ଆସନ୍ତା କାଲି ଠାରୁ ରାଜା ଭଳି ଜୀବନ କାଟିବେ ଏହି 5 ଟି ରାଶିର ଲୋକ, ଦେଖନ୍ତୁ କଣ ଏଥିରେ ଆପଣଙ୍କ ରାଶି ଅଛି ?

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚଳିତ ସେପ୍ଟେମ୍ବର ମାସ ଦଶମୀ ତିଥି ମୃଗଶିର ନକ୍ଷତ୍ର ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ମାସରେ ଅନେକ ପ୍ରମୁଖ ପର୍ବପର୍ବାଣି ରହିବା ସହ ଗୁରୁ, ବୁଧ, ଶୁକ୍ର ଓ ସୂର୍ଯ୍ୟ ପରି ଗ୍ରହ ମାନଙ୍କର ମଧ୍ୟ ପରିବର୍ତ୍ତନ ହେବ । ତେଣୁ ପ୍ରାୟ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । କିଛି ଲୋକଙ୍କର ଭାଗ୍ୟୋଦୟ ହେବା ସହ ଚାକିରି ଆଦିରେ ପଦୋନ୍ନତି ମିଳିବାର ଆଶଙ୍କା ମଧ୍ୟ ରହିଛି । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି ସେପ୍ଟେମ୍ବର ମାସରେ କେଉଁ ମାସରେ କଣ ରହିଛି ପ୍ରଭାବ ।

ମେଷ ରାଶି ଜାତକଙ୍କ ପାଇଁ ଏହି ମାସ ଶୁଭ ଫଳଦାୟକ ହେବ । କ୍ଯାରିଅର ଓ ବ୍ୟବସାୟରେ ଲାଭ ମିଳିବା ସହ କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ । ରାଜନୀତିରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହେବ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିପାରେ । ବିଦ୍ୟାର୍ଥୀଙ୍କୁ ଖୁସି ଖବର ମିଳିବ । ଆପଣ ଏହି ମାସରେ ନିଜ ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ ଅଟେ ।

ବୃଷ ରାଶି ଲୋକଙ୍କ ପାଇଁ ସେପ୍ଟେମ୍ବର ମାସ ମିଶ୍ର ଫଳଦାୟୀ ରହିବ । ଦୀର୍ଘଦିନରୁ ପଡି ରହିଥିବା ଅପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ । ମହିଳା କର୍ମଚାରୀ ମାନଙ୍କ ପାଇଁ ଏହା ଶୁଭ ଫଳଦାୟୀ ହେବ । କିଛି ଗୁପ୍ତ ଶତ୍ରୁମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରି ପାରନ୍ତି । ତେଣୁ ସତର୍କ ରୁହନ୍ତୁ । ନୂଆ ଯୋଜନା ବା ନିବେଶ କରିବା ପୂର୍ବରୁ ମଧ୍ୟ ସତର୍କ ରୁହନ୍ତୁ ।

ମିଥୁନ ରାଶି ଲୋକଙ୍କ ପାଇଁ କାର୍ଯ୍ୟରେ କୌଣସି ଦାୟିତ୍ଵ ହୀନତା  ଭାରି ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ । ନିରାଶ ହେବା ପରିବର୍ତ୍ତେ ସମସ୍ଯା ଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ବ୍ୟବସାୟୀ ଓ କମିଶନ ନେଇ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ମାସ ଶୁଭ ଫଳଦାୟକ ରହିବ ।

କର୍କଟ ରାଶି ଲୋକଙ୍କ ଭାଗ୍ୟ ସେପ୍ଟେମ୍ବର ମାସରେ ନିଶ୍ଚିତ ସହଯୋଗ କରିବ । ଜୀବନର ପ୍ରତିଟି କ୍ଷେତ୍ରରେ ମନ ମୁତାବକ ସଫଳତା ପ୍ରାପ୍ତ ହେବ । ମାସର ମଧ୍ୟ ଭାଗରେ ବେତନ ବୃଦ୍ଧି ହେବା ସହିତ ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି । ମିଳିଥିବା ଦାୟିତ୍ଵକୁ ବୁଦ୍ଧିମତାର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନଚେତ ଆପଖକୁ ଆସିଥିବା ସୁଯୋଗ ହାତଛଡା ହୋଇଯିବ ।

ସିଂହ ରାଶି ଲୋକମାନେ ଏହି ମାସରେ କୌଣସି ପ୍ରକାର ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ । କଷ୍ଟ ଅର୍ଜିତ ଧନ ବୁଡିଯିବାର ଆଶଙ୍କା ରହିଛି । ଏହାସହ ବୁଝି ବିଚାରୀ ଧନ ଉଧାର ଦିଅନ୍ତୁ । ପାରିବାରିକ ଏବଂ କାର୍ଯ୍ୟକ୍ଷେତ୍ର ଜଡିତ ସମସ୍ଯା ଗୁଡିକୁ ଧୈର୍ଯ୍ୟର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ସମ୍ପର୍କରେ କୌଣସି ତୃତୀୟ ବ୍ୟକ୍ତିଙ୍କ ଯୋଗୁଁ ବିବାଦ ସୃଷ୍ଟି ହୋଇପାରେ ।

କନ୍ୟା ରାଶି ଲୋକଙ୍କୁ ମଧ୍ୟ ସେପ୍ଟେମ୍ବର ମାସ ମିଶ୍ର ଫଳ ଦେଇପାରେ । ମାସର ପ୍ରଥମ ଭାଗ ଖୁବ ଭଲ ରହିଥିବା ବେଳେ, ଦ୍ଵିତୀୟ ଭାଗରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ତେଣୁ ମନ ଅଶାନ୍ତ ରହିପାରେ । ଅନାବଶ୍ୟକ କ୍ଷେତ୍ରରେ ମଧ୍ୟ ଧନ ଅପବ୍ୟୟ ହେବାର ଆଶଙ୍କା ରହିଛି । କାର୍ଯ୍ୟକ୍ଷେତ୍ରରେ ସାବଧାନ ରହିବା ଉଚିତ ।

ତୁଳା ରାଶି ଲୋକେ ଟିକେ ଜଗି ରଖି କାର୍ଯ୍ୟ କରିବା ଉଚିତ । ଚାକିରି ଏବଂ ବ୍ୟବସାୟରେ ଜଗି ରଖି କାର୍ଯ୍ୟ କଲେ ସଫଳତା ମିଳିବ । ଧନ ନିବେଶ କରିବା ପୂର୍ବରୁ ସତର୍କ ରହିବା ଉଚିତ । ପରୀକ୍ଷାର୍ଥୀ ମାନଙ୍କ ପାଇଁ ଏହି ମାସ ସେତେ ଅନୁକୂଳ ରହିବ ନାହିଁ । ପ୍ରେମ ମାମଲାରେ ମଧ୍ୟ ସାବଧାନ ରହିବ ଉତ୍ତମ ହେବ ।

ବିଛା ରାଶି ଲୋକଙ୍କ ପାଇଁ ଏହି ମାସ ଖୁବ ଫଳପ୍ରଦ ହେବ ଓ ଆପଣଙ୍କ ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ପୁରା ମାସ ଭାଗ୍ୟ ଆପଣଙ୍କ ସାଥିରେ ରହିବ ଓ ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ବିଦେଶ ସହ ଜଡିତ କାର୍ଯ୍ୟରେ ସଫଳତା ମିଳିବ । କିନ୍ତୁ ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

ଧନୁ ରାଶି ଲୋକ କଠିନ ପରିଶ୍ରମ କଲେ ହିଁ ଏହି ମାସରେ ସଫଳତା ମିଳିବ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ଵ ବଢି ଯାଇପାରେ । ମାସର ମଧ୍ୟ ଭାଗ୍ୟରେ ଧନର ଅଭାବ ଯୋଗୁଁ ଆପଣଙ୍କ ମାନସିକ ଚିନ୍ତା ବଢିପାରେ । ଏପରିକି ଧାର କରଜ ମଧ୍ୟ କରିବାକୁ ପଡିପାରେ ।

ମକର ରାଶି ଲୋକେ ମଧ୍ୟ ଖୁବ ସତର୍କତା ସହ କାର୍ଯ୍ୟ କରିବା ଉଚିତ । କାମରେ ଚାପ ବଢିବାରୁ ଆପଣଙ୍କୁ ଅକ୍ଲାନ୍ତ ଲାଗିପାରେ । ଧନର ଅଭାବ ମଧ୍ୟ ଦେଖା ଦେଇପାରେ । ତେଣୁ ସତର୍କତାର ସହ ଖର୍ଚ୍ଚ କରିବା ସହ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ ରାଶି ଲୋକେ ଭାଗ୍ୟ ବଦଳରେ ନିଜ କର୍ମ ଉପରେ ବିଶ୍ବାସ ରଖନ୍ତୁ । ବୁଝି ବିଚାରୀ କୌଣସି ବି ପଦକ୍ଷେପ ନେବା ଉଚିତ । କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି । ତେଣୁ ଧୈର୍ଯ୍ୟ ନ ହାରି ବୁଝି ବିଚାରୀ ପଦକ୍ଷେପ ନିଅନ୍ତୁ ।

ମୀନ ରାଶି ଲୋକଙ୍କ କଥାରେ ପରିସ୍ଥିତି ସୁଧୁରି ଯାଇପାରେ ଅଥବା ବିଗିଡି ଯାଇପାରେ । ଟେଣୀ କଥାବାର୍ତ୍ତାରେ ଲଗାମ ଦିଅନ୍ତୁ । ଅଭିମାନ ଓ କ୍ରୋଧ ଆଦି ଦୂର କରି ପ୍ରେମପୂର୍ବକ କଥା ହେବାକୁ ଚେଷ୍ଟା କରନ୍ତୁ । ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢିବାରେ । ସାଥୀଙ୍କୁ ପାଖରେ ନ ପାଇ ମନ ବ୍ୟତିବ୍ୟସ୍ତ ହୋଇପାରେ । କିନ୍ତୁ ଏସବୁରେ ଧ୍ୟାନ ନଦେଇ କର୍ମକୁ ପ୍ରାଧାନ୍ଯ ଦେବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।