ପୁଅ ରୁଦ୍ର ଙ୍କୁ ଟିକେଟ ମିଳିବା କାରଣରୁ କଣ ମା’ Pratibha Maharathy ଅଛନ୍ତି ଅସନ୍ତୁଷ୍ଟ ? ଜାଣନ୍ତୁ କଣ ରହିଛି ଏହା ପଛରେ ରହସ୍ୟ

 ପୁଅ ରୁଦ୍ରକୁ ଟିକେଟ ନ ମିଳିବାରୁ ମା ପ୍ରତିଭା ମହାରଥୀଙ୍କ ମନ ଊଣା ହୋଇଛି । ତାଙ୍କ ପୁଅକୁ ଯୋଦ୍ଧା କରାଯିବାର ଘଟଣା ବିଷୟରେ ଖୁବ ଜୋରରେ ଚର୍ଚା ଚାଲିଛି । ରୁଦ୍ରଙ୍କ ନାଁରେ ମୋହର ବାଜିବା ପରେ ତାଙ୍କ ମା ପ୍ରତିଭାଙ୍କୁ ଭେଟିବାକୁ ବିଜେଡ଼ିର ଗୋଟେ ଦଳ ପ୍ରଦୀପ ମହାରଥିଙ୍କ ସରକାରୀ ବାସ ଭାବନକୁ ଯାଇଥିବାର ଦେଖିବାକୁ ମିଳିଥିଲା । ସେଠାରେ ତାଙ୍କର ଭେଟ ନ ପାଇ ସହିଦ ନଗରରେ ଥିବା ଭବନକୁ ଯାଇ ତାଙ୍କ ସହ ଆଲୋଚନା କରିଥିଲେ । ପ୍ରତିଭା ଦେବୀ ଏହି ବିଷୟରେ ଗଣମାଧ୍ୟମକୁ କୌଣସି ପ୍ରତିଉତ୍ତର ଦେଇନଥିଲେ ।

ଏହି ଘଟଣାକୁ ନେଇ ତାଙ୍କ ଝିଅ ପଲ୍ଲବୀ ମହାରଥୀ ନିଜର ଏହି ମତ ଦେଇଛନ୍ତି ଯେ ତାଙ୍କ ମାଙ୍କ ମନରେ ବହୁତ ବଡ ଆଘାତ ଲାଗିଛି । ଏହି ସମୟରେ ଲୋକମାନେ ଏଭଳି ପ୍ରସଙ୍ଗ ବିଷୟରେ ଆଲୋଚନା କରିବା ଠିକ ନୁହେଁ । ପ୍ରଦୀପ ମହାରଥିଙ୍କ ଜ୍ଵାଇଁ ଅର୍ଦ୍ଧେନ୍ଦୁଙ୍କ କହିବା ଅନୁସାରେ ଏହି ଘଟଣାକୁ ନେଇ କେହି ବି ଅସନ୍ତୁଷ୍ଟ ନାହାନ୍ତି । ସମସ୍ତେ ବହୁତ ଖୁସି ଅଛନ୍ତି କାହିଁକି ନା ନବୀନ ପଟ୍ଟନାୟକ ତାଙ୍କ ଘରର ଜଣେ ସଦସ୍ଯକୁ ଟିକେଟ ଦେଇଛନ୍ତି ।

ବିଜେଡି ଓ ବିଜେପି ଦଳ ପିପିଲି ନିର୍ବାଚନ ପାଇଁ ବହୁତ ଜୋରସରରେ ଆଗେଇଚାଲିଛନ୍ତି । ନାମାଙ୍କନ ପତ୍ର ଦାଖଲ ପରେ ବିଜେପି ନେତା ଆଶ୍ରୀତ ପଟ୍ଟନାୟକ ନିଜ ବାସ ଭବନରେ ଦଳୀୟ କର୍ମୀଙ୍କ ସହ ରଣନୀତି ପ୍ରସ୍ତୁତ କରିଛନ୍ତି । ଏପଟେ ବିଜେଡି ନେତା ରୁଦ୍ର ପ୍ରତାପ ୩୦ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଆଜି ସେବା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସ ଭବନରେ ପିପିଲ ଦାୟିତ୍ଵରେ ଥିବା ନେତାମାନେ ଏହି ବିଷୟରେ ଆଲୋଚନା କରିଛନ୍ତି .

ପଞ୍ଚାୟତରେ ଥିବା ଲୋକମାନଙ୍କୁ କେଉଁ ଭଳି ଦାୟିତ୍ଵ ଦିଆଯିବ ସେ ବିଷୟରେ ଆଲୋଚନା କରାଯାଇଛି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମତରେ କିଭଳି ଲୋକମାନଙ୍କ ମନରେ ବିଜେପି ପ୍ରତି ନୂଆ ଧାରଣ ସୃଷ୍ଟି ହୋଇପାରିବ ସେହି ବିଷୟରେ ପଞ୍ଚାଯତର ନେତୃବୃନ୍ଦ ଲୋକଙ୍କ ସହ ଆଲୋଚନା ଚାଲିଛି । ଗରିବ ଦୁଖୀ କିପରି ନିଜର ଅଧିକାର ପାଇପାରିବେ ଓ ପୀଡିତ ହେଉଥିବା ଲୋକମାନେ କିପରି ନ୍ୟାୟ ପାଇବେ ସେ ବିଷୟରେ ଆଲୋଚନା ଚାଲିଛି ।

ବିଜେଡି ପର୍ଜ୍ୟବେକ୍ଷକ ପ୍ରତାପ ଦେବଙ୍କ ମତରେ ବର୍ତ୍ତମାନ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିଯାଇଛି । ତାଙ୍କ କହିବା ଅନୁସାରେ ଜନସାଧାରଣଙ୍କ ମାନସ ପଟରେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଖି ଆଗରେ ରଖି ବିଜୁ ଜନତା ଦଳ ଭୋଟ ଦେଇ ଆସୁଛୁ ଏହା ହି ତାଙ୍କର ମୁଖ୍ୟ ଲକ୍ଷ ରହିବ । ଏହା ପରେ ସେ କହିଛନ୍ତି, ‘ଆମେ ଏ ନିର୍ବାଚନ ଲଢିବୁ ଓ ଜିତିବା ପାଇଁ ନିଜ ଜାନ ଲଗେଇଦବୁ”।

କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କାଲି ସକାଳୁ କିଏ ତାଙ୍କର ପ୍ରାର୍ଥୀ ହେବ ତାହା ଘୋଷଣା କରାଯିବ । ତାଙ୍କ ମତରେ ଦୁ-ର୍ନୀ-ତି ବିରୁଦ୍ଧରେ ଲଢେଇ ଆରମ୍ଭ ହେବ । ଭୋଟ ହେବାର ଆଉ ମାତ୍ର ୨୦ଦିନ ଥିବାରୁ ପିପିଲିରେ ରାଜନୀତି ଖୁବ ଜୋରରେ ବଢିବାରେ ଲାଗିଛି । ଭୋଟ ପାଇଁ କଂଗ୍ରେସ ପଛରେ ଥିବା ବେଳେ ବିଜେଡି ଓ ବିଜେପି ତୀବ୍ର ଗତିରେ ଆଗେଇ ଚାଲିଛନ୍ତି ।      

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ