ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୮ଟି ସଂକେତ 

ଆଜି ଆମେ ଆପଣଙ୍କୁ ଜଣାଇବୁ କି ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କେଉଁ ପ୍ରକାରର ସଙ୍କେତ ଦେଇଥାନ୍ତି, ଯାହାକୁ ଆମେ ଆଗରୁ ଜାଣିଲେ ସତର୍କ ହୋଇ ପାରିବା ।

ଦିନ ଏକ ନଗରରେ ଜଣେ ସନ୍ଥ ଆସି ପହଞ୍ଚିଲେ । ସନ୍ଥ ଜଣକ ଏକ ପ୍ରବଚନ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ସେଠାରେ ଲୋକମାନେ ତାଙ୍କ ପ୍ରବଚନର ଉଚିତ ବ୍ୟବସ୍ଥା କରିଦେଲେ । ସାଧୁ ଜଣଙ୍କ ସେଠାକାର ଲୋକଙ୍କୁ ପ୍ରବଚନରେ କହିଲେ କି ସଦା ସର୍ବଦା ଈଶ୍ଵରଙ୍କ ଉପରେ ଭରସା ରଖ । ଈଶ୍ଵର ସଦା ସର୍ବଦା ତୁମର ରକ୍ଷା କରିବେ ।

କିନ୍ତୁ ଜଣେ ବ୍ୟକ୍ତି ତାଙ୍କୁ ସନ୍ଦେହରେ ଦେଖୁଥିଲେ ମଧ୍ୟ ତାଙ୍କ କଥାକୁ ହୃଦୟରେ ଧାରଣ କରିବାର ନିଷ୍ପତ୍ତି ନେଲା । ପ୍ରବଚନର କିଛି ଦିନ ପରେ ସେହି ଶିଷ୍ୟ ଦିନେ ଘୋର ଜଙ୍ଗଲ ଦେଇ ଯାଉଥିଲା । ସେହି ସମୟରେ ଜଣେ ବ୍ୟକ୍ତି ଦୂରରୁ ଚିତ୍କାର କରି କହୁଥିଲା କି ପଳାଇ ଯାଅ ପଳାଇ ଯାଅ ପାଗଳ ହାତୀ ମାଡି ଆସୁଛି ।

ସେହି ଶିଷ୍ୟ ଜଣକ ସାଧୁଙ୍କ କଥାକୁ ମନେ ପକାଇ ଭାବିଲା ଈଶ୍ଵର ତାକୁ ସବୁ ସଙ୍କଟରୁ ରକ୍ଷା କରିବେ । ସେ ନିର୍ଭୟର ସହିତ ଆଗକୁ ମାଡି ଚାଲିଲା । କିଛି ସମୟ ପରେ ସେହି ପାଗଳ ହାତୀ ଆସି ତାକୁ ତା ଶୁଣ୍ଢରେ ଫୋପାଡି ଦେଇ ଚାଲିଗଲା । ସେ ବହୁତ କ୍ଷତ ବିକ୍ଷତ ହୋଇଗଲା ଓ ତାକୁ ବହୁତ ରାଗ ଲାଗିଲା ।

ସେ ସାଧୁଙ୍କ ଆଶ୍ରମରେ ଯାଇ ପହଞ୍ଚିଲା ଓ ନିଜ ସହିତ ଘଟିଥିବା ଘଟଣା ବିଷୟରେ କହିଲା । ସାଧୁ କହିଲେ କି ଈଶ୍ଵର ତୁମକୁ ରକ୍ଷା କରିବା ପାଇଁ ସେହି ବ୍ୟକ୍ତିକୁ ପଠାଇଥିଲେ କି ଯିଏ କହୁଥିଲା ଭାଇ ପଳାଇ ଯାଅ ପାଗଳ ହାତୀ ମାଡି ଆସୁଛି । କିନ୍ତୁ ତୁମେ ତା’ର ସତର୍କତା ର ସଙ୍କେତକୁ ମାନିଲ ନାହିଁ । ତଥାପି ସେହି ହାତୀ ତୁମକୁ କେବଳ ଆଘାତ କରି ଛାଡିଦେଲା ।

ତେଣୁ ଆପଣ ମାନେ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ କିନ୍ତୁ ବେଳେ ବେଳେ ତାଙ୍କ ଦ୍ଵାରା ଦିଆଯାଉଥିବା ସତର୍କତା ର ସଙ୍କେତକୁ ଧ୍ୟାନରେ ରଖନ୍ତୁ । ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ ଏହି ୫ଟି ସଙ୍କେତ ଦେଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ତାହା କଣ?

୧. ଯଦି ବିବାହିତା ନାରୀ ସିନ୍ଦୁର ପିନ୍ଧିବା ସମୟରେ ହାତରୁ ସିନ୍ଦୁର ଡବା ଖସିଯାଏ ତେବେ ଜାଣିବେ ସ୍ଵାମୀଙ୍କର କିଛି ଆର୍ଥିକ ସମସ୍ୟା ବା ତାଙ୍କ ଶରୀର ସମ୍ବନ୍ଧରେ ଅଘଟଣ ଘଟିବାର ଅଛି ।

୨. କ୍ଷୀର ଛିଣ୍ଡି ଯିବା ବା ତଳେ ଢାଳି ଯିବା ଅଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ପରିବାରରେ ରୋଗର ବାତାବରଣ ସୃଷ୍ଟି ହେବାର ସମ୍ଭାବନା ଥାଏ ।

 

୩. ଯଦି ଆପଣଙ୍କୁ ଖରାପ ସ୍ଵପ୍ନ ବାରମ୍ବାର ଆସୁଛି ତେବେ ସଚେତନ ହୋଇଯାଆନ୍ତୁ କାରଣ ଏହା ଦ୍ଵାରା ଆପଣଙ୍କର ସାରା ଦିନ ଦୁଃଶ୍ଚିନ୍ତାରେ କଟିଥାଏ ଓ ଆପଣଙ୍କ ବ୍ୟାପାରରେ ମଧ୍ୟ ଖରାପ ସମୟ ଚାଲିଥାଏ ।

୪. ଯଦି ଆପଣଙ୍କ ଘର ଆଖ ପାଖରେ କୌଣସି ବିରାଡି ଅଛି କିମ୍ବା ଆପଣ ନିଜେ ପାଳିଛନ୍ତି ଓ କିଛି ଦିନ ହେବ ସେହି ବିରାଡି ଟି ଅଜବ ପ୍ରକାରର ଶବ୍ଦ କରୁଛି ତେବେ ଜାଣିବେ ଘରେ ନକାରାତ୍ମକ ଊର୍ଜା ବଢୁଅଛି ଯାହା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇପାରେ ।

୫. ଯଦି ସ୍ତ୍ରୀମାନଙ୍କର ମଙ୍ଗଳସୂତ୍ର ଅକାରଣରେ ଛିଡିଯାଏ ତେବେ ଜାଣି ରଖନ୍ତୁ ତାଙ୍କ ସ୍ଵାମୀଙ୍କ ଜୀବନ ପ୍ରତି କିଛି ବିପଦ ଆସୁଅଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।