ଭାଇଜାନଙ୍କ ପୋଜକୁ କପି କରୁଥିବାର ନଜର ଆସିଲେ କାର୍ତିକ ଆର୍ୟନ, ସେଟରୁ ଭାଇରାଲ ହେଲା ଫଟୋ

ପୁରୁଣା କଳାକାର ହୁଅନ୍ତୁ କିମ୍ବା ନୂଆ କଳାକାର ସମସ୍ତେ ସଲମାନ ଖାନଙ୍କ ଅଭିନୟ ଓ ବଡିର ଫ୍ୟାନ ଅଟନ୍ତି । ବଲୀଉଡକୁ ଆସିଥିବା ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ସଲମାନ ଖାନଙ୍କୁ ନିଜର ଆଇଡଲ ମାନନ୍ତି । ବରୁଣ ଧବନଙ୍କ ଠାରୁ ନେଇ କାର୍ତିକ ଆର୍ୟନଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ହିଁ କପି କରୁଥିବାର ନଜର ଆସନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କାର୍ତିକ ଆର୍ୟନଙ୍କ ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ କାର୍ତିକ ଆର୍ୟନ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରୁହନ୍ତି ଓ ବର୍ତ୍ତମାନ ସମୟରେ ସେ ନିଜର ଅପକମିଂ ଫିଲ୍ମ ‘ଲଭ ଆଜକଲ ୨’କୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି ।  ଏହା ମଧ୍ୟରେ କାର୍ତିକ ଆର୍ୟନ ନିଜର ଇଂସ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ।

ଶେୟାର କରିଥିବା ଫଟୋରେ କାର୍ତିକ ଆର୍ୟନ ସ୍କୁଲ ୟୁନିଫର୍ମରେ ନଜର ଆସୁଛନ୍ତି । ଯଦି ଆପଣ ଧ୍ୟାନର ସହ ଦେଖିବେ ତ କାର୍ତିକ ଆର୍ୟନଙ୍କ ପାଖରେ ସଲମାନ ଖାନଙ୍କ ଏକ ପୋଷ୍ଟର ବି ନଜର ଆସୁଛି । ଫଟୋ ଶେୟାର କରି କାର୍ତିକ ଆର୍ୟନ ବହୁତ ଅଜବ କ୍ୟାପ୍ସନ ଲେଖିଲେ କି – ମୋର ହାଫ ଭାଇ ରଘୁ ସହ ସାକ୍ଷାତ କରନ୍ତୁ #କାଲି ୧୯୯୦ #ଲଭ ଆଜ କଲ । ସଲମାନ ଖାନଙ୍କ ଏହି ଫଟୋ ଅଟୋ ରିକ୍ସାରେ ଲାଗିଛି । ଏହି ଫିଲ୍ମ ‘ମେନେ ପ୍ୟାର କିୟା’ ଫିଲ୍ମର ଅଟେ ।

କହିଦେଉଛୁ କି କାର୍ତିକ ଆର୍ୟନଙ୍କ ଆସନ୍ତା ଫିଲ୍ମ ‘ଲଭ ଆଜକଲ ୨’ (Love Aajkal 2)ରେ ଗୋଟିଏ ହିଁ କାହାଣୀକୁ ଦୁଇ ପ୍ରକାରର ଦେଖା ଯାଇଛି । ଗୋଟିଏ କାହାଣୀ ୧୯୯୦ର ଅଟେ ଓ ଅନ୍ୟଟି ୨୦୧୯ର ଅଟେ । ଏହି ଫିଲ୍ମର ଟ୍ରେଲର ଲଞ୍ଚ ହୋଇ ସାରିଛି ଯେଉଁଥିରେ କାର୍ତିକ ଓ ସାରା ଅଲୀ ଖାନଙ୍କ ଯୋଡିକୁ ଫ୍ୟାନମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଦୁଇ ଜଣଙ୍କୁ ବଡ ପରଦାରେ ଦେଖିବା ପାଇଁ ଫ୍ୟାନମାନେ ବି ବହୁତ ଉତ୍ସାହିତ ଅଟନ୍ତି ।