ପତ୍ନୀ ସାକ୍ଷୀ ସମସ୍ତଙ୍କ ସାମ୍ନାରେ ଧୋନୀଙ୍କୁ ଡାକିଲେ ଏହି ନାମରେ ତ ଧୋନୀ ଲାଜରେ ଦେଖାଗଲେ ଏମିତି, ଭିଡିଓ ହେଲା ଭାଇରାଲ

ଭରିତିୟ ଟିମର ପୂର୍ବତମ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ବହୁତ ସମୟ ହେବ ଟିମରୁ ବାହାରେ ଅଛନ୍ତି । କିଛି ଦିନ ହେବ ଧୋନୀଙ୍କୁ ଫିଲ୍ଡରେ ଖେଳୁଥୁବାର ଦେଖା ଯାଉନାହିଁ । ତଥାପି ଧୋନୀ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଧୋନୀଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଧୋନୀ ଲାଜରେ ଲାଲ ହୋଇଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ ।

ଏହି ଭିଡିଓକୁ ଧୋନୀଙ୍କର ପତ୍ନୀ ସାକ୍ଷୀ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ସାକ୍ଷୀ ଧୋନୀଙ୍କୁ ବହୁତ ପ୍ରେମରେ ସ୍ଵୀଟି କହି ଡାକୁଛନ୍ତି । ଏହି ଭିଡିଓଟି ଦିଲ୍ଲୀର ତାଜ ପ୍ୟାଲେସରେ ହୋଇଛି । ଯେଉଁଠି ପ୍ରଥମେ ଧୋନୀ ତାଙ୍କ ସୁଟକେସକୁ ଏକ ହୋଟେଲ କର୍ମଚାରୀକୁ ଦେଉଥିବା ସମୟରେ ତାଙ୍କ ପତ୍ନୀ ସାକ୍ଷୀ ତାଙ୍କୁ ସ୍ଵୀଟି କହି ଡାକୁଛନ୍ତି । ହେଲେ ଧୋନୀ କୌଣସି ପ୍ରକାରର ରିୟାକ୍ଟ କରୁ ନାହାନ୍ତି ।

 

View this post on Instagram

 

#sweetieoftheday ????? a lil bit of embarrassment but worth watching him blush ❤️ #thatsmile stay tuned for more !

A post shared by Sakshi Singh Dhoni (@sakshisingh_r) on

ଏହାର ଦ୍ଵିତୀୟ ଭିଡିଓରେ ଧୋନୀ ତାଙ୍କ ପତ୍ନୀଙ୍କ ପାଖକୁ ଆସୁଛନ୍ତି, ଯାହାଫଳରେ ତାଙ୍କ ପତ୍ନୀ ପୁଣି ଧୋନୀଙ୍କୁ ସ୍ଵୀଟି ଓ କ୍ୟୁଟି ନାମରେ ଡାକୁଛନ୍ତି । ଏହାର ପ୍ରତିକ୍ରିୟାରେ ଧୋନୀ ହସୁଛନ୍ତି ଓ କିଛି କହୁ ନାହାନ୍ତି । ସୋସିଆଲ ମିଡିଆରେ ଧୋନୀଙ୍କର ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଧୋନୀଙ୍କ ପ୍ରଶଂସକମାନେ ଧୋନୀଙ୍କୁ ପୁଣି ଥରେ ଫିଲ୍ଡରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ହେଲେ ଏହା ସମୟ ଆସିଲେ ଜଣା ପଡିବ କି ଧୋନୀ ଆଉ ଖେଳି ପାରିବେ ନା ନାହିଁ ।