ଦୋଳ ପୁର୍ଣିମାରେ ଶ୍ରୀ ମନ୍ଦିରରୁ ଖସିଲା ମୂର୍ତ୍ତି, କଣ ଏହା ଦେଉଛି କିଛି ବିପଦର ସଙ୍କେତ ନା ଆଉ କିଛି ?

ବନ୍ଧୁଗଣ ଆମ ନୀତି ଜୀବନରେ ଅଲୌକ ଘଟଣା ଘଟିଥାଏ ଯାହା ଆମକୁ ଅଶୁଭ ସଙ୍କେତ ଦେଇଥାଏ । ଆଜି ଦୋଳ ପୁର୍ଣିମାରେ ଶ୍ରୀ ମନ୍ଦିରରୁ ପଥର ମୂର୍ତ୍ତି ଖସିବାର ଖବର ଆସିଛି । ଶ୍ରୀ ମନ୍ଦିର ପରିସରରେ ଥିବା ନୃସିଂହ ମନ୍ଦିରରୁ ହିରଣ୍ୟ କଶ୍ୟପଙ୍କ ମୂର୍ତ୍ତିଟି ଖସିପଡିଛି । କଳା ମୁଗୁନି ପଥରର ଏହି ମୂର୍ତ୍ତିଟି ମନ୍ଦିର ଭିତରେ ବସିଥିବା ସେବାୟତଙ୍କ ଉପରେ ପଡିଥିଲା । ସେବାୟତଙ୍କ ଉପରେ ମୂର୍ତ୍ତିଟି ଖସି ପଡିଥିବାରୁ ତାଙ୍କ ଗୋଡହାତ ଭାଙ୍ଗି ଯାଇଛି ବୋଲି କୁହାଯାଇଛି । ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟ ଜଣ ସେବାୟତଙ୍କ କହିବା ଅନୁସାରେ ମନ୍ଦିର ଦବି ଯାଇଥିବାରୁ  ପ୍ରାଚୀନ କାଳର ହିରଣ୍ୟ କଶ୍ୟପଙ୍କ ମୂର୍ତ୍ତିଟି ଖସିପଡିଛି । ସେବାୟତ ଗୁରୁ ମହାପାତ୍ର ଯିଏ ପ୍ରଭୁଙ୍କର ସେବା କରୁଥିଲେ ସେହି  ସମୟରେ ତାଙ୍କ ସହ ଏହି ଦୁର୍ଘଟଣାଟି ଘଟିଥିଲା । ବର୍ତ୍ତମାନ ସେ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଅଛନ୍ତି । ଆଜି ଦୋଳ ପୁର୍ଣିମାରେ ପ୍ରଭୁଙ୍କର ସୁନାବେଶ ଚାଲିଥିବା ସମୟରେ ସେବାୟତଙ୍କ ସହ ଏହି ବଡ ଦୁର୍ଘଟଣାଟି ଘଟିଛି ।

ସେବାୟତଙ୍କ ସୂଚନା ଅନୁସାରେ ପ୍ରଶାସନର ଅଣହେଳା ଯୋଗୁ ମନ୍ଦିରରେ ଏହି ଆଶ୍ଚର୍ଜ୍ୟକର ଦୁର୍ଘଟଣାଟି ଘଟିଛି । ଏଭଳି ଘଟଣା କୌଣସି ଭକ୍ତଙ୍କ ଉପରେ ମଧ୍ୟ ହୋଇପାରେ ବୋଲି ସେବାୟତ କହିଛନ୍ତି । ଯଦି ପ୍ରଶାସନ ଏଥିପ୍ରତି ଧ୍ୟାନ ନ ଦେବେ ଓ ଏହି ଘଟଣାଟିକୁ ଭଲ ଭାବରେ ଯାଞ୍ଚ ନ କରିବେ ତେବେ ଆଗକୁ ଅନେକ ସମସ୍ଯା ହୋଇପାରେ । କିଛି ଭକ୍ତଙ୍କ କହିବା ଅନୁସାରେ ପ୍ରଶାସନର ଅବହେଳା ଯୋଗୁ ଆଜି ଦୋଳ ପୁର୍ଣିମାରେ ଏଭଳି ବିରାଟ ଅଘଟଣ ଘଟିଛି ।

ଆଗରୁ ମଧ୍ୟ ଏମିତି କିଛି ଘଟଣା ଘଟିସାରିଛି । କିନ୍ତୁ ଏଥିପ୍ରତି ପ୍ରଶାସନ ସଚେତନ ହୋଇନାହିଁ। ସେଥିପାଇଁ ଆଜି ଏଭଳି ଘଟଣା ଘଟିଛି । କୌଣସି ଭକ୍ତ ଉପରେ ମଧ୍ୟ ପଥର ଖସି ପାରିଥାନ୍ତା ବୋଲି ଭକ୍ତ ଜଣକ ନିଜ ମତରେ କହିଛନ୍ତି । ଆଜି ଦୋଳ ପୁର୍ଣିମାରେ ଚଳଚଞ୍ଚଳ ଶ୍ରୀ କ୍ଷେତ୍ରରେ ଯେତେବେଳେ ମହାପୃଭୁଙ୍କର ସୁନାବେଶ ଚାଲିଛି ସେତେବେଳେ ଏହିଭଳି ଅଲୌକିକ ଘଟଣା ଘଟିବା ଦ୍ଵାରା ଆଗକୁ କୌଣସି ମହାସଙ୍କଟ ହେବାର ସୂଚନା ଦେଉଛି ।

ଆଜିର ଏହି ଦିନରେ ଏଭଳି ଘଟଣା ଘଟିବା ଯୋଗୁ ଲୋକମାନଙ୍କ ମନରେ ଏହି ଘଟଣାଟି ଭୟ ସୃଷ୍ଟି କରିସାରିଛି । ପ୍ରଶାସନର ଏଭଳି ଦାୟିତ୍ଵହିନତା ଯୋଗୁ ଶ୍ରୀ କ୍ଷେତ୍ରରେ ଏଭଳି ଚମକାଇଦେଇଥିବା ଘଟଣା ଘଟିଛି । ମନ୍ଦିରଟି ବହୁତ ପୁରୁଣା ହୋଇଯାଇଥିବାରୁ କେଉଁ ପଥର ଦୁର୍ବଳ ହୋଇଯାଇଛି ତାହାର ଟିକିନିଖି କରି ଅନୁସନ୍ଧାନ କରିବା ପ୍ରଶାସନର ମୁଖ୍ୟ ଦାୟିତ୍ଵ ହେବା ଉଚିତ ।

କଳା ମୁଗୁନି ପଥରର ମୂର୍ତ୍ତୀଟି ସେବାୟତଙ୍କ ମୁଣ୍ଡ ଉପରେ ପଡିଥିଲେ ତାଙ୍କର ଜୀବନ ମଧ୍ୟ ଚାଲିଯାଇଥାନ୍ତା । ତେଣୁ ଏଭଳି ଘଟଣାକୁ ପ୍ରଶାସନ ଆଖି ଆଗରେ ରଖି ଆଗକୁ ଯେମିତି ଏଭଳି ଦୁର୍ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।