୮୦ ଦଶକରେ Bollywood ରେ ରାଜ କରୁଥିବା ସୁପରହିଟ ହିରୋଇନ ମାନଙ୍କର ସୁପରଫ୍ଲପ ଝିଅ- Bollywood

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜର ଫିଲ୍ମ ରେ ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଛନ୍ତି ଏବଂ ତାଙ୍କର ସମସ୍ତ ଫିଲ୍ମ ସୁପରହିଟ ମଧ୍ୟ ହୋଇଛି। କିଛି ଷ୍ଟାରକିଡ ଅଭିନେତ୍ରୀ ମାନେ ମଧ୍ୟ ନିଜ ମାଆ ଅଥବା ବାପା ଙ୍କ ଭଳି ଇଣ୍ଡଷ୍ଟ୍ରୀ ରେ ନିଜ ସୁନ୍ଦରତା ଏବଂ ଅଭିନୟ ଦ୍ବାରା କାୟା ବିସ୍ତାର କରିଛନ୍ତି। କିନ୍ତୁ କିଛି ଷ୍ଟାରକିଡ ଅଭିନେତ୍ରୀ ଏଭଳି ଅଛନ୍ତି ଯେଉଁମାନେ ନିଜ ମାତା ପିତା ଙ୍କ ସମ୍ପୂର୍ଣ୍ଣ ବିପରୀତ ଅଟନ୍ତି।

ସେହି ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରୀ ରେ ବିଶେଷ ଲୋକପ୍ରିୟତା ହାସଲ କରିପାରି ନାହାନ୍ତି ଏବଂ ତାଙ୍କର ଫିଲ୍ମ ମଧ୍ୟ ସୁପରହିଟ ହୋଇଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୮୦ ଦଶକ ରେ ରାଜଜ୍ କରୁଥିବା କିଛି ଏଭଳି ଅଭିନେତ୍ରୀ ଙ୍କ ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ମାଆ ଙ୍କ ଭଳି ଲୋକପ୍ରିୟତା ହାସଲ କରିପାରି ନାହାନ୍ତି। ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ତନୁଜା- ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ୮୦ ଓ ୯୦ ଦଶକ ର ପ୍ରସିଦ୍ଧ ଅଭିନେତ୍ରୀ ତନୁଜା। ଏହି ଅଭିନେତ୍ରୀ ‘ହାଥି ମେରେ ସାଥି’ ଏବଂ ‘ଅନୁଭବ’ ଭଳି ସୁପରହିଟ ରେ କାମ କରିଛନ୍ତି। ଏହି ଅଭିନେତ୍ରୀ ଙ୍କ ଦୁଇ ଜଣ ଝିଅ ଅଛନ୍ତି। କାଜୋଲ ଓ ତନିଶା। ଆପଣ ମାନେ କାଜୋଲ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ତନୁଜା ଙ୍କ ସାନ ଝିଅ ତନିଶା ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ବିଶେଷ ଲୋକପ୍ରିୟତା ମିଳିପାରି ନାହିଁ। ତନିଶା ଇଣ୍ଡଷ୍ଟ୍ରୀ ରେ ଫ୍ଲଫ ସାବ୍ୟସ୍ତ ହୋଇଛନ୍ତି।

୨. ଡିମ୍ପଲ କପାଡ଼ିଆ- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ। ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ପ୍ରଦାନ କରିଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଙ୍କ ଦୁଇ ଝିଅ ଟ୍ୱିଙ୍କଲ ଖାନ୍ନା ଏବଂ ରିଙ୍କି ଖାନ୍ନା ଇଣ୍ଡଷ୍ଟ୍ରୀ ରେ ଫ୍ଲଫ ସାବ୍ୟସ୍ତ ହୋଇଛନ୍ତି।ଦୁହିଁଙ୍କୁ ‘ଜିସ ଦେଶ ମେ ଗଙ୍ଗା ରେହେତା ହେ’, ‘ମେଲା’, ‘ବର୍ଷାତ’ ଭଳି ଫିଲ୍ମ ରେ ଦେଖିବାକୁ ମିଳିଥିଲା। କିନ୍ତୁ ଦୁହେଁ ଲୋକପ୍ରିୟତା ହାସଲ କରିପାରି ନଥିଲେ। ଏହି କାରଣରୁ ଟ୍ୱିଙ୍କଲ ଖାନ୍ନା ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅକ୍ଷୟ କୁମାର ଙ୍କୁ ବିବାହ କରି ସବୁଦିନ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ।


୩. ହେମା ମାଲିନି- ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ରିମଗାର୍ଲ ହେମା ମାଲିନି। ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ବ୍ଲକ ବଷ୍ଟର ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଅଭିନେତ୍ରୀ ଙ୍କ ନାଁ ରୁ ଡ୍ରିମଗାର୍ଲ ର ଟ୍ୟାଗ୍ ରହିଛି। କିନ୍ତୁ ଏହି ଅଭିନେତ୍ରୀ ଙ୍କ ଝିଅ ଇସା ଦେଓଲ ବଲିଉଡ ଇଣ୍ଡଷ୍ଟ୍ରୀ ରେ ବିଶେଷ ଲୋକପ୍ରିୟତା ହାସଲ କରିପାରି ନାହାନ୍ତି।ଇସା ଦେଓଲ ‘ଏକ୍ ଦୋ ତିନ’ ଏବଂ ‘ନୋ ଏଣ୍ଟ୍ରି’ ଭଳି ଫିଲ୍ମ ରେ କାମ କରିଛନ୍ତି। କିନ୍ତୁ ସେ ନିଜ ମାଆ ଙ୍କ ଭଳି ଲୋକପ୍ରିୟତା ହାସଲ କରିପାରି ନାହାନ୍ତି। ଏହି କାରଣରୁ ଇସା ଦେଓଲ ସବୁଦିନ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଛନ୍ତି।


୪. ଶର୍ମିଲା ଟାଗୋର- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶର୍ମିଲା ଟାଗୋର। ଏହି ଅଭିନେତ୍ରୀ ୭୦ ଦଶକ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି। ଏହି ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି ଏବଂ ବିଶେଷ ପ୍ରସିଦ୍ଧି ମଧ୍ୟ ଲାଭ କରିଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ଙ୍କ ଝିଅ ‘ସୋହା ଅଲ୍ଲୀ ଖାଁ’ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜ ମାଆ ଙ୍କ ଭଳି ପ୍ରସିଦ୍ଧି ହାସଲ କରିପାରି ନାହାନ୍ତି।

ସୋହା ଅଲ୍ଲୀ ଖାଁ ଙ୍କୁ ‘ତୁମ ମିଲେ’, ‘ରଙ୍ଗ ଦେ ବସନ୍ତି’, ‘ଦିଲ୍ ମାଂଗେ ମୋର୍’ ଭଳି ଫିଲ୍ମ ରେ ଦେଖିବାକୁ ମିଳିଥିଲା।କିନ୍ତୁ ପରେ ଏହି ଅଭିନେତ୍ରୀ ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ କାମ ମିଳି ନଥିଲା ଏବଂ ସେ ପରବର୍ତ୍ତୀ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା କୁନାଲ ଖେମୁ ଙ୍କୁ ବିବାହ କରି ସବୁଦିନ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।