ବୃଷ ରାଶି ମାସିକ ରାଶିଫଳ April 2022, ଦେଖନ୍ତୁ ଆପଣଙ୍କ ପାଇଁ ଏହି ମାସଟି କେଉଁ ସବୁ ଶୁଭଫଳ ଆଣି ଆସୁଛି

ଜ୍ଯୋତିଷ ଅନୁସାରେ ଆମ ଜୀବନରେ ଗ୍ରହଙ୍କ ସ୍ଥିତି ଓ ଚଳଣର ବେଶ ପ୍ରଭାବ ପଡିଥାଏ । ଏହା ହେତୁ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ପ୍ରତ୍ଯେକ ବ୍ୟକ୍ତିଙ୍କ ଜନ୍ମ ସମୟରେ ତାଙ୍କ ଗ୍ରହଙ୍କ ସ୍ଥିତିକୁ ନେଇ ତାଙ୍କର ରାଶି ଧାର୍ଯ୍ୟ କରା ଯାଇଥାଏ । ଯେଉଁଥିରୁ ବ୍ୟକ୍ତିଙ୍କ ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଆକଳନ କରି ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବୃଷ ରାଶି ଜାତକଙ୍କ ଏପ୍ରିଲ ୨୦୨୨ କେମିତି ରହିବ ସେନେଇ କହିବାକୁ ଯାଉଛୁ ।

ବୃଷ ରାଶିର ଲୋକେ ବହୁତ ସାହସୀ ଏବଂ ସ୍ପଷ୍ଟବାଦୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଉଚ୍ଚ ଆଶା ଯୋଗୁଁ ଏମାନେ ଖୁବ ଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚି ଥାଆନ୍ତି । ଏହି ରାଶିର ବ୍ୟକ୍ତିଙ୍କ ମତାମତ ତାଙ୍କ ପରିବାର ଲୋକେ ବେଶ ଭଲଭାବେ ଗ୍ରହଣ କରିଥାନ୍ତି । ଏମାନେ ବହୁତ ଶୀଘ୍ର ଅନ୍ୟମାନଙ୍କ ସହ ମିଶିଯାନ୍ତି । କିନ୍ତୁ ବେଳେବେଳେ ମିଛ କଥା କହି ଏମାନେ ଅସୁବିଧାରେ ପଡିଥାନ୍ତି । ଆପଣ ସବୁବେକେ ସତ କହିଲେ ନିଶ୍ଚିତ ଭାବେ ଆଗକୁ ବଢିପାରିବେ ।

ଆପଣଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଶୁକ୍ର ଗ୍ରହ ଏବଂ ଶୁଭ ରଙ୍ଗ ହେଉଛି ଧଳା ରଙ୍ଗ । ଆପଣ ଏହି ରଙ୍ଗକୁ ଯେକୌଣସି କାର୍ଯ୍ୟରେ ବ୍ୟବହାର କଲେ ନିଶ୍ଚୟ ସଫଳ ହେବେ । ଆପଣଙ୍କ ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଏବଂ ଭୈରବ ଓ ଶୁଭ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ, କମଳ ଏବଂ ମାତା ସନ୍ତୋଷୀ ।

ଆପଣ ଯଦି ସୋମବାର ଏବଂ ଶୁକ୍ରବାରରେ ଯଦି କୌଣସି ମାନସିକ ରଖି ବ୍ରତ ଉପାସ କରନ୍ତି ତେବେ ନିଶ୍ଚୟ ଭାବେ ସଫଳ ହେବେ । ଆପଣଙ୍କ ପାଇଁ ୨୦୨୨ ଏପ୍ରିଲ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ଆପଣଙ୍କୁ ଭାଗ୍ଯର ପୂର୍ଣ୍ଣ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ମାସଟି ଶୁଭଫଳ ପ୍ରଦାନ କରିବ । ପ୍ରତିଯୋଗୀତା ପରୀକ୍ଷାରେ ଶୁଭଫଳ ପ୍ରାପ୍ତ ହେବ ଓ ଉଚ୍ଚ ଶିକ୍ଷା ପାଇଁ କରିଥିବା ଯୋଜନା ମଧ୍ୟ ପୂର୍ଣ୍ଣ ହେବ ।

କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏହି ମାସଟି ବେଶ ଶୁଭଫଳ ପ୍ରଦାନ କରିବ । ଆପଣ ଚାକିରି କ୍ଷେତ୍ରରେ ଲାଭବାନ ହେବା ସହ ଆପଣଙ୍କ ପ୍ରତିଷ୍ଠା ମଧ୍ୟ ବଢିବ । ସମାଜରେ ମଧ୍ୟ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ ଓ ପରିବାରରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ବେପାର ବାଣିଜ୍ୟରୁ ମଧ୍ୟ ମୋଟା ଅଙ୍କର ଲାଭ ପାଇବେ ।

ଆପଣଙ୍କ ଜୀବନରେ ଦୀର୍ଘ ସମୟ ଧରି ଚାଲିଥିବା ସମସ୍ଯା ଦୂର ହେବ । ଚାକିରି କ୍ଷେତ୍ରରେ ବରିଷ୍ଠ ଆପଣଙ୍କ ଉପରେ ଭରସା କରିବେ ଓ ନୂତନ ଦାୟିତ୍ଵ ମଧ୍ୟ ଆପଣଙ୍କୁ ମିଳିବ । ଏହି ମାସରେ ଛୋଟ ଛୋଟ ସ୍ୱାସ୍ଥ୍ୟ ସମସ୍ଯା ଦେହା ଦେଇପାରେ । ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଫସଲ ଅମଳରେ ହାନି ଘଟିପାରେ, ଏଥିପ୍ରତି ମଧ୍ୟ ସଜାଗ ରୁହନ୍ତୁ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ମଧ୍ୟ ମାସଟି ବିଶେଷ ଭଲ ନାହିଁ ।

ପ୍ରତିକାର ପାଇଁ ଆପଣ ପ୍ରତିଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରି ୧୧ଟି ଧୂପ ଅର୍ପଣ କରନ୍ତୁ ଏବଂ ପ୍ରତ୍ଯେକ ସୋମବାର ଭଗବାନ ଶିବଙ୍କ ମନ୍ଦିରକୁ ନିଶ୍ଚୟ ଯାଆନ୍ତୁ ଦେଖିବେ ଶୁଭଫଳ ପ୍ରାପ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।