ଦୁନିଆର ସବୁଠୁ ବଡ ରହସ୍ୟମୟୀ ମନ୍ଦିର, ମନ୍ଦିର ଦ୍ଵାର ଖୋଲିଲେ ଆସିବ ମହା ପ୍ରଳୟ

ନମସ୍କାର ବନ୍ଧୁଗଣ ଭାରତ ର କେରଳ ରେ ବିଷ୍ଣୁ ଭଗବାନ ଙ୍କ ର ପଦ୍ମନାଭ ମନ୍ଦିର ରହିଛି । ଏଠାକୁ ଆପଣ ନିଶ୍ଚୟ ବୁଲିବାକୁ ଯାଇଥିବେ । ଆଜି ଆମେ ସେହି ମନ୍ଦିର ଭିତରେ ଥିବା କିଛି ରହସ୍ୟ ବିଷୟରେ ଆଲୋଚନା କରିବୁ । ଏହି ମନ୍ଦିର ର ଗର୍ଭ ଗୃହ ରେ ଭଗବାନ ବିଷ୍ଣୁ ଙ୍କ ର ବିଶାଳ ମୂର୍ତ୍ତି ରହିଛି । ଯାହା ଶେଷ ନାଗ ଉପରେ ଶୟନ ମୁଦ୍ରା ରେ ରହିଛନ୍ତି । ମାନ୍ୟତା ଅଛି ଷଷ୍ଠ ଶତାବ୍ଦୀରେ ଦ୍ରଵନ ପୁର ର ରାଜା ଏହି ମନ୍ଦିର କୁ ନିର୍ମାଣ କରିଥିଲେ । ଏହି ମନ୍ଦିର ନିଜ ଭିତରେ ଅନେକ ରହସ୍ୟ ଧରି ରଖିଛି ।

କୁହାଯାଏ କି ଦ୍ରଵନ ପୁରର ରାଜା ନିଜ ବହୁ ମୁଲ୍ୟ ବାନ ରତ୍ନ ଏହି ମନ୍ଦିର ର କାନ୍ଥ ବାଡ଼ା ଏବଂ ଭଣ୍ଡାର ଗୃହରେ ଲୁଚାଇ ରଖିଛନ୍ତି । ୨୦୧୧ ମସିହା ସୁପ୍ରିମକୋର୍ଟ ଆଦେଶରେ ମନ୍ଦିର ର ଟ୍ରଷ୍ଟି ମାନଙ୍କ ସହ ଆଲୋଚନା କରି ମନ୍ଦିର ଭିତରେ ଥିବା ଭଣ୍ଡାର ଗୃହ କୁ ଖୋଲା ଯିବାର ଚେଷ୍ଟା କରାଯାଇ ଥିଲା । ଯେଉଁ ଭଣ୍ଡାର ଗୃହ କେବେ ଖୋଲା ଯାଇ ନଥିଲା ତାହା ୨୦୧୧ ମସିହାରେ ଖୋଲା ଗଲା ।

ଏବଂ କୋଠରୀ ଭିତରୁ ସିନ୍ଧୁକ ରେ ସୁନା ହୀରା ର ଅନେକ ଆବୁଷଣ ମିଳିଥିଲା । ତାଛଡା ଅନେକ ମୁଲ୍ୟ ବାନ ମୂର୍ତ୍ତି ମଧ୍ୟ ମିଳିଲା । ତାପରେ ଗୋଟିଏ ପରେ ଗୋଟିଏ କବାଟ ଖୋଲା ଚାଲିଲା । ଏବଂ ହୀରା ସୁନା ମୋତି ଆଦି ମିଳି ଚାଲିଲା । ଯେତେବେଳେ ଶେଷ କବାଟ ଟି ଖୋଲା ଯିବାର ଥିଲା । କିନ୍ତୁ ସେତେବେଳେ ସେ କବାଟ ଆଦୌ ଖୋଲିଲା ନାହିଁ । ଏଠାରେ ଥିଲା ପାଞ୍ଚଟି କବାଟ । ସବୁ କବାଟ ଖୋଲିଗଲା କିନ୍ତୁ ଶେଷ କବାଟ ଟି ଆଦୌ ଖୋଲିଲା ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏଥିରେ କୌଣସି ତାଲା ମଧ୍ୟ ଲଗାଯାଇ ନଥିଲା ।

କିନ୍ତୁ କବାଟ ଖୋଲିବାର ସମସ୍ତ ଉପାୟ ଫେଲ ମାରିଥିଲା । ଏହାକୁ ଖୋଲିବାକୁ ଯାଇଥିବା ଅଧିକାରୀ ମାନେ କହିଥିଲେ କି ସେ କବାଟ ରେ କୌଣସି ତାଲା ନ ଥିଲା ଖାଲି ଆଉଜା ହୋଇ ରହିଥିଲା । ତଥାପି ତାହା ଖୋଲିଲା ନାହିଁ । ଏବଂ ସେମାନେ ଏହି କବାଟ କୁ ଭାଙ୍ଗିବାକୁ ଚାହୁଁ ନ ଥିଲେ । ତେଣୁ ସମସ୍ତେ ସେଠାରୁ ଫେରି ଆସିଲେ । କିନ୍ତୁ ପରେ ଜଣା ପଡିଲା କି କବାଟ ରେ ଥିବା ସାପ ର ଚିତ୍ର ସୂଚନା ଦେଉ ଥିଲା କି ଏହି କବାଟ ଖୋଲିଲେ ବହୁତ ଖରାପ ହେବ ।


୧୭ ଜୁଲାଇ ୨୦୧୧ ମସିହାରେ ପ୍ରଥମ ତିନୋଟି କକ୍ଷ ଖୋଲା ଯିବାର ତିନି ସପ୍ତାହ ପରେ ପିପି ସୁନ୍ଦର ରାଜନ । ସେହି ବ୍ୟକ୍ତି ଯିଏ ଏହି କବାଟ ସବୁ ଖୋଲା ଯିବାର ପିଟିସନ ଜାରି କରିଥିଲେ ସେ ପ୍ରଥମେ ରୋଗରେ ପଡିଗଲେ । ଏବଂ ପରେ ସେ ମୃତ୍ୟୁ ବରଣ ମଧ୍ୟ କଲେ । ତା ପର ମାସରେ ମନ୍ଦିର ସହ ଯୋଡି ହୋଇଥିବା ସଂସ୍ଥା ଏଭଳି ଏକ ଚେତାବନୀ ଜାରିକଲେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ଏହା ଥିଲା କି ଯିଏ ସେ କକ୍ଷ କୁ ଖୋଲିବାର ପ୍ରୟାସ କରିଛି ପରିଣାମ ବହୁତ ଭୟଙ୍କର ହୋଇଛି । କୁହାଯାଏ କି ଏହି ଶେଷ କବାଟ କୁ ଏକ ସ୍ୱତନ୍ତ୍ର ମନ୍ତ୍ର ଦ୍ୱାରା ବନ୍ଦ କରାଯାଇଛି । ଯାହାକୁ ଅଷ୍ଟ ନାଗ ବନ୍ଧ ମନ୍ତ୍ର କୁହାଯାଏ । ଏହି ମନ୍ତ୍ର ଟି କଣ ଏବଂ କିପରି ମୁକ କରାଯିବ ତାହା କେହି ଜାଣି ନାହାଁନ୍ତି । ଏବଂ କୁହାଯାଏ କି ଯିଏ ଭି ଏହି କୋଠରୀ ଭିତରକୁ ଯିବା ପାଇଁ ଚେଷ୍ଟା କରିଛି ସେ ଖୁବ କମ ଦିନରେ ମରି ଯାଇଛି ।

ସେଥିପାଇଁ ଏହି କବାଟ ଖୋଳାଯିବାର ନିଷ୍ପତ୍ତି ବଦଳାଇ ଦେଲେ । ୨୦୧୮ ରେ ମଧ୍ୟ କିଛି ସାଧୁ ଚେଷ୍ଟା କରିଥିଲେ କିନ୍ତୁ ଖୋଲି ପାର ନ ଥିଲେ । ଏହି ମନ୍ଦିର ର ବହୁତ ମହିମା ମଧ୍ୟ ରହିଛି । ଏବଂ ଏହାର ଅନେକ ରହସ୍ୟ ମଧ୍ୟ ଅଛି ଏବଂ କିଛି ରହସ୍ୟ କୁ କେହି ଜାଣି ପାରୁ ନାହାଁନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।