କିଏ ଅଟେ ଏହି ଝିଅ ଯାହାର ବାହାଘରେ ବନିୟାନ ପିନ୍ଧି ବୁଲୁଥିଲେ ସଲମାନ, ଦେଖନ୍ତୁ ଏହି ସବୁ ଫଟୋ

ସଲମାନ ଖାନ ବଲୀଉଡରେ ନିଜର ଦବଙ୍ଗଗିରି ପାଇଁ ଜଣା ଯାଆନ୍ତି । ତାଙ୍କ ଫିଲ୍ମ ସବୁବେଳେ ଭଲ ଆୟ କରିଥାଏ । କହିବାକୁ ଗଲେ ବର୍ତ୍ତମାନ ତାଙ୍କର ସ୍ଟାରଡମ ଆକାଶକୁ ସ୍ପର୍ଶ କରୁଛି । ଏହି ଗ୍ଲେମରସ ଓ ସୁପରଷ୍ଟାର ଲାଇଫ ଛଡା ସଲମାନ ଖାନଙ୍କର ଅନ୍ୟ ଏକ ଚେହରା ବି ଅଛି । ଯେଉଁଥିରେ ସେ ନିଜର ପର୍ଶନାଲ ସମ୍ପର୍କ ଓ ବନ୍ଧୁମାନଙ୍କ ପ୍ରତି ନିଜର ଦାୟିତ୍ଵକୁ ବି ବହୁତ ମହତ୍ଵ ଦିଅନ୍ତି ।

ସଲମାନ ଯାହାକୁ ଥରେ ହୃଦୟର ସହିତ ବନ୍ଧୁ ମାନି ନିଅନ୍ତି ତେବେ ସେ ତାଙ୍କ ପାଇଁ ନିଜ ଜୀବନ ପର୍ଯ୍ୟନ୍ତ ବି ଦେଇ ଦିଅନ୍ତି । ଏମିତି ହିଁ ବନ୍ଧୁତା ସେ ଅଭିନେତ୍ରୀ ବିନା କାକ ଓ ତାଙ୍କର ପରିବାର ସହ ରଖିଛନ୍ତି । ବର୍ତ୍ତମାନ ହିଁ ବିନା କାକ ନିଜର ଇନ୍ସ୍ଟାଗ୍ରାମ ହୈଂଡଲ ଉପରେ ଅମୃତା କାକଙ୍କର ବାହାଘରର କିଛି ଫଟୋ ଶେୟାର କରିଛନ୍ତି । ଏହି ଫୋଟରେ ସଲମାନ ଖାନ କିଛି ଏମିତି ଅନ୍ଦାଜରେ ନଜର ଆସୁଛନ୍ତି ଯାହାକୁ କେହି କେବେ ବି ଦେଖି ନ ଥିବେ ।

ସଲମାନ ବିନାଙ୍କର ଝିଅ ଅମୃତାକୁ ବି ନିଜର ଭଉଣୀ ମାନନ୍ତି । ଏମିତିରେ ଯେତେବେଳ ଅମୃତାଙ୍କର ବାହାଘର ହେଲା ତେବେ ସଲମାନ ନିଜର ଭାଇର ଦାୟିତ୍ଵ ବି ନିଭାଇ ଥିଲେ । ବିନା ଏହି ଫଟୋ ଗୁଡିକୁ ଶେୟାର କରି ଲେଖିଲେ କି “ଆଜି ଠାରୁ ୯ ବର୍ଷ ପୂର୍ବେ ମୋ ଘରେ ବନ୍ଧୁ ଓ ସମ୍ପର୍କୀୟମାନଙ୍କର ଭିଡ ଥିଲା । ଏମାନେ ସମସ୍ତେ ଛୋଟୀ ଓ ରିଜୂର ବାହାଘରର ପ୍ରସ୍ତୁତିରେ ଲାଗି ଥିଲେ । ଏମିତିରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ ମୋର ଝିଅକୁ ଆଶୀର୍ବାଦ ଦେଇଥିଲେ ଓ ତାହାର ଏହି ଦିନକୁ ସ୍ପେଶାଲ କରିଥିଲେ । ମୁଁ ଛୋଟୀ ରିଜୂ ଓ ଜବାହର ଲମ୍ବା ଆୟୁ, ସୁସ୍ଥ ଓ ସୁଖମୟ ଜୀବନର ପ୍ରାର୍ଥନା କରୁଛି ।”

ବୀନା ନିଜ ଝିଅଙ୍କର ଯେଉଁ ଫଟୋ ଗୁଡିକ ଶେୟାର କରିଛନ୍ତି ସେଥିରେ ସଲମାନଙ୍କର ଏକ ଅଲଗା ହିଁ ରୂପ ଦେଖିବାକୁ ମିଳୁଛି । ଏହି ସବୁ ଫଟୋରେ ସେ ବାହାଘର ଭଳି କାର୍ଯ୍ୟକ୍ରମରେ ନିଜର ଶର୍ଟ ଓଲହାଇ ଦେଇଥିଲେ ଓ ଗଞ୍ଜି ପିନ୍ଧି ବୁଲୁ ଥିଲେ । ଏହି ଫଟୋରେ ସେ ବହୁତ କୁଲ ଦେଖା ଯାଉ ଥିଲେ । ଯଦି ଆପଣ ଫଟୋ ଗୁଡିକୁ ଧ୍ୟାନର ସହ ଦେଖିବେ ତେବେ ଏଥିରେ ସଲମାନଙ୍କ ସହ କଟରିନା ବି ଥିଲେ । କହିବାକୁ ଗଲେ ଏହା ସେହି ସମୟର ଫଟୋ ଅଟେ ଯେତେବେଳେ କଟରିନା ଓ ସଲମାନ ରିଲେଶନଶିପରେ ଥିଲେ ।

ବିନା ନିଜର ଇନ୍ସ୍ଟାଗ୍ରାମ ହୈଂଡଲରେ ଏହି ଫଟୋ ଗୁଡିକୁ ଶେୟାର କରିବା ମାତ୍ରେ ହିଁ ଏହା ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ଏହା ପୂର୍ବରୁ ସଲମାନଙ୍କର ଏହି ଫଟୋ ଗୁଡିକ କେହି ବି ଦେଖି ନ ଥିଲେ । ସମସ୍ତେ ଏହି ଫଟୋରେ ସଲମାନଙ୍କର ଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି ।

ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।