ପ୍ରେମ କରୁଥିବା ଲୋକେ ସବୁବଳେ ମନେ ରଖନ୍ତୁ ଏହି 5 Chanakya Neeti, ପ୍ରେମରେ କେବେବି ଖାଇବେ ନାହିଁ ଧୋକା

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ଏକ ନୀତି ଗ୍ରନ୍ଥ ଅଟେ ଯେଉଁଥିରେ ଚାଣକ୍ୟ ମନୁଷ୍ୟ ଜୀବନର ସାମାଜିକ ବ୍ୟବହାରର ସବୁ ନିୟମ ବିଷୟରେ ବର୍ଣନା କରିଛନ୍ତି । ଚାଣକ୍ୟଙ୍କ ଏହି ନୀତି ଆପଣଙ୍କ ଜୀବନରେ କୌଣସି ନା କୌଣସି କାମରେ ନିଶ୍ଚିତ ଆସିବ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚଟି ଚାଣକ୍ୟ ନୀତି ବିଷୟରେ କହିବୁ ଯାହା ଦ୍ଵାରା କି ଆପଣ କେବେ ବି ପ୍ରେମରେ ଧୋଖା ଖାଇବେ ନହିଁ । ପ୍ରେମରେ କିଛି ଏପରି ଗଭୀର କଥା ଅଛି ଯାହା ବିଷୟରେ ଆପଣଙ୍କୁ ଜାଣିବା ନେବା ଉଚିତ ।

୧. ପ୍ରେମ କରିବା ଖରାପ କଥା ନୁହେଁ କିନ୍ତୁ ଅନ୍ଧ ହୋଇ ପ୍ରେମ କରିବା ଉଚିତ ନୁହେଁ ଅର୍ଥାତ ପ୍ରେମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି କରିବା ଉଚିତ । ଏକ ସୀମା ଭିତରେ ରହି ପ୍ରେମ କରିବା ଉଚିତ ଅତ୍ୟଧିକ ଭାବୁକ ହୋଇ ପ୍ରେମ କର ନାହିଁ ଏହା ଅସଫଳ ହୋଇଥାଏ ।

୨. ପ୍ରେମ କରିବା ପୂର୍ବରୁ ଝିଅ ହେଉ କିମ୍ବା ପୁଅକୁ ଭଲ ଭାବରେ ପରସ୍ପରକୁ ଜାଣି ନେବା ଉଚିତ । ପୁଅ ମାନେ କୁହନ୍ତି କି ମୁଁ ଝିଅକୁ ଦେଖିଲି ଓ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଗଲା କିନ୍ତୁ ପ୍ରକୃତ କଥା ହେଲା ପ୍ରଥମ ଦେଖାରେ ପ୍ରେମ ହୁଏ ନାହିଁ । କହିବାକୁ ଗଲେ ଆମେ ପ୍ରେମର ଅର୍ଥ ପୁରାପୁରୀ ବଦଳାଇ ଦେଇଛୁ କାରଣ ପ୍ରଥମ ଦେଖାରେ ଯେଉଁ ପ୍ରେମ ହୋଇଥାଏ ତାହା କେବଳ ସୁନ୍ଦର ଚେହେରା ଓ ଶାରୀରିକ ଗଠନକୁ ଦେଖି ହୋଇଥାଏ । ଏହି ପ୍ରେମ କ୍ଷଣସ୍ଥାୟି ହୋଇଥାଏ ।

ସେହି ସମୟରେ ଆଉ ଗୋଟିଏ ସୁନ୍ଦର ଝିଅକୁ ଦେଖିଲେ ତାହା ସହ ପ୍ରେମ ହୋଇଯାଏ । ଏମିତିରେ କିଛି ଝିଅ ନିଜର ସୁନ୍ଦରତାର ଫାଇଦା ଉଠାଇ ଥାନ୍ତି । ସେଥିପାଇଁ ଝିଅର ରୂପ ଓ ଚେହେରାକୁ ଦେଖି ପ୍ରେମ କରାଯାଏ ନାହିଁ ।

୩. କୌଣସି ଝିଅ ଚାଲାକ ଚତୁର, ସୁନ୍ଦର ଓ ସଂସ୍କାରୀ ହୋଇଥାଏ ତେବେ ସେହିଭଳି ଝିଅଙ୍କୁ ହିଁ ପ୍ରେମ କରିବା ଉଚିତ । ଖାଲି ସୁନ୍ଦରତାକୁ ଦେଖି ପ୍ରେମ କଲେ ଜୀବନ ନର୍କରେ ପରିଣତ ହୋଇଯାଏ । ଏଥିପାଇଁ ଝିଅ ମାନେ ଚାଲାକ ଓ ସମ୍ମାନ ଦେବାର ଯୋଗ୍ୟ ହୋଇଥିବା ଆବଶ୍ୟକ ।

୪. ଆଜିକାଲି ଯୁଗରେ ଗୋଟିଏ ଝିଅ ଗୋଟିଏ ପୁଅ ସହ କଥା ହେବା ସମୟରେ ଆଉ ଗୋଟିଏ ପୁଅ କଥା ଭାବୁଥିବ କିମ୍ବା ଆଉ କାହାକୁ ଭଲପାଉ ଥିବ । ଏହିଭଳି ଚିନ୍ତା ଧାରା ଝିଅ ମାନଙ୍କର ବିବାହ ପରେ ମଧ୍ୟ ରହିଥାଏ । ଆଜିକାଲି ଜମାନାରେ ବୋହୁ ଶଶୁର ସାଙ୍ଗରେ ଫେରାର ହୋଇଯାଏ ତ ଆଉ କିଛି ଦୁଇ ଦୁଇଟି ପିଲା ହେଲା ପରେ  ବି ନିଜ ସ୍ଵାମୀକୁ ଛାଡି ନିଜ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଉଛନ୍ତି । ଏଥିପାଇଁ କୌଣସି ଝିଅ ମାନଙ୍କୁ ପ୍ରେମ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି ପରୀକ୍ଷା କରି ପ୍ରେମ କରନ୍ତୁ । ନଚେତ ଜୀବନ ଦୁର୍ବିଷାଦ ହୋଇଯିବ ।

୫. କଥାରେ ଅଛି ପ୍ରେମ ହିଁ ଭଗବାନ । ପ୍ରେମ କରୁଥିବା ଝିଅ କିମ୍ବା ପୁଅ ଖରାପ ଚରିତ୍ରର ହୋଇଥାନ୍ତି । ଏଥି ମଧ୍ୟରୁ ପୁଅ କିମ୍ବା ଝିଅ ହୋଇଥାଇପାରେ । ଏଥିପାଇଁ ପ୍ରେମ କରିବା ପୂର୍ବରୁ ଭଲ ଭାବରେ ପରୀକ୍ଷା ନିରୀକ୍ଷା କରି ପ୍ରେମ କରନ୍ତୁ ନଚେତ ଜୀବନରେ ସର୍ବର୍ଶ୍ଵ ହରାଇ ବସିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।