Vastu Shastra- ହୋଲି ଦିନ ରାତିରେ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି 1 ଜିନିଷ, ପୁରା ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଉ ମାତ୍ର କିଛି ଦିନ ପରେ ରଙ୍ଗ ର ପର୍ବ ହୋଲି ର ଆଗମନ ହେବାକୁ ଯାଉଛି । ଏହି ଦିନ ବହୁତ ଶୁଭମୟ ହୋଇଥାଏ । ଏହି ସମୟରେ ପ୍ରାୟତଃ ବ୍ୟକ୍ତି ନିଜର ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଅନେକ ପ୍ରକାର ଉପାୟ ର ମଧ୍ୟ ପ୍ରୟୋଗ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି ୫ଟି ଉପାୟ ସମ୍ବନ୍ଧରେ ଯାହାକୁ ଆପଣ ଏହି ହୋଲି ପର୍ବ ରେ ହୋଲିକା ଦହନ ସମୟରେ ପ୍ରୟୋଗ କରିବେ ।

ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଅପାର ଧନର ଅଧିକାରୀ ହେବେ ଏବଂ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ସ୍ଥାପନ ହେବ ।

୧. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣଙ୍କ ଜୀବନ ରେ ଅନେକ ସମସ୍ୟା ର ଆଗମନ ହେଉଛି ଏବଂ ସେହି ସମସ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ତେବେ ଆପଣ ସପରିବାର ଙ୍କ ସହିତ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ଦେଶୀ ଘିଅ, ଦୁଇଟି ଲବଙ୍ଗ, ବତାସା, କୁମକୁମ ଏବଂ ଅଗ୍ନି ର ଏଗାରତମ ପରିକ୍ରମା କରି ସେଥିରେ ଶୁଖିଲା ନଡ଼ିଆ ଚଢାଇ ଦିଅନ୍ତୁ ଏବଂ ସପରିବାର ହୋଲିକା ମାତା ଙ୍କ ଆରାଧନା କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ର ଅନ୍ତ ଘଟିବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଏହି ସମୟରେ ଅଧିକାଂଶ କଳା ଯାଦୁ ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଲାଗୁଛି ଯେ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଛି ତେବେ ଆପଣ ହୋଲିକା ଦହନ ର ସକାଳୁ ଏକ କଳା କପଡ଼ା ରେ ଅଳ୍ପ କିଛି କଳା ରାଶି କୁ ରଖି ବାନ୍ଧି ଦିଅନ୍ତୁ ଏବଂ ଏହାକୁ ସନ୍ଧ୍ୟା ରେ ହୋଲିକା ଦହନ ସମୟରେ ହୋଲିକା ଦହନ ର ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ପଡ଼ିଥିବା କଳା ଯାଦୁ ନଷ୍ଟ ହୋଇଯିବ ଏବଂ ଭଗବାନ ନରସିଂହ ଙ୍କ କୃପା ରୁ କେହି ମଧ୍ୟ ଆପଣଙ୍କ କିଛି ବିଗାଡ଼ି ପାରିବେ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ ମନରେ ଶତ୍ରୁ ପ୍ରତି ଭୟ ରହିଛି ଅଥବା ଆପଣ କୌଣସି ରୋଗରେ ବହୁତ ଦିନ ଧରି ପୀଡ଼ିତ ରହିଛନ୍ତି ତେବେ ଆପଣ ହୋଲିକା ଦହନ ଦିନ ଗୋମତି ଚକ୍ର ଆଣି ହୋଲିକା ଦହନ ର ଅଗ୍ନି ଚାରି ପାଖରେ ସାତ ଥର ବୁଲନ୍ତୁ ଏବଂ ସେହି ଗୋମତି ଚକ୍ର କୁ ସେହି ପବିତ୍ର ଅଗ୍ନି ରେ ପକାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ତ ରୋଗ ର ଅନ୍ତ ହେବ ଏବଂ ଶତ୍ରୁ ଭୟ ର ଦମନ ମଧ୍ୟ ହେବ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ବ୍ୟାପାର ରେ କ୍ଷତି ହେଉଛି ଏବଂ ପରିବାର ରେ ମଧ୍ୟ କଲହ ସୃଷ୍ଟି ହେଉଛି ତେବେ ଆପଣ ହୋଲିକା ଦହନ ର ଭସ୍ମ କୁ ଆଣି ସେଥିରେ ଅଳ୍ପ ଲୁଣ ମିଶାଇ ନିଜର ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ ଅଥବା ଘରେ ତୁଳସୀ ଗଛ ର ମାଟିରେ ମିଶାଇ ରଖି ଦିଅନ୍ତୁ ଏବଂ ସେଠାରେ ପ୍ରତିଦିନ ଦୀପ ଜଳାନ୍ତୁ । ଆପଣ ସ୍ୱୟଂ ଦେଖିବେ ଆପଣଙ୍କ ବ୍ୟାପାର ରେ ଉନ୍ନତି ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ ।

୫. ବନ୍ଧୁଗଣ ପଞ୍ଚମତଃ, ଯଦି ଆପଣଙ୍କୁ ସର୍ବଦା ଭୁତ ଏବଂ ପ୍ରେତ ର ଡର ଲାଗି ରହିଥାଏ । ତେବେ ଆପଣ ଆସୁଥିବା ହୋଲି ପର୍ବ ରେ ହୋଲିକା ଦହନ ଦିନ ବଜରଙ୍ଗ ବାଣ ର ପାଠ ଆରମ୍ଭ ଅବଶ୍ୟ କରନ୍ତୁ ଏବଂ ହୋଲିକା ଦହନ ଦିନ ରୁ ନେଇ ଲଗାତାର ୪୦ ଦିନ ପର୍ଯ୍ୟନ୍ତ ଏହାକୁ ପାଠ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ପ୍ରକାର ଭୟ ତୁରନ୍ତ ଦୂର ହୋଇଯିବ ।

ବନ୍ଧୁଗଣ ଆଉ ଗୋଟିଏ କଥା ମନେ ରଖନ୍ତୁ ହୋଲିକା ଦହନ ଦିନ ଭୁଲରେ ମଧ୍ୟ ଟଙ୍କା ପଇସା କାହାକୁ ଉଧାର ଦେବେ ନାହିଁ, ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯାଇଥାନ୍ତି  । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।