Swapna Shastra- ସ୍ଵପ୍ନରେ ମୃତ ପରିଜନଙ୍କୁ ଦେଖିବାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ ?

ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ଵପ୍ନକୁ ନେଇ କିଛି ବିଶେଷ ମହତ୍ଵ ରହିଛି । ହିନ୍ଦୁ ଧର୍ମରେ ସ୍ଵପ୍ନକୁ ଆଧାରିତ ଏକ ସଂପୂର୍ଣ୍ଣ ଶାସ୍ତ୍ର ରହିଛି ଯାହାକୁ ସ୍ଵପ୍ନ ଶାସ୍ତ୍ର କୁହାଯାଏ । ଆଜି ଆମେ ଆପଣ ମାନଙ୍କୁ ମୃ-ତ ବ୍ୟକ୍ତି ମାନେ ସ୍ଵପ୍ନକୁ ଆସିଲେ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ମୃ-ତ ବ୍ୟକ୍ତି ସ୍ଵପ୍ନରେ ଆସିବାର କିଛି ବିଶେଷ କାରଣ ରହିଥାଏ ଯାହା ଆମକୁ କିଛି ସଂକେତ ଦେଇଥାଏ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତି ରୋଗରେ ପଡି ମୃ-ତୁ-ବ-ର-ଣ କରିଥାନ୍ତି । ଯଦି ସେହି ମୃ-ତ ବ୍ୟକ୍ତି ଆପଣଙ୍କ ସ୍ଵପ୍ନକୁ ସୁସ୍ଥ ଭାବେ ଦେଖାଯାନ୍ତି ତେବେ ତାଙ୍କର ପୁର୍ନବାର ଜନ୍ମ ହୋଇଛି ବୋଲି ସଂକେତ ଦେଇଥାନ୍ତି । ଆପଣ ସେହି ବ୍ୟକ୍ତିଙ୍କର ଚିନ୍ତା ନ କରି ଜୀବନରେ ଆଗକୁ ବଢିବା ପାଇଁ ସେ ସଂକେତ ଦେଇଥାନ୍ତି ।

ଏଭଳି ସ୍ଵପ୍ନକୁ ସ୍ଵପ୍ନ ଶାସ୍ତ୍ରରେ ହାସ୍ୟାସନ ସ୍ଵପ୍ନ କୁହାଯାଏ । ଯଦି କୌଣସି ସୁସ୍ଥ ବ୍ୟକ୍ତିର ଅ-କା-ଳ ମୃ-ତ୍ୟୁ ହୋଇଥିବ ତେବେ ସେମାନେ ଯଦି ସ୍ଵପ୍ନରେ ଆସିଥାନ୍ତି ତେବେ ଏହାର ଅର୍ଥ ହେଉଛି ତାଙ୍କ କୌଣସି ଅଧୁରା ଇଚ୍ଛା ବାକି ରହି ଯାଇଛି ଯାହା ପୁରା କରିବା ପାଇଁ ମତ ବ୍ୟକ୍ତି ଆପଣଙ୍କୁ ସଂକେତ ଦେଉଛନ୍ତି ।

ଏପରି କରିବା ଦ୍ଵାରା ମୃ-ତ ବ୍ୟକ୍ତିଙ୍କର ଆତ୍ମା ଶାନ୍ତି ହୋଇଥାଏ । ଯଦି କୌଣସି ଜୀବିତ ବ୍ୟକ୍ତିର ସ୍ଵପ୍ନ ଆସୁଥାଏ ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତିର ଆୟୁଷ ବହୁତ ଲମ୍ବା ହୋଇଥାଏ ।ଯଦି ମୃତ ବ୍ୟକ୍ତି ସ୍ଵପ୍ନକୁ ଆସି କିଛି କହି ନ ଥାନ୍ତି ତେବେ ଏହାର ଅର୍ଥ ହେଉଛି ଯଦି ଆମେ କିଛି ଖରାପ କାମ କରିଛୁ ବା କରିବାକୁ ଯାଉଛୁ ତେବେ ତାହା ସୁଧାରିବା ପାଇଁ ସଙ୍କେତ ଦେଇଥାନ୍ତି । ଏହା ଛଡା ଯଦି ସ୍ଵ-ର୍ଗ-ବା-ସୀ ପରିଜନ ସ୍ଵପ୍ନକୁ ଆସି ଆଶୀର୍ବାଦ ଦେଇଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ସଫଳ ହେବେ ।

ଯଦି ମୃ-ତ ପରିଜନ ସ୍ଵପ୍ନରେ ବିନା ଚପଲରେ ବା ଭୋକରେ ଥିବାର ନଜର ଆସୁଥିବେ ଏହାର ଅର୍ଥ ହେଉଛି ସେ ଏହି ସବୁ ଜିନିଷର ଆବଶ୍ୟକତା ମା-ନେ କରୁଛନ୍ତି । ଏଥିପାଇଁ ଆପଣଙ୍କଉ ମନ୍ଦିରରେ ବା କୌଣସି ବ୍ରାମ୍ହଣଙ୍କୁ ତାଙ୍କ ନାଁରେ ଏହି ସବୁ ଜିନିଷ ଦାନ କରିବା ଉଚିତ । ଯଦି ମୃ-ତ ବ୍ୟକ୍ତି ଆକାଶରେ ଥିବାର ସ୍ଵପ୍ନରେ ନଜର ଆସନ୍ତି ତେବେ ଏହାର ସଂକେତ ହେଉଛି ତାଙ୍କୁ ମୋକ୍ଷ ମିଳି ସାରିଛି । ଏହା ଛଡା ଯଦି ମୃ-ତ ପରିଜନ ଘରର କୌଣସି ଜାଗାରେ ଥିବାର ସ୍ଵପ୍ନରେ ନଜର ଆସନ୍ତି ତେବେ ଏହାର ଅର୍ଥ ହେଉଛି ମୃତ ବ୍ୟକ୍ତି ଘର ପରିବାର ପ୍ରତି ମୋହମାୟା ଛାଡି ପାରନ୍ତି ନାହି ।

ଏଥିପାଇଁ ଅମାବାସ୍ୟା ଦିନ ମୃ-ତ ପରିଜନଙ୍କ ନାଁରେ ବ୍ରାମ୍ହଣଙ୍କୁ ଭୋଜନ କରେଇବା ସହ ପ୍ରତେକ ଦିନ ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ । ଯଦି ମୃ-ତ ପରିଜନଙ୍କର ଶ-ବ ସ୍ଵପ୍ନରେ ଦେଖାଯାଏ ତେବେ ତାହାର ଅର୍ଥ ହେଉଛି ଆପଣଙ୍କର ସବୁ ମନୋସ୍କାମନା ପୂରଣ ହେବାକୁ ଯାଉଛି । ଯଦି ମୃ-ତ ପରିଜନ କ୍ରୋଧିତ ଭାବେ ସ୍ଵପ୍ନରେ ଆସିଥାନ୍ତି ତେବେ ସେ ଆପଣଙ୍କ ଠାରୁ କିଛି ଆଶା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।