ଫିଲ୍ମରେ ଆସିବା ପୂର୍ବରୁ ରାସ୍ତାରେ ପେନ ବିକି ଘର ଚଳଉଥିଲେ Johnny Lever, କିନ୍ତୁ ଏବେ ସେ କେତେ କୋଟିର ମାଲିକ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବଲୀଉଡରେ ଏମିତି ବହୁତ କମେଡିୟାନ ଅଛନ୍ତି ଯେଉଁମାନେ ନିଜର ଭଲ କମେଡି ଦ୍ଵାରା ଲୋକମାନଙ୍କ ହୃଦୟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କୁ ଆପଣ ସମସ୍ତେ ଜାଣିଛନ୍ତି । ତାଙ୍କର କମେଡି ବି ସମସ୍ତଙ୍କୁ ବହୁତ ପସନ୍ଦ । ସେ ଆଉ କେହି ନୁହନ୍ତି ବଲୀଉଡର ପ୍ରସିଦ୍ଧ କମେଡିୟାନ ଜନି ଲିଭର । ଯିଏକି କୌଣସି ବି ପରିଚୟର ମୋହତାଜ ନୁହନ୍ତି ।

ଜନି ଲିଭର ଜଣେ ଏମିତି କଳାକାର ଅଟନ୍ତି ଯିଏକି ଫିଲ୍ମରେ ନିଜର କମେଡି ଦ୍ଵାରା ସମସ୍ତଙ୍କ ମୁହଁରେ ହସ ନେଇ ଆସନ୍ତି । ଜନି ଲିଭର ନିଜର କମେଡି ଦ୍ଵାରା କୌଣସି ବି ଫିଲ୍ମକୁ ହିଟ କରିବାରେ ଦମ ରଖୁଥିଲେ । ବଲୀଉଡରେ ପାଖାପାଖି ସେ ୪ ଦଶକ ହେବ କାମ କରିଆସୁଛନ୍ତି । ବଲୀଉଡର ପ୍ରାୟତଃ ସବୁ ବଡ ବଡ କଳାକାରଙ୍କ ସହିତ ଜନି ଲିଭର ବଡ ପରଦାରେ ନଜର ଆସିସାରିଛନ୍ତି ।

ଆଜି ଜନି ଲିଭର ଯେଉଁ ସ୍ଥାନରେ ଅଛନ୍ତି ସେଠି ପହଞ୍ଚିବା ତାଙ୍କ ପାଇଁ ସହଜ କଥା ନ ଥିଲା । ଜନି ଲିଭର ନିଜର ଜୀବନରେ ବହୁତ କଠିନ ପରିସ୍ଥିତିର ସାମ୍ନା କରିଛନ୍ତି । ଆଜି ଆମେ ତାଙ୍କ ଜୀବନ ସହ ଜଡିତ କିଛି କଥା ବିଷୟରେ ଆଲୋଚନା କରିବୁ । ଜନି ଲିଭର ୧୪ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ଜନି ଲିଭରଙ୍କ ପୁରା ନାଁ ଜନ ରାୱ ପ୍ରକାଶ ରାୱ ଜନୁମାଲା ଅଟେ ।

ତାଙ୍କର ପିତା ପ୍ରକାଶ ରାୱ ଗୋଟିଏ ପ୍ରାଇବେଟ କମ୍ପାନୀରେ ଅପରେଟର ରୂପରେ କାମ କରୁଥିଲେ ଓ ମା ଗୃହିଣୀ ଥିଲେ । ଆର୍ଥିକ ସ୍ଥିତି ଖରାପ ଥିବା କାରଣରୁ ଜନି ଲିଭର ସପ୍ତମ କ୍ଳାସ ପରେ ପଢା ଛାଡି ଦେଲେ । ସେହି ସମୟରୁ ହିଁ ତାଙ୍କର ସଂଘର୍ଷର କାହାଣୀ ଆରମ୍ଭ ହୋଇଗଲା । ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜନି ଲିଭର ବିଭିନ୍ନ ପ୍ରକାରର ଚାକିରି କରିଥିଲେ । ପରିବାରର ଆର୍ଥିକ ସ୍ଥିତି ବି ଖରାପ ଥିଲା । ସେଥିପାଇଁ ପ୍ରଥମେ ପ୍ରଥମେ ଜନି ଲିଭର ମୁମ୍ବାଇ ରାସ୍ତାରେ ବୁଲି ବୁଲି ପେନ ବିକ୍ରି କରୁଥିଲେ ।

ଯେତେବେଳେ ସେ ମୁମ୍ବାଇର ଗଳି ଗଳି ବୁଲି ପେନ ବିକ୍ରି କରୁଥିଲେ ତେବେ ସେହି ସମୟରେ ସେ କିଛି ବଲୀଉଡ ଅଭିନେତାଙ୍କ ନକଲ ବି କରୁଥିଲେ । ସେ କଳାକାରଙ୍କ ଭଳି ଡାନ୍ସ ବି କରୁଥିଲେ । ଜନି ଲିଭରଙ୍କ ପିତା ତାଙ୍କୁ “ହିଂଦୁସ୍ତାନ ୟୁନିଲୀବର ଲିମିଟେଡ”ରେ ଅପରେଟର କାମରେ ଲଗାଇ ଦେଲେ । ଚାକିରି କରିବା ସମୟରେ ସେ ମିମିକ୍ରୀ ଓ କମେଡି ଦ୍ଵାରା ଲୋକମାନଙ୍କୁ ମନୋରଞ୍ଜନ କରୁଥିଲେ । କିଛି ବର୍ଷ ପରେ ଜନି ଲିଭରଙ୍କ ଭାଗ୍ୟ ଖୋଲି ଗଲା । ସେ ନିଜର ପୁରା ଧ୍ୟାନ କମେଡି ଉପରେ ଦେଲେ ଓ ଶେଷରେ ଏଥିରେ କ୍ୟାରିୟର କରିବେ ବୋଲି ଲକ୍ଷ ରଖିଲେ ।

ଏହା ମଧ୍ୟରେ ସୁଜାତାଙ୍କ ସହ ତାଙ୍କର ବିବାହ ବି ହୋଇ ସାରିଥିଲା, ତାଙ୍କର ଦୁଇଟି ସନ୍ତାନ ବି ଅଛି । ଫିଲ୍ମରେ ନିଜର କ୍ୟାରିୟର କରିବା ପାଇଁ ଜନି ଲିଭର ବହୁତ ସଂଘର୍ଷ ବି କରିଛନ୍ତି । ଶେଷରେ ଜନି ଲିଭର ୧୯୮୬ରେ ଆସିଥିବା ଫିଲ୍ମ ଲଭ ୮୬ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଲେ । ଜନି ଲିଭର ନିଜର ଫିଲ୍ମି କ୍ୟାରିୟରରେ ପାଖାପାଖି ୩୫୦ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି ।