ଆଜିର ରାଶିଫଳ, 28 ଫେବୃଆରୀ 2021, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୮ ଫେବ୍ରୁଆରି ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ମାତା ଓ ପିତାଙ୍କ ସାଙ୍ଗରେ ବାହାରକୁ ବୁଲିବାକୁ ଯାଇପାରନ୍ତି ଓ ତାଙ୍କ ସହ ଭଲରେ ଦିନ କଟିବ । ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । କୌଣସି ଏକ ଭୁଲ କର୍ମରୁ ଆପଣ ଶାରିରୀକ ଓ ମାନସିକ ଚାପରେ ଆଜି ରହିପାରନ୍ତି । ଆଜି କିଛି ବଡ ନିସ୍ପତି ନେଇ ପାରନ୍ତି । ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ ।

ବୃଷ

ଯଦି କୌଣସି ଜାଗାରେ ଚାକିରି କରିବାକୁ ଚାହୁଞ୍ଚନ୍ତି ତେବେ ଏହି ସମୟ ନିଜ ପାଇଁ ବହୁତ ଭଲ ହେବ । ନିଜର ଆତ୍ମବିଶ୍ଵାସ ବଢିବା ସହିତ କର୍ମରେ ଊର୍ଣ୍ଣତି ହେବ । ପରିବାରର ସହୋଯୋଗ ଫଳରେ ଆଜି ଯେକୌଣସି କାମ କଲେ ସେଥିରେ ଆପଣ ସଫଳତା ହାସଲ କରିବେ । ଆଜି କୌଣସି ଏକ ସାଙ୍ଗ ସହ ଭେଟ ହେଲା ପରେ ବହୁତ ଖୁସି ରହିବେ ଓ ତାଙ୍କ ସହ ମିଶି ବାହରକୁ ଯିବା ପାଇଁ କିଛି ଯୋଜନା କରିପାରନ୍ତି । କାର୍ଯ୍ୟର ଭାର ଅଧିକା ହେବାରୁ ଆଜି ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ । ଟଙ୍କା ଦେବା ନେବାରେ ସାବଧାନ ରୁହନ୍ତୁ ।

ମିଥୁନ

ପରିବାରରୁ ଆଜି କିଛି ନୂଆ ଦାଇତ୍ୟ ମିଳିପାରେ । କେବେ ହେଲେ କାହା ପ୍ରତି ଅନ୍ୟାୟ କରନ୍ତୁ ନାହିଁ, କାରଣ ତାର କର୍ମ ଫଳ ଆପଣ ନିଶ୍ଚୟ ଭୋଗ କରିବେ । ଅଧିକା କାହାକୁ ରଗାନ୍ତୁ ନାହିଁ । ସବୁ କାର୍ଯ୍ୟରେ ଆଜି ସଫଳ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବ୍ୟବସାୟରେ କିଛି ଛୋଟ ଛୋଟ ଭୁଲ ହୋଇପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ କିନ୍ତୁ ଭଲ ଲାଭ ହେବ । ବଡ ଲୋକଙ୍କର କଥା ଅନୁଯାଇ କାମ କରିବାକୁ ଚେଷ୍ଟା କରନ୍ତୁ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇ ଯିବାର ଅଧିକ ସମ୍ଭାବନା ଅଛି ।

କର୍କଟ

ନୂଆ ସାଙ୍ଗ ବନାଇ ପାରିବେ ଯାହା ଆପଣଙ୍କୁ ପରେ ବହୁତ ସାହାର୍ଯ୍ୟ କରିବ । କୌଣସି ଜିନିଷରେ ଯଦି ନିବେଶ କରିବାକୁ ଚାହୁଛନ୍ତି ତେବେ ଏହା ଆପଣଙ୍କର ବହୁତ କ୍ଷତି ହୋଇପାରେ । ମାତା ପିତାଙ୍କ ଧ୍ୟାନ ରଖନ୍ତୁ ନଚେତ ତାଙ୍କର ଆଜି ସ୍ୱାସ୍ଥ୍ୟ ବିଗାଡି ଯାଇପାରେ । ଜୀବନ ସାଥିକୁ ବୁଝିବାକୁ ଚେଷ୍ଟା କରନ୍ତୁ ସେ ଆଜି ଆପଣଙ୍କୁ ଯେଉଁ ଉପଦେଶ ଦେବେ ସେଇଟା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରେ । କାର୍ଯ୍ୟ ସଫଳ ହେବା ଫଳରେ ଆଜି ବହୁତ ଆତ୍ମବିଶ୍ଵାସ ବଢିବ କିନ୍ତୁ କାମ ଅଧିକା ଭାରି ରହିବ, ଯେଉଁଥିପାଇଁ ଶାରୀରିକ କଷ୍ଟ ଓ ମାନସିକ କଷ୍ଟ ଉଭୟ ଦେଖା ଦେବ ।

ସିଂହ

ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଶତ୍ରୁ ଯଦି ଚେଷ୍ଟା କରେ ଆପଣଙ୍କୁ ଖାଲରେ ପକାଇବା ପାଇଁ ତେବେ ସେହି ଖାଲରେ ସେ ନିଜେ ପଡିବ । ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । କାମ ପୁରା କରିବା ପାଇଁ ହୁଅତ ଆଜି ବେସୀ ସମୟ ନ ମିଳିପାରେ । କୌଣସି ଏକ କାମ ସଂପୂର୍ଣ୍ଣ ହୋଇଯିବା ଫଳରେ ଆଜି ବହୁତ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ହଠାତ କିଛି ଆସୁବିଧା ଆସିପାରେ ଯାହାକି ଆପଣଙ୍କ ଉପରେ କିଛି ପ୍ରେସର ହେଇପାରେ ।

ବିଚ୍ଛା

ସରକାରୀ ଚାକିରିରେ ଆପଣଙ୍କୁ କାମ କରିବାକୁ ପୁରା ସାହାର୍ଯ୍ୟ ମିଳିବ ଓ ସମର୍ଥନ ମଧ୍ୟ ମିଳିବ । ବିବାହିତ ଜୀବନରେ ଜୀବନ ସାଥି ହାତରୁ ଖସି ପଳାଇ ଯିବା ପରି ଲାଗିବ । ନିଜ ଜୀବନରେ କିଛି ନୀତି ଓ ନିୟମ ବଦଳାଇବା ଆପଣଙ୍କର ବହୁତ ଜିନିଷ ନଷ୍ଟ ହେବାରୁ ବଞ୍ଚିଯିବେ । ଜୀବନରେ ଯଦି କିଛି କରିବାକୁ ଚାଉଞ୍ଚନ୍ତି ତେବେ ଅନ୍ୟର ସାହାରା କେବେ ହେଲେ ଖୋଜନ୍ତୁ ନାହିଁ, ସବୁ ବେଳେ ନିଜେ ପରିଶ୍ରମ କରି ଉଠିବାକୁ ଚେଷ୍ଟା କରନ୍ତୁ । ଆଜି କାହା ଉପରେ ବିଶ୍ଵାସ କରନ୍ତୁ ନାହିଁ, ସେହି ଲୋକ ପରିବର୍ତୀ ସମୟରେ ଆପଣଙ୍କୁ ବହୁତ ବଡ ଅସୁବିଧାରେ ପକାଇ ପାରେ ।

ତୁଳା

ମାତା ଓ ପିତାଙ୍କ ସାଙ୍ଗରେ କୌଣସି ଏକ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ ମିଶିବେ ନାହିଁ । ଏହିପରି କୌଣସି କାର୍ଯ୍ୟ ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ କାରଣ ଆଜି ଯେଉଁ କାର୍ଯ୍ୟ କରିବେ ସେହି କାର୍ଯ୍ୟରେ ମନ ଲାଗିବ ନାହିଁ । ଆପଣ ଆଜି ଯେଉଁ ଭୁଲ କରିଛନ୍ତି ସେଥିପାଇଁ ଅଫିସରେ ସମସ୍ତଙ୍କ ଆଗେରେ ମୁଣ୍ଡ ତଳକୁ କରି କାମ କରିବାକୁ ପଡିବ । ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ ।

କନ୍ୟା

ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ବହୁତ ଶୀଘ୍ର ସଫଳତା ମିଳିବ । ଯେକୌଣସି କାମ ଆଜି ଆରମ୍ଭ କରିଥିବେ ସେହି କାମ ଆଜି ନିର୍ଭୁଲ ଭାବରେ ଓ ବହୁତ ଭଲ ଭାବରେ ଖୁବ ଶୀଘ୍ର ସରିଯିବ । ଆଜିର ଦିନକୁ ରୋମାଞ୍ଚକରେ କରିବାକୁ ଚାହୁଁଥିଲେ ଆପଣ ନିଜ ପରିବାର ଓ ସାଙ୍ଗ ସହ ସମୟ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଦିନ ମଧ୍ୟମ ଧରଣର କଟିବ । ଘରେ କିଛି ଭଲ ଖୁସି ଖବର ମିଳିପାରେ । ନୂଆ ଘର କରିଛନ୍ତି ଓ ଆପଣ ଗୃହ ପ୍ରବେଶ କରିବା ପାଇଁ ଚହୁଁଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ ଅଟେ ।

ଧନୁ

ଆଜି ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ । ନୂଆ ବିବାହିତ ହୋଇଥିବା ମହିଳା ମାନେ ଓ ପୁରୁଷ ମାନେ ବହୁତ ଖୁସିରେ ରହିବେ । ଆଜି ଆପଣ ମାନଙ୍କୁ କିଛି ସୁସ୍ଵାଦୁ ଖାଦ୍ୟ ଖାଇବା ପାଇଁ ମିଳିପାରେ । ନିଜେ କରିଥିବା ପରିଶ୍ରମ ହେତୁ ଯେଉଁ ଜିନିଷର ଆପଣଙ୍କର ବହୁତ ଦିନରୁ ଅପେକ୍ଷା କରିଥିଲେ ସେହି ଜିନିଷ ଏବେ ପାଇଯିବେ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି ।

ମକର

କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ । ଭାଗ୍ୟ ପୁରା ଆଜି ଆପଣଙ୍କର ହିଁ ସାଥ ଦେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଏମିତି ସାଙ୍ଗ ଥାନ୍ତି ଯେଉଁ ମାନେ କି ହଇରାଣ କରନ୍ତି । ସେମାନେ କେବେହେଲେ ଆପଣଙ୍କର ଭଲ ଚାହାନ୍ତି ନାହିଁ । ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି । ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । କାରବାରରେ ଭଲ ଲାଭ ହେବ ।

କୁମ୍ଭ

ଜୀବନ ସାଥି ସହ ଭଲରେ ଦିନ କଟିବ ଓ ତାଙ୍କ ସହ ମିଶି ଅଧିକ ସମୟ କାଟିବେ । ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ । ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ବାଧା ଆସିବା କିନ୍ତୁ କିଛି ବଡ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପିଲା ମାନଙ୍କ ସହିତ ପାଟିତୁଣ୍ଡ ହୋଇପାରେ ଯାହାକି ଆଜି ଆପଣଙ୍କୁ ବହୁତ ଚିନ୍ତା ଲାଗିବ । ଆଜି କୌଣସି ବିପଦପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ । ଆଜି କିଛି ମାନସିକ ଚାପରେ ଆସିପାରନ୍ତି । ଘରେ ଅସାନ୍ତି ଦେଖାଦେବ ।

ମୀନ

କେହି ଆପଣଙ୍କୁ ଆଜି କୌଣସି କାର୍ଯ୍ୟରେ ହରାଇ ପାରିବେ ନାହିଁ । ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । କାମରେ ମନ ଲଗାଇ କଲେ କାମରେ ସୁଫଳ ମିଳିବ କିନ୍ତୁ ପରିଶ୍ରମ ଅନୁଯାଇ ଫଳ କମ ମିଳିବ ସେଥିପାଇଁ ଆପଣ ଜମା ଚିନ୍ତା କରନ୍ତୁ ନାହିଁ କାରଣ ସମୟ ଚକ୍ର ସବୁବେଳେ ବଦଳୁଥାଏ ତେଣୁ କରି କର୍ମ କରିଚାଳନ୍ତୁ । ବିବାହିତ ଜୀବନ ବହତ ଭଲରେ କଟିବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ବହୁତ ଭଲ ସମୟ ଅଛି ଏବେ ଆପଣ ନିର୍ଭୟରେ ଆରମ୍ଭ କରି ପାରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।