ରିଅଲ ଲାଇଫ ରେ ଦିଅର-ଭାଉଜ ଓ ଶାଳି-ଭିଣେଇ ଅଟନ୍ତି Bollywood ର ଏହି ସବୁ ଷ୍ଟାର, କିନ୍ତୁ ଫିଲ୍ମରେ ଏକାଠି ଦେଇ ସାରିଛନ୍ତି ହଟ ସୀନ

ଆମ ଦେଶରେ ଭାଉଜ – ଦିଅର ଓ ଶାଳି – ଭିଣୋଇ ସମ୍ପର୍କ ଟିକେ ନିଆରା । ଏପରି କାରଣ ଏହି ସମ୍ପର୍କ ରେ ଭଲପାଇବା , ଥଟା,ମଜା ଓ ସ୍ନେହ ଥାଏ ।ଯଦି ଆମେ ଦିଅର ଭାଉଜ ସମ୍ପର୍କ ଦେଖିବା ତେବେ ଜଣା ପଡେ କି ଦିଅର ଭାଉଜକୁ ନିଜ ମା ଭଳି ସମ୍ମାନ କରେ ଓ ଭାଉଜ ନିଜ ସାନ ଭାଇ ଭଳି ଦେଖେ ଦିଅରକୁ । ଭାଉଜ ସହ ଥଟା ମଜା କରିବାର ଅଧିକାର ଥାଏ ଦିଅରଙ୍କୁ,ଏହା ସହ ଦୁଷ୍ଟାମି କଲେ ଦଣ୍ଡ ଦେବାର ଅଧିକାର ମଧ୍ୟ ଥାଏ ଭାଉଜର । ଏଭଳି ଭିଣୋଇ ଓ ଶାଳି ର ସମ୍ପର୍କ ବି କିଛି ଅଲଗା ଥାଏ ।

ବଲିଉଡରେ ମଧ୍ୟ ଏମିତ କିଛି ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପରଦାରେ ଅଭିନୟ କରିଛନ୍ତି । ମାତ୍ର ସେମାନେ ପ୍ରକୃତରେ ଭିଣୋଇ – ଶାଳି,ଭାଉଜ – ଦିଅର ଅଟନ୍ତି । ତେବେ ଆସନ୍ତୁ ଜାଣିବା କିଛି ଏଭଳି କଳା କାର ମାନଙ୍କ ବିଷୟରେ ।

ଯେମିତିକି ଆପଣ ମାନେ ଜାଣନ୍ତି “କରିସ୍ମା କପୂର” ଓ “ଶେଫ ଅଲ୍ଲି ଖାନ” ଶାଳି ଭିଣୋଇ ଅଟନ୍ତି କାରଣ “ଶେଫ ” “କରିସ୍ମା” ଙ୍କ ଭଉଣୀ “କରିନା”ଙ୍କୁ ବିବାହ କରିଛନ୍ତି । ମାତ୍ର “କରିସ୍ମା”  “ଶେଫ”ଙ୍କ ସହ ଚଳଚିତ୍ର “ହମ ସାଥ ସାଥ ହେ”ରେ ଅଭିନୟ କରିଥିଲେ । ଏଥିରେ ଏହି ଦୁଇ ଯୋଡିଙ୍କୁ ଦର୍ଶକ ଅନେକ ପସନ୍ଦ କରିଥିଲେ । ଏଥିରେ ସେମାନଙ୍କ ରୋମାଣ୍ଟିକ ଚରିତ୍ରକୁ ପ୍ରସଂଶା କରିଥିଲେ ।

ଆପଣଙ୍କୁ ଜଣାକି “ରାନୀ ମୁଖାର୍ଜୀ” ଓ “କାଜୋଲ” ଦୁହେଁ ଭଉଣୀ ଅଟନ୍ତି । “ଅଜୟ ଦେବଗନ” “ରାନୀ”ଙ୍କର ଭିଣୋଇ ଅଟନ୍ତି। ମାତ୍ର “ଅଜୟ “ଓ “ରାନୀ” ଙ୍କୁ ଅନେକ ଚଳଚିତ୍ରରେ ରୋମାନ୍ସ କରିବାର ଦେଖା ଯାଇଛି ଯେମିତିକି ମୁଭି “ଚୋରୀ ଚୋରୀ ”  “ଏଲଓସି” ଚଳଚିତ୍ରରେ  ଏହି ଦୁଇ ଯୋଡିଙ୍କୁ ଦର୍ଶକ ମଧ୍ୟ ଅନେକ ମାତ୍ରାରେ ପସନ୍ଦ କରିଛନ୍ତି ।

“ମଧୁବାଲା” ଓ “ଅଶୋକ କୁମାର” ଏକ ଲୋକପ୍ରିୟ ଯୋଡି ଥିଲେ  ସେମାନଙ୍କ ସମୟରେ । ପ୍ରକୃତ ସମ୍ପର୍କ ଦେଖିବାକୁ ଗଲେ “ମଧୁବାଲା” “କିଶୋରଙ୍କ” ପତ୍ନୀ ଅଟନ୍ତି । “କିଶୋର କୁମାର”  “ଅଶୋକ କୁମାର”ଙ୍କର ସାନ ଭାଇ ଅଟନ୍ତି । ଏହି ଦୁଇ ଯୋଡିଙ୍କୁ “ହାଉଡା ବ୍ରିଜ” ଓ “ମହଲ” ଭଳି ମୁଭିରେ କାମ କରିଥିଲେ । ଏହି ଚଳଚିତ୍ରରେ କାମ କରିବା ସମୟରେ “ମଧୁବାଲା” ଅବିବାହିତ ଥିଲେ ।


“ଅନିଲ କପୂର” ଓ “ଶ୍ରୀ ଦେବୀଙ୍କୁ” କିଏ ନ ଜାଣେ ଏହି ଦୁଇ କଳାକାରଙ୍କ ଅଭିନୀତ ଚଳଚିତ୍ର “ମିଷ୍ଟର ଇଣ୍ଡିଆ” ଅନେକ ସଫଳତା ଲାଭ କରିଥିଲା । ମାତ୍ର ପ୍ରକୃତ ଜୀବନରେ ଏମାନେ ଭାଉଜ ଦିଅର ଅଟନ୍ତି । ଅନିଲ କପୂରଙ୍କ ବଡଭାଇଙ୍କୁ ବିବାହ କରିଛନ୍ତି “ଶ୍ରୀ ଦେବୀ”। ତାଙ୍କ ସ୍ଵାମୀ ହେଲେ “ବୋନୀ କପୂର” ।


“ନସିରୁଦିନ “ରତ୍ନା ପାଠକ”ଙ୍କୁ ବିବାହ କରିଛନ୍ତି । ମାତ୍ର ସେ ତାଙ୍କ ଶାଳି “ସୁପ୍ରିୟା ପାଠକ”ଙ୍କ ସହ ଚଳଚିତ୍ର ଦେଖିବାକୁ ମିଳିଛି ଯେମିତିକି “ବାଜାର”,”ମିର୍ଚ ମସାଲା” ଆଦିରେ । ପରଦାର ଦୁନିଆ ବାହାରେ ଏମାନେ ଶାଳି ଭିଣୋଇ ଅଟନ୍ତି ।

“ରାନୀ ମୁଖାର୍ଜୀ” ବିବାହ କରିଛନ୍ତି ପ୍ରଡୁସର “ଆଦିତ୍ଯ ଚୋପଡାଙ୍କୁ” । ବିବାହ ପୂର୍ବରୁ ୨୦୦୨ ରେ “ରାନୀ” ତାଙ୍କ “ଦିଅର ଉଦୟ ଚୋପଡା”ଙ୍କ ସହ କାମ କରିଥିଲେ ଚଳଚିତ୍ର “ମୁଝସେ ଦୋସ୍ତି କାରୋଗୀ”ରେ । ଏହି ଦୁଇ କଳାକାଳରଙ୍କ ଅଭିନୟ ଆଜି ବି ଦର୍ଶକ ମାନେ ରଖିଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ