ସ୍ତ୍ରୀ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ଯା କିପରି କରିବେ ଉପଚାର, ପଢନ୍ତୁ ଆଜିର 20 + ଅନୁଚିନ୍ତା

ସ୍ୱାସ୍ଥ୍ୟ ହିଁ ସମ୍ପନ୍ଦ । ସାଧାରଣ ଭାବେ ସବୁ ମନୁଷ୍ୟ ସୁସ୍ଥ ରହିବାକୁ ଚାହେଁ । ସୁସ୍ଥ ରହିଲେ ମନ ସବୁ କାର୍ଯ୍ୟ କରିବାରେ ଶାଠ ଦେଇଥାଏ । ଅସୁସ୍ଥତା ରହିଲେ ମନ ସବୁବେଳେ ଅସୁସ୍ଥତା ଆଡକୁ ଚାଲିଯାଇଥାଏ । କାମ କରିବାରେ ଚିଡା ଲାଗେ । ସେଥିପାଇଁ ମନୁଷ୍ୟ ସୁସ୍ଥ ରହିବାକୁ ଚାହିଁଥାଏ । ଯାହା ଦ୍ଵାରା ସବୁ କାର୍ଯ୍ୟରେ ସଫଳତା ପାଇଥାଏ । ସଫଳତା ଉନ୍ନତିର କାରଣ ହୋଇଥାଏ । ଆଜି ଆମେ ମହିଳାଙ୍କ ସ୍ୱାସ୍ଥ୍ୟ ଉପଚାର ବିଷୟରେ ଜଣେଇବୁ ।

୧ – ମହିଳା ମାନଙ୍କର ସୌଦର୍ଜ୍ୟ ବୃଦ୍ଧି କରିବା ପାଇଁ ହେଲେ ଲିଚୁ କୋଳି କିଛି ଦିନ ଖାଇଲେ ସୌନ୍ଦର୍ଜ୍ୟ ବୃଦ୍ଧି ହେବା ସହିତ ଚେହେରାରେ ଚମକ ଆସିଥାଏ । ୨ – ମୁଣ୍ଡରେ ରୂପୀ ହେଉଥିଲେ ମେହେନଦୀ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ମୁଣ୍ଡ ଧୋଇଲେ ମୁଣ୍ଡରୁ ରୂପି ଦୂର ହୋଇଥାଏ । ୩ – ମେହେନଦୀ ପତର ରସକୁ ହାତ ପାପୁଲିରେ ଲଗାଇଲେ ଯଦି ଲାଲ ରଙ୍ଗ ହୋଇଯାଏ ତେବେ ରକ୍ତରେ ହିମୋଗ୍ଲୋବିନ ପରିମାଣ ଠିକ ଅଛି ବୋଲି ଜଣ ପଡେ ।

୪ – ଯେଉଁ ସ୍ତ୍ରୀ ଲୋକମାନଙ୍କର ମାସିକ ଧର୍ମ ଠିକ ସମୟରେ ହୁଏ ନାହିଁ ସେମାନେ ମୂଳା ରସ ଏକ କପ ସକାଳୁ କିଛି ଦିନ ପିଇଲେ ତାହା ଦୂର ହୋଇଥାଏ ।

୫ – ମହିଳାମାନଙ୍କର ଯଦି ଗର୍ଭାଶୟ ବୃଦ୍ଧି ହୋଇଥାଏ ତେବେ ମୁଥା ମୂଳକୁ ଚୁର୍ଣ କରି ସକାଳେ ସନ୍ଧ୍ୟାବେଳେ ପାଣି ସହିତ ଖାଇଲେ ଗର୍ଭ ସଙ୍କୁଚିତ ହୋଇଥାଏ ଏବଂ ଶୁଦ୍ଧ ହୋଇଥାଏ ।

୬ – କଞ୍ଚା ମୁଥାମୂଳକୁ ବାଟି ସ୍ତନରେ ଲେପ ଦେଲେ ସ୍ତନ ବୃଦ୍ଧି ହେବା ସହିତ ଶୁଦ୍ଧ ହୋଇଥାଏ ଏବଂ କ୍ଷୀର ବୃଦ୍ଧି ହୋଇଥାଏ  ।

୭ – ଯେଉଁ ଝିଅମାନଙ୍କର ଅଧିକ ବୟସ ପର୍ଯ୍ୟନ୍ତ ଋତୁସ୍ରାବ ବିଳମ୍ବ ହେଉଥିଲେ ମନ୍ଦାର ପତ୍ରକୁ କଞ୍ଚାକ୍ଷୀରରେ ବାଟି ସକାଳେ ସନ୍ଧ୍ୟାରେ କିଛି ଦିନ ପିଇଲେ ଋତୁସ୍ରାବ ହୋଇଥାଏ ।

୮ –  ମନ୍ଦାର ଫୁଲକୁ ତେଲରେ ପାକ କରି ତାକୁ ଛଣି କେଶରେ ଲଗାଇଲେ କେଶ ଭଲ ବଢିଥାଏ ତା ସହିତ ନରମ ରହିଥାଏ ।

୯ – ନିର୍ମୂଳୀ ଲତାକୁ ପାଣି ରେ ଭଲଭାବରେ ସିଝାଇ ତାକୁ ଥଣ୍ଡା ହେଲାପରେ ସେହି ପାଣିରେ ମୁହଁ ଧୋଇଲେ ବ୍ରଣ ଅଳ୍ପଦିନରେ ଶୁଖିଯାଇଥାଏ ।

୧୦ – ହାଡଫୁଟି ପରେ ଦେହରେ ହୋଇଥିବା ଚିହ୍ନ ଲିଭେଇବା ପାଇଁ ହେଲେ ପଇଡପାଣିକୁଆ ତୁଳା ସାହାଯ୍ୟରେ ଗୋଟିଏ ସପ୍ତାହ ଲେପଦେଲେ ସମସ୍ତ ଚିହ୍ନ ଦୂର ହୋଇଯାଏ ।

୧୧ – ଗର୍ଭବତୀ ମହିଳାମାନେ ପଇଡ ପିଇବା ଅନୁଚିତ କାରଣ ଗର୍ଭ ନଷ୍ଟ କରିଥାଏ ।

୧୨ – ଗର୍ଭ ଅବସ୍ଥାରେ ଯଦି ବାନ୍ତି ହେଉଥାଏ ତେବେ ଏକ ଗ୍ଲାସ ଲାଊ ରସ ପିଇଲେ ବାନ୍ତି ଶୀଘ୍ର ବନ୍ଦ ହୋଇଥାଏ ।

୧୩ – ପିତା ଲାଗୁଥିବା ଲାଉ ରସ ପିଇବା ଅନୁଚିତ କାରଣ ଏହା ଅତ୍ୟନ୍ତ କ୍ଷତି କାରକ ହୋଇଥାଏ ।

୧୪ – ରକ୍ତରେ ହିମୋଗ୍ଲୋବିନ କମ ଥିଲେ ଲାଉରସ ସହିତ ଗହମ ସେଓ , ତୁଲସୀ , ପୋଦିନା ଓ ଗୋଲମରିଚକୁ ବାଟି ପିଇଲେ ହିମୋଗ୍ଲୋବିନ ବୃଦ୍ଧି ହୋଇଥାଏ ।

୧୫ – ମୁହଁ ସୁନ୍ଦର ଦେଖାଯିବା ପାଇଁ ହେଲେ ଏକ ଗ୍ଲାସ ଲାଉ ରସ ନିୟମିତ ଭାବରେ କିଛି ଦିନ ପିଇଲେ ମୁଖ ମଣ୍ଡଳରେ ଚମକ ଆସିଥାଏ ।

୧୬ – ଯଦି ତ୍ଵଚରେ କୌଣସି ଦାଗ ଥାଏ ତେବେ ହଳଦୀ ସହିତ ଦୁବ ଘାସ ବାଟି ଲାଗଇଲେ ତାହା ଦୂର ହୋଇଥାଏ ।

୧୭ – ଯଦି ପ୍ରସବ ପରର ଯନ୍ତ୍ରଣା ହେଉଥାଏ କିମ୍ବା ଉପବାସ ଓ ଅନିଦ୍ରା ଜନିତ ଦୁର୍ବଳତା ଲାଗୁଥିଲେ କିଛି ଦିନ ଏକ ଗ୍ଲାସ ତରଭୁଜ ରସ ପିଇଲେ ତାହା ଦୂର ହୋଇଥାଏ ।

୧୮ – ଯଦି ଦେହରେ ଘିମିରି ହୋଇଥାଏ ତେବେ ତେଜ ପତରକୁ ବାଟି କିଛି ଦିନ ଦେହରେ ମାଲିସ କରି ଗାଧୋଇଲେ ତାହା ଦୂର ହୁଏ ଏବଂ ଦେହ ସଫା ହୋଇଥାଏ ।

୧୯ – ଯଦି ଦିନକୁ ଦିନ ଚେହେରା ଖରାପ ହେଉଥାଏ ତେବେ ତେଜ ପତରକୁ ସିଝାଇ ତାର ପାଣିକୁ ଦିନକୁ ଦୁଇଥର ଖାଇଲେ ସ୍ୱାସ୍ଥ୍ୟ ଫେରି ଆସିଥାଏ ।

୨୦ – ଗର୍ଭଅବସ୍ଥା ସମୟରେ ଯଦି ବାନ୍ତି ହେଉଥାଏ ତେବେ ଜିରାରେ ଟିକେ କଳାଲୁଣ ମିଶାଇ ଚୋବାଇ ଖାଇଲେ ତାହା ଦୂର ହୋଇଥାଏ ।

୨୧ – ପିଲାଙ୍କ ପାଇଁ ମା କ୍ଷୀର ବୃଦ୍ଧି କରିବା ପାଇଁ ହେଲେ ଜିରକୁ ଘିଅରେ ଭାଜି ତା ସହିତ ମିଶ୍ରି ମିଶାଇ ପ୍ରତେକ ଦିନ ଦୁଇଥର ଖାଇଲେ କ୍ଷୀର ବୃଦ୍ଧି ହୋଇଥାଏ ।

୨୨ – ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥିଲେ ଜୁଆଣିକୁ ସିଝାଇ ତାର ପାଣିରେ ଗୁଡ ମିଶାଇ ସକାଳୁ ଖାଲି ପେଟରେ ଉଷୁମ କରି ପିଇଲେ ତାହା ଦୂର ହୋଇଥାଏ ।

୨୩ – ଯଦି କୌଣସି କାରଣରୁ ବାରମ୍ବାର ଗର୍ଭପାତ ହେଉଥାଏ ତେବେ ଶ୍ଵେତ ଅରଖ ଚେରକୁ ସଂଗ୍ରହ କରି ସପ୍ତବର୍ଣ ସୂତାରେ ଅଣ୍ଟାରେ ବାନ୍ଧିଲେ ଗର୍ଭପାତ ହୁଏ ନାହିଁ ।

୨୪ – ଯଦି ଦେହାରେ ଭାତୁରି ହୋଇଥାଏ ତେବେ ଘିକୁଆଁରୀ ରସକୁ ତା ଉପରେ କିଛି ଦିନ ପଟି ଲଗାଇ ବାନ୍ଧିଲେ ତାହା ଦୂର ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।