ପାଦଚିହ୍ନରୁ ଜଣା ପଡିଥାଏ ଗୁଣ, ଆଚାର, ବ୍ୟବହାର ଓ ଭାଗ୍ଯ ବିଷୟରେ, ଏଥି ମଧ୍ୟରୁ ଆପଣଙ୍କର କେଉଁଟି

ଆଜି ଆମେ ଜାଣିବା ବ୍ଯକ୍ତିର ପାଦ ଚିହ୍ନ ରୁ ବ୍ଯକ୍ତିର ଗୁଣ, ଆଚାର ବ୍ୟବହାର ଓ ଭାଗ୍ଯ ବିଷୟରେ । ଯାହାକୁ ଜାଣି ଆପଣମାନେ ଯେ କୌଣସି ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ପାରିବେ । ଓଦା ଗୋଡ ଭୂମିରେ ରଖିବା ଦ୍ଵାରା ଯଦି ସେହି ବ୍ଯକ୍ତିର ପାଦ ଚିହ୍ନ ଭୂମିରେ ସ୍ପଷ୍ଠ ଭାବରେ ପଡିଥାଏ ସେହି ବ୍ଯକ୍ତିର ସ୍ଵଭାବ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ, ଏମାନଙ୍କର ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ ।

ପାଠ ପଢାରେ ବହୁତ ଭଲ ହୋଇଥାନ୍ତି  ଓ ଏହି ବ୍ୟକ୍ତି ମାନେ ଉଚ ବିଚାରର ଧନୀଶିଳ ହୋଇଥାନ୍ତି । ଏମାନଙ୍କ ଖରାପ ଗୁଣଟି ହେଉଛି ଏମାନେ ବହୁତ ଅଳସୁଆ ହୋଇଥାନ୍ତି, ପ୍ରତ୍ୟକ କାର୍ଯ୍ୟକୁ କରିବା ପୂର୍ବରୁ ବହୁତ ବିଳମ୍ବ କରିଥାନ୍ତି । ସେଥିପାଇଁ ଏମାନଙ୍କ ଭାଗ୍ୟ କେବେ ବି ଏମାନଙ୍କୁ ସାଥ ଦିଏ ନାହିଁ । ଏମାନେ ନିଜ ଇଛା ରେ ସବୁକିଛି କରିଥାନ୍ତି ।

ବିବାହରେ କିଛି ବାଧା ମଧ୍ୟ ରୁହେ ନାହିଁ, ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ସମୟରେ ବହୁ ବାଧାବିଘ୍ନ ର ସାମ୍ନା କରିଥାନ୍ତି । କିନ୍ତୁ ସେହି କାର୍ଯ୍ୟ ରେ ସେ ଶୀଘ୍ର ସଫଳତା ହାସଲ କରିଥାନ୍ତି ।

ଯେଉଁ ବ୍ୟକ୍ତିଙ୍କର ଓଦା ଗୋଡ ଭୂମିରେ ରଖିବା ଦ୍ଵାରା ସେହି ପାଦ ର ଆଙ୍ଗୁଳି ପାଖରେ ଥିବା ପଞ୍ଜା ପୁରା ଛପିଥାଏ ଓ ମଝିରେ ସାମାନ୍ଯ ଫାଙ୍କ, ଏବଂ ଗୋଇଠି ପୁରା ଛପିଥାଏ ଏହିପରି ଲୋକ କରମବାନ ହୋଇଥାନ୍ତି କିନ୍ତୁ ସମୟର ମୂଲ୍ୟ ବହୁ ସମୟରେ ବୁଝି ପାରନ୍ତି ନାହିଁ ।

ଏମାନେ ମଧ୍ୟ ଆଳସ୍ୟର ଅଧୀନ ହୋଇଥାନ୍ତି କିନ୍ତୁ ଏମତି ବ୍ୟକ୍ତି ବି କିଛି ଅଛନ୍ତି ଯେଉଁ ମାନେକି ନିଜ ଆଳସ୍ୟକୁ ଦୂର କରି ନିଜ କାମକୁ ମହତ୍ଵ ଦେଇଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି । ଏମାନେ ନିଜ କରମଦ୍ଵାର ନିଜର ଭାଗ୍ୟ ନିର୍ଧାରିତ କରିଥାନ୍ତି । ଏମାନକୁ ଜୀବନରେ ୨୮ ବର୍ଷ ପରେ ଜୀବନର ସଫଳତା ମିଳିଥାଏ । ଏବଂ ଭାଗ୍ଯର ସାଥ ମଧ୍ୟ ମିଳିଥାଏ ।

ଯେଉଁ ବ୍ଯକ୍ତିର ଓଦା ଗୋଡ ଭୂମିରେ ରଖିବା ଦ୍ଵାରା ସେହି ପାଦର ଚିହ୍ନ ଗୋଇଠି ଏବଂ ଆଙ୍ଗୁଳି ପାଖରେ ଥିବା ପଞ୍ଝାର ଚିହ୍ନ ସ୍ପଷ୍ଠ ଭାବରେ ପଡିଥାଏ ଓ ସେହି ପାଦର ମଝି ଅଂଶର ଚିହ୍ନ ଭୂମିରେ ପଡିନଥାଏ । ଶାସ୍ତ୍ର ଅନୁସାରେ ଏହି ପାଦ ଥିବା ବ୍ୟକ୍ତିର ଭାଗ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ଅଟେ ।

ଏହି ଭଳି ବ୍ୟକ୍ତି ସମାଜରେ ନିଜର ମାନ ପ୍ରତିଷ୍ଠା କରିଥାନ୍ତି, ଏମାନେ ବହୁତ ଜ୍ଞାନୀ ଓ ଧନବାନ ମଧ୍ୟ ହୋଇଥାନ୍ତି । ଏହି ପରି ବ୍ୟକ୍ତିଙ୍କ ସ୍ଵଭାବ ଓ ବ୍ୟବହାରରୁ ସମସ୍ତେ ତାଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ଏମତି ଲୋକ ବହୁତ ଶ୍ରେଷ୍ଠ ମଧ୍ୟ ହୋଇଥାନ୍ତି ଓ ସବୁଥିରେ ଶ୍ରେଷ୍ଠ ସ୍ଥାନ ମଧ୍ୟ ହାସଲ କରିଥାନ୍ତି । ଏମାନଙ୍କୁ ପାରିବାରିକ ସୁଖ ଓ ସହଜରେ ସବୁକିଛି ହାସଲ ମଧ୍ୟ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।