TV ଦୁନିଆରେ ଦୁଃଖର ଲହରୀ, “ସାଥ ନିଭାନା ସାଥୀୟା” ଫେମ Rupal Patel ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

ନମସ୍କାର ବନ୍ଧୁଗଣ । ଆପଣ ଜାଣିଥିବେ ଟିଭି ଜଗତର ଷ୍ଟାର ପ୍ଲସ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସାଥ ନିଭାନା ସାଥୀୟା” ରେ ଅଭିନୟ କରିଥିବା ଅଭିନେତ୍ରୀ ରୂପଲ ପଟେଲ ଯିଏ କି କୋକିଳା ମୋଦୀ ଚରିତ୍ରରେ ଅଭିନୟ କରିଥିଲେ ।

ଏହି ସିରିଏଲରେ ସେ ଗୋପୀଙ୍କର ଶାଶୁ ଭୂମିକରେ ଅଭିନୟ କରିବାର ନଜର ଆସିଥିଲେ । ଅଭିନେତ୍ରୀ ରୂପଲ ପଟେଲଙ୍କ ପର୍ସନାଲିଟି ପାଇଁ ତାଙ୍କୁ ଶାଶୁ ଭୂମିକା ବହୁତ ଭଲ ସୁ-ଟ କରୁଥିଲା । ଏହି ସିରିଏଲ ଦୀର୍ଘ ୭ ବର୍ଷ ଧରି ପ୍ରସାରିତ ହୋଇଥିଲା ଯାହା ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି ସିରିଏଲରେ ଅଭିନୟ କରୁଥିବା ରୂପଲ ପଟେଲଙ୍କର ଚରିତ୍ର ଏତେ ସୁନ୍ଦର ହୋଇଥିଲା ଯାହା ପାଇଁ ସିରିଏଲଟି ଲୋକପ୍ରିୟ ହୋଇ ପାରିଥିଲା । “ସାଥ ନିଭାନା ସାଥୀୟା” ସିରିଏଲରେ ଦର୍ଶକ ମାନେ ରୂପଲ ପଟେଲଙ୍କର ଅଭିନୟକୁ ମଧ୍ୟ ବେଶ ପ୍ରଶଂସା କରିବା ସହ ପସନ୍ଦ ମଧ୍ୟ କରୁଥିଲେ ।

ଗତ କିଛି ମାସ ତଳେ ଏହି ସୋ ରେ ଅଭିନୟ କରିଥିବା ଅଭିନେତ୍ରୀ ରୂପଲ ପଟେଲଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସେ ଧାରାବାହିକର ନିଜ ବୋହୁ ଗୋପୀ କୁ ଗାଳି ଦେବାର ନଜର ଆସିଥିଲେ ଯାହା ପୁଣି ଥରେ ଏହି ସିରିଏଲରେ ପୁନରାବୃତ୍ତି ହୋଇଥିଲା । ସୂଚନା ଅନୁସାରେ ରୂପଲ ପଟେଲଙ୍କ ଏହି ଭିଡିଓକୁ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ ।

ବର୍ତ୍ତମାନ ଅଭିନେତ୍ରୀ ରୂପଲ ପଟେଲଙ୍କ ବିଷୟରେ ଏକ ଦୁଖ ଖବର ଆସି ପହଞ୍ଚିଛି ଯେ ସେ ହସପିଟାଲରେ ଆଡମିସନ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ କଣ ପାଇଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ତାହାର ପ୍ରକୃତ କାରଣ ଜଣାପଡି ନାହି ।

କିନ୍ତୁ ଏହି ଖବର ପ୍ରଚାର ହେବା ପରେ ରୂପଲ ପଟେଲଙ୍କର ଫ୍ୟାନ୍ସ ମାନେ ତାଙ୍କର ଆରୋଗ୍ଯ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।  ଅଭିନେତ୍ରୀ ରୂପଲ ପଟେଲଙ୍କର ସ୍ଵାମୀ ତାଙ୍କ ସ୍ୱାସ୍ଥ୍ୟ ସମ୍ବଧୀୟ କିଛି ଜରୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରୂପଲ ପଟେଲ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ।

ସେମିତି କିଛି ଚିନ୍ତା କରିବାର ବିଷୟ ନାହି ବୋଲି ରୂପଲ ପଟେଲଙ୍କ ସ୍ଵାମୀ ସୂଚନା ଦେଇଛନ୍ତି । “ସାଥ ନିଭାନା ସାଥୀୟା” ସିରିଏଲରେ ରୂପଲ ପଟେଲ ନିଜର ଜବରଦସ୍ତ ଅଭିନୟ କରିବା ସହ ଟିଭି ଜଗତରେ ଆହୁରି ଅନେକ ସିରିଏଲରେ ମଧ୍ୟ ନଜର ଆସିଛନ୍ତି । ଏହି ସିରିଏଲରେ ତାଙ୍କର ଓ ତାଙ୍କୁ ବୋହୁ ଗୋପିର ଯୋଡି ବେଶ ସୁନ୍ଦର ଥିଲା ଯାହା ଦର୍ଶକ ମାନେ ଆଜି ବି ମନେ ରଖିଛନ୍ତି ।