ଦେଶର ପ୍ରତ୍ଯେକ ବ୍ଯାଙ୍କ ଜମାକାରୀଙ୍କ ପାଇଁ PM Modi ଙ୍କ ବଡ ଘୋଷଣା ! ବ୍ୟାଙ୍କ ବୁଡିଗଲେ ଚିନ୍ତା କରିବାର କିଛି ନାହିଁ, ପ୍ରତ୍ଯେକ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ଏଣିକି ବ୍ଯାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ହିତାଧିକାରୀଙ୍କ ଜମାରାଶି ଉପରେ ଲକ୍ଷେ ଟଙ୍କାର ଗ୍ୟାରେଣ୍ଟି ଥିଲା । ଅର୍ଥାତ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ଥିଲେ ମଧ୍ୟ କୌଣସି କାରଣରୁ ବ୍ଯାଙ୍କ ବୁଡିଗଲେ ଜମାକାରୀଙ୍କୁ କେବଳ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆ ଯାଉଥିଲା । ହେଲେ ମୋଦି ସରକାର ଏହାକୁ ବଢାଇ ୫ ଲକ୍ଷ ଟଙ୍କା କରିଛନ୍ତି । ସେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ଏଥିପାଇଁ କେନ୍ଦ୍ରରେ କଂଗ୍ରେସ ସରକାରଙ୍କୁ ଅନୁରୋଧ କରି ଆସୁଥିଲେ ।

ହେଲେ ମନମୋହନ ସରକାର ଏହାକୁ ଏଡାଇ ଦେଇଥିଲେ । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ‘ଡିପୋଜିଟର୍ସ ଇନ ବ୍ଯାଙ୍କ ଡିପୋଜିଟ ଇନ୍ସୁରାନ୍ସ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏବେ ଏହା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଥିଲେ କି, ପୂର୍ବ ସରକାର ସମସ୍ଯାକୁ ଟାଳି ଦେବାରେ ବିଶ୍ବାସ କରୁଥିଲେ, ହେଲେ ନୂଆ ଭାରତରେ ସମସ୍ଯାକୁ ଟାଳି ଦେବା ବଦଳରେ ଏହାର ସମାଧାନ ପାଇଁ ବାଟ ବାହାର କରିବାରେ ଗୁରୁତ୍ଵ ଦିଆଯାଉଛି ।

ଏଣିକି ବ୍ଯାଙ୍କ ଜମା ଉପରେ ୫ ଲକ୍ଷର ଗ୍ୟାରେଣ୍ଟି ସହିତ ୯୦ ଦିନର ସମୟସୀମା ଧାର୍ଯ୍ୟ ହୋଇଛି । ଅର୍ଥାତ ବ୍ଯାଙ୍କ ବୁଡିବାର ୯୦ ଦିନ ମଧ୍ୟରେ ଜମାକାରୀଙ୍କୁ ସେମାନଙ୍କ ଜମାରାଶି ବାବଦରେ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ସରକାରଙ୍କ ଏହିଭଳି ପଦକ୍ଷେପରେ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ୍ତ ଏବଂ ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ଵସ୍ତି ମିଳିବ ବୋଲି ଦାବି କରାଯାଇଛି ।

ପ୍ରଧାନମନ୍ତ୍ରୀ ତାଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟର ଅନୁଭୂତି ପ୍ରକାଶ କରି କହିଛନ୍ତି କି, ଯେତେବେଳେ କୌଣସି ବ୍ଯାଙ୍କ ବୁଡିଯାଏ ଲୋକେ ମୁଖ୍ୟମନ୍ତ୍ରୀ ମାନଙ୍କ ପାଖରେ ହିଁ ଯାଇ ସାହାଯ୍ୟ ପାଇଁ ଠିଆ ହୁଅନ୍ତି । କିନ୍ତୁ ପ୍ରକୃତରେ ସେମାନଙ୍କ ସମସ୍ଯାର ସମାଧାନ କେବଳ ବ୍ଯାଙ୍କ ନଚେତ ଭାରତ ସରକାର ହିଁ କରିପାରିବେ । ମୁଖ୍ୟମନ୍ତ୍ରୀଙ୍କ ହାତରେ ସେତେଟା କିଛି ନଥାଏ ଏହି ମାମଲାରେ ସାହାଯ୍ୟ କରିବା ପାଇଁ । ସେଥିପାଇଁ ଭାରତ ସରକାରଙ୍କୁ ମୋଦି ବାରମ୍ବାର ଅନୁରୋଧ କରୁଥିଲେ ଏହି ମାମଲାର କିଛି ସମଧାନ ବାହାର କରିବା ପାଇଁ ।

ଯଦ୍ୱାରା ଅଧିକରୁ ଅଧିକ ପରିବାରଙ୍କୁ ସନ୍ତୁଷ୍ଟ କରା ଯାଇପାରିବ । କିନ୍ତୁ ସେ ସମୟରେ ଭାରତ ସରକାର ତାଙ୍କ କଥା ଶୁଣି ନଥିଲେ । ଆମ ଦେଶରେ ବ୍ଯାଙ୍କ ୬୦ ଦଶକରେ ବ୍ଯାଙ୍କ ଜମାକାରୀଙ୍କ ଇନ୍ସୁରାନ୍ସ ବ୍ୟବସ୍ଥା ତିଆରି କରା ଯାଇଥିଲା । ପ୍ରଥମେ ବ୍ଯାଙ୍କ ଜମାରାଶି ବାବଦରେ ମାତ୍ର ୫୦ ହଜାର ଟଙ୍କାର ଗ୍ୟାରେଣ୍ଟି ଥିଲା କିନ୍ତୁ ସମୟକ୍ରମେ ଏହା ବଢି ୧ ଲକ୍ଷ ହୋଇଥିଲା ।

ତେବେ ମୋଦି ସରକାର ଏବେ ଏହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାଦ୍ବାରା ଦେଶର କୋଟି କୋଟି ଲୋକ ନିଶ୍ଚୟ ଉପକୃତ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।