ନିଜେ Arbaaz Khan କଲେ ଏହି ବଡ ଖୁଲାସା, କହିଲେ “Salman Khan ଙ୍କ ପରି ଭାଇ ଥିଲେ କଣ କ୍ଷତି ହୋଇଥାଏ କେହି ମତେ ପଚାରନ୍ତୁ ?”

ସଲମାନ ଖାନ ବଲିଉଡର ଏକ ବଡ ନାମ । ବଲିଉଡର ସୁପରଷ୍ଟାରଏନକେ ମଧ୍ୟରେ ତାଙ୍କର ଗଣତି ହୁଏ । ଭାଇଜାନଙ୍କ ସବୁ ଫିଲ୍ମ ବକ୍ସଅଫିସରେ ଧମାକା କରିଥାଏ । ତାଙ୍କର ବହୁତ ଫ୍ୟାନ ଥିବାରୁ ତାଙ୍କ ଫିଲ୍ମ ଓ ବ୍ରାଣ୍ଡର ଭେଲ୍ଯୁ ମାର୍କେଟରେ ଖୁବ ଭଲ ଅଟେ ।

ହେଲେ ଏହି କଥା ତାଙ୍କ ଭାଇ ସୋହେଲ ଖାନ ଓ ଅରବାଜ ଖାନ ଙ୍କ ବିଆଶୟରେ କୁହାଯାଇ ପାରିବ ନାହିଁ । ସେମାନେ ଦୁହେଁ ସଲମାନଙ୍କ ପରି ବଡ ଷ୍ଟାର ନୁହନ୍ତି ଏବଂ ତାଙ୍କ ଫିଲ୍ମ କ୍ଯାରିଅର ମଧ୍ୟ କିଛି ଖାସ ନ ଥିଲା । ତେବେ ଅରବାଜ ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରୁହନ୍ତି । ଏବେ ଏହି ଦୁଇ ଜଣ ଶୋ ପିଞ୍ଚ-2 କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଓ ଏହି ଶୋ ର ନୂଆ ସିଜିନ ମାଧେ ଆସି ସାରିଛି । ତାଙ୍କର ପ୍ରଥମ ଏପିସୋଡରେ ତାଙ୍କ ଭାଇ ସଲମାନ ଖାନ ତାଙ୍କ ଗେଷ୍ଟ ହୋଇ ଆସିଥିଲେ ।

ଶୋ ରେ ଦୁହେଁ ବହୁତ ମସ୍ତି କରିବା ସହ ନିଜ ପରିବାର ସମ୍ବନ୍ଧିତ ଅନେକ କଥା ମଧ୍ୟ ପ୍ରକାଶ କରିଥିଲେ। ଅରବାଜଙ୍କ ଏହି ଶୋ କୁ ଅତିଶୀଘ୍ର ଆୟୁଷ୍ମାନ ଖୁରାନା, ଫାରା ଖାନ, ଅନନ୍ୟା ପାଣ୍ଡେ ଓ ଜ୍ୟାକି ଶ୍ରଫ ଙ୍କ ପରି ସେଲିବ୍ରିଟି ମଧ୍ୟ ଆସିବାକୁ ଯାଉଛନ୍ତି । ଅରବାଜ ଖାନଙ୍କୁ ନିଜ ଭାଇ ସଲମାନ ଖାନଙ୍କ ପରି ସଫଳତା କେବେ ମଧ୍ୟ ମିଳିପାରିଲା ନାହିଁ । ସେ ଯେଉଁ ଫିଲ୍ମ ମଧ୍ୟ କଲେ ତାଙ୍କୁ ସଲମାନଙ୍କ ତୁଳନା କରାଗଲା । ଏପରି ସ୍ଥିତିରେ ଅନେକ ଲୋକ ଭାବନ୍ତି, ତାଙ୍କୁ ଆଉ ସଲମାନଙ୍କ ଭାଇ ହେବାର ମୂଲ୍ୟ ଦେବାକୁ ପଡୁନାହିଁ ତ ?

କିନ୍ତୁ ଏହି ବିଷୟରେ ନିଜେ ଅରବାଜ ଖାନ କଣ ଭାବନ୍ତି ଏକ ଇଣ୍ଟରଭ୍ୟୁରେ ସେ ନିଜେ କହିଥିଲେ । ତାଙ୍କୁ ପଚରା ଯାଇଥିଲା କି, ସଲମାନଙ୍କ ଭାଇ ହେବାର କ୍ଷତି କଣ ହେଉଛି ? ଏହାର ଉତ୍ତରରେ ଅରବାଜ କହିଥିଲେ କି, “ସଲମାନଙ୍କ ପରି ଭାଇ ହେବାର କ୍ଷତି ଭଲା କାହାକୁ ହେବ ! ମୋତେ ଲାଗୁ ନାହିଁ କି ସଲମାନଙ୍କ ଭାଇ ହେବାରେ କୌଣସି କ୍ଷତି ହେଲା ପରି ବିଷୟ ଅଛି । ଏଥିରେ କ୍ଷତି କଣ ? ଯଦି ଆପଣ କହୁଛନ୍ତି କି ସଲମାନଙ୍କ ଭାଇ ହୋଇଥିବାରୁ ମୋତେ ନେଇ ଲୋକଙ୍କ ଆଶା ଅଧିକ ରହୁଛି ତେବେ ଏହା ଭୁଲ ଅଟେ ।”

“ଏହାର କାରଣ ହେଉଛି ଏହି ପ୍ରଫେସନକୁ ମୁଁ ମୋ ନିଜ ଇଚ୍ଛାରେ ବାଛିଛି । କେହି ମୋତେ ଜବରଦସ୍ତି କରି ନାହିଁ ।” ଅରବାଜ ଏହି ମାମଲାରେ ଆଗକୁ କହିଲେ, “ଲୋକମାନେ ମୋ ତୁଳନା କାହା ସାଙ୍ଗେ କରୁଛନ୍ତି ସେଥିରେ ମୋତେ କିଛି ଫରକ ପଡୁନି । ଏହା ମୋର ନିଜର ଯାତ୍ରା ଓ ମୋଟ ମୋ ନିଜ ଲଢେଇ ଲଢିବାକୁ ପସନ୍ଦ । ମୁଁ ଭାଇ ସଲମାନଙ୍କ ପରି ଜଣେ ବଡ ତାରକା ନ ହୋଇ ପାରିଥିଲେ ମଧ୍ୟ ମୁଁ ଯାହା ଅଛି ସେଥିରେ ମୁଁ ଖୁସି ଅଛି ଓ ନିଜ ଜୀବନକୁ ଉପଭୋଗ କରୁଛି ।”

ଏହା କୌଣସି ନୂଆ କଥା ନୁହେଁ କି ଭାଇ ବା ପିତାଙ୍କ ଯୋଗୁଁ କିଛି ଅଭିନେତାଙ୍କୁ ଇଣ୍ଡଷ୍ଟ୍ରିରେ ସଫଳତା ମିଳିନାହିଁ । ଅଭିଷେକ ବଚ୍ଚନ ମଧ୍ୟ ଏହି କ୍ୟାଟାଗୋରୀରେ ଆସନ୍ତି । ତାଙ୍କ କାମର ତୁଳନା ମଧ୍ୟ ତାଙ୍କ ପିତାଙ୍କ ସହ କରାଯାଏ । ଏହି ମାମଲାରେ ଆପଣଙ୍କ ରାୟ କଣ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।