Bollywood ଷ୍ଟାର Saif Ali Khan ଙ୍କ ମୋଟ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଙ୍କ ସମ୍ବନ୍ଧରେ ଯେବେ ପ୍ରଶ୍ନ ଉଠିଥାଏ ତେବେ ଅଭିନେତା ସୈଫ ଅଲ୍ଲୀ ଖାଁ ଙ୍କ ନାମ ମଧ୍ୟ ସେଥିରେ ସାମିଲ ଥାଏ । ଏହା ସହିତ ସବୁଠାରୁ ଧନୀ ଅଭିନେତା ଙ୍କ ମଧ୍ୟରେ ବି ସୈଫ ଅଲ୍ଲୀ ଖାଁ ଙ୍କୁ ଗଣା ଯାଇଥାଏ । ତାଙ୍କ ନାମ ସହିତ ଜଡିତ ‘ନୱାବ’ ଟାଇଟେଲ ତାଙ୍କ ଉପରେ ସମ୍ପୂର୍ଣ୍ଣ ରୂପରେ ସୁଟ୍ କରୁଛି । ଅଭିନେତା ସୈଫ ଅଲ୍ଲୀ ଖାଁ ବର୍ତ୍ତମାନ ୪୯ ବର୍ଷ ବୟସର ଅଟନ୍ତି । ଏହି ଅଭିନେତା ଦାମୀ ଗାଡି ଠାରୁ ଆରମ୍ଭ କରି ଦାମୀ ଘଡ଼ି କୁ ପସନ୍ଦ କରନ୍ତି । ବଲିଉଡ ଫିଲ୍ମ ରୁ ମଧ୍ୟ ସୈଫ ବହୁତ ଭଲ ରୋଜଗାର କରନ୍ତି ।

ଅଭିନେତା ସୈଫ ଅଲ୍ଲୀ ଖାଁ ଏବଂ ଅଭିନେତ୍ରୀ କରିନା କପୁର ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାୱାର କପଲ୍ ଭାବରେ ପରିଚିତ । ଏହି ଯୋଡ଼ି ଏକ ମାସରେ କୋଟି ଟଙ୍କା ରୋଜଗାର କରନ୍ତି । ଏହି ଯୋଡ଼ିଙ୍କ ପାଖରେ ଭୋପାଲ ଏବଂ ପଟୋଦି ରେ ଅପାର ସମ୍ପତ୍ତି ରହିଛି । ପଟୋଦି ପ୍ୟାଲେସ ଦିଲ୍ଲୀ ରେ ଥିବା ପଟୋଦି ଗାଁ ରେ ସ୍ଥିତ ଅଟେ ।

ଏହି ପ୍ୟାଲେସ ସୈଫ ଅଲ୍ଲୀ ଖାଁ ଙ୍କୁ ନିଜ ପୂର୍ବଜ ଙ୍କ ଠାରୁ ମିଳିଥିଲା ଏବଂ ଏହି ପ୍ୟାଲେସ ର ଦାମ ବହୁତ ଅଧିକ ଅଟେ । ଏହା ସହିତ ମହଲ ସମ୍ବନ୍ଧରେ ଯଦି କହିବା ତେବେ ସେହି ମହଲ ର ଦାମ ପାଖାପାଖି ୮୦୦ କୋଟି ଟଙ୍କା ଅଟେ । ଅଭିନେତା ସୈଫ ଅଲ୍ଲୀ ଖାଁ ପ୍ରାୟତଃ ଛୁଟି କଟାଇବା ନିମନ୍ତେ ନିଜ ପରିବାର ସହିତ ପଟୋଦି ଯାଆନ୍ତି ଏବଂ ସେହି ମହଲ ର ଫଟୋ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରନ୍ତି ।

ଭୋପାଲ ଙ୍କ ନୱାବ ଙ୍କ ସହିତ ସୈଫ ଅଲ୍ଲୀ ଖାଁ ଙ୍କ ସମ୍ପର୍କ ରହିଛି । ସୈଫ ଙ୍କ ପୂର୍ବଜ ଙ୍କ ନାମ ହାମିଦୁଲ୍ଲା ଖାଁ ଅଟେ । ସେ ଭୋପାଲ ର ଶେଷ ନୱାବ ଥିଲେ । ସେ ନିଜର ସମ୍ପତ୍ତି ବଡ଼ ଝିଅ ଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଭାରତ ବିଭାଜନ ପରେ ତାଙ୍କ ବଡ଼ ଝିଅ ପାକିସ୍ତାନ ରେ ରହିଥିଲେ ।

ପରେ ତାଙ୍କ ମଝିଆ ଝିଅ ଙ୍କ ପରିବାର ଏହି ସମ୍ପତ୍ତି ଉପରେ କବ୍ଜା କରିଥିଲେ । ତାଙ୍କ ମଝିଆ ଝିଅ ଅର୍ଥାତ ‘ବେଗମ ସାଜିଦା ସୁଲତାନ’ ହିଁ ସୈଫ ଅଲ୍ଲୀ ଖାଁ ଙ୍କ ଜେଜେମା’ ଅଟନ୍ତି । ପଟୋଦି ପରିବାର ର ପୁରା ସମ୍ପତ୍ତି ପାଖାପାଖି ୫୦୦୦ କୋଟି ଟଙ୍କା ଅଟେ । ଏଥିରେ ଭୋପାଲ ର ମହଲ ମଧ୍ୟ ସାମିଲ ରହିଛି । ବର୍ତ୍ତମାନ ଏହି ସମ୍ପତ୍ତି ପାଇଁ କାନୁନି ଲେଖାପଢ଼ା ଚାଲିଛି ।

ସୈଫ ଅଲ୍ଲୀ ଖାଁ ଏବଂ କରିନା କପୁର ବର୍ତ୍ତମାନ ମୁମ୍ବାଇ ର ବାନ୍ଦ୍ରା ରେ ଏକ ରାଜକୀୟ ମହଲରେ ରହୁଛନ୍ତି । ତାଙ୍କ ଘରର ଦାମ ୪୮ କୋଟି ଟଙ୍କା ଅଟେ । ସେ ନିଜ ଘରକୁ ବେଶ ଦାମୀ ସାମଗ୍ରୀ ରେ ସଜାଇଛନ୍ତି । ଏହାଛଡା ସୁଇଜରଲାଣ୍ଡ ରେ ମଧ୍ୟ ତାଙ୍କର ଏକ ମହଲ ରହିଛି ଏବଂ ତା’ର ଦାମ ୩୩ କୋଟି ଟଙ୍କା ଅଟେ ।

ଅଭିନେତା ସୈଫ ଅଲ୍ଲୀ ଖାଁ ଙ୍କ ସମୁଦାୟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ୧୧୦୦ କୋଟି ଟଙ୍କା ଅଟେ । ତାଙ୍କ ପାଖରେ ଦୁନିଆର ସବୁଠାରୁ ଦାମି ଗାଡ଼ି ରହିଛି । ସୈଫ ନିଜ ଗାଡି ଠାରୁ ଅଧିକ ନିଜ ଘଡ଼ି କୁ ବେଶୀ ପସନ୍ଦ କରନ୍ତି । ତାଙ୍କ ପାଖରେ ବହୁତ ଦାମି ଘଡ଼ି ର କଲେକ୍ସନ ମଧ୍ୟ ରହିଛି । ରିପୋର୍ଟ ଅନୁସାରେ ଅଭିନେତା ସୈଫ ଅଲ୍ଲୀ ଖାଁ ଦିନକୁ ଅତି କମରେ ୩ଥର ନିଜ ଘଡ଼ି ବଦଳାଇ ଥାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।