଳ ଲାଗିବା, ଓଜନ କମିଯିବା, ଅବଶ ଲାଗିବା, କୌଣସି ସଂକ୍ରମଣ ବା ଘା ହେଲେ ଶୀଘ୍ର ନ ସୁଖିବା ଆଦି ଡାଇବେଟିସର ଲକ୍ଷଣ ହୋଇପାରେ ।

ଏହା ହେଲେ ଡାକ୍ତରଙ୍କୁ ଶୀଘ୍ର ଦେଖାଇ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ଯଦି ଡାଇବେଟିସ ବାହାରୁଛି ତେବେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଆନ୍ତୁ । ଅନ୍ୟ କାହା କଥାରେ ପଡି ମନଇଛା ଔଷଧ ସେବନ କରିବାଉ ବଞ୍ଚିତ ରୁହନ୍ତୁ । ଆପଣ କାର୍ବୋ ହାଇଡ୍ରେଡ ଯୁକ୍ତ ଖାଦ୍ଯ ଯେତେ କମ୍ ଖାଇବେ ସେତେ ଆପଣଙ୍କ ପାଇଁ ଭଲ ହେବ । ଭାତ, ଆଳୁ ଏବଂ ଚିନି ଜାତୀୟ ଖାଦ୍ଯ ବହୁତ କମ୍ ଖାଆନ୍ତୁ ଓ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ ।

ସମୟରେ ଶୁଅନ୍ତୁ ଓ ପ୍ରାୟିଡିନ ଅଳ୍ପ ସମୟ ବ୍ୟାୟାମ କରନ୍ତୁ । ଯାହାଫଳରେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣରେ ରହିବ ଓ ଅନ୍ୟ କୌଣସି ସମସ୍ଯା ହେବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।