ମହିଳା ଡାକ୍ତରଙ୍କ ମହାନତା ! ଝିଅ ହେବା ପରେ ନିଅନ୍ତି ନାହିଁ ଟଙ୍କାଟିଏ ବି Fees, ବରଂ କରନ୍ତି ଏହି କାମ, ଶୁଣି ଆପଣ କରିବେ ସଲାମ !

ଆମ ସମାଜରେ ଏମିତି ବିକୃତ ମାନସିକତାର କିଛି ଲୋକ ଅଛନ୍ତି ଯେଉଁମାନେ ପୁଅ ଓ ଝିଅ ମଧ୍ୟରେ ଭେଦଭାବ କରନ୍ତି । ଘରେ ପୁଅ ଜନ୍ମ ହେଲେ ଯେତିକି ଖୁସି ହୋଇ ମିଠା ବାଣ୍ଟନ୍ତି, ଝିଅଟିଏ ଜନ୍ମ ହେଲେ ସେତିକି ଖୁସି ଜାହିର କରନ୍ତି ନାହିଁ । ଆମ ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଦେଖିବାକୁ ଗଲେ ଆଜିକାଲି ଝିଅମାନେ ମଧ୍ୟ ପୁଅଙ୍କ ଠାରୁ କୌଣସି କ୍ଷେତ୍ରରେ କିଛି କମ୍ ନୁହଁନ୍ତି ।

ଝିଅମାନେ ପୁଅଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲୁଛନ୍ତି ଓ ନିଜ ବାପମାଙ୍କ ନାମ ଉଚ୍ଚ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳା ଡାକ୍ତରଙ୍କ ବିଷୟରେ କହିବୁ ଯିଏ ପୁଅ ଓ ଝିଅମାନଙ୍କ ମଧ୍ୟରେ ଫରକ କରୁଥିବା ଲୋକମାନଙ୍କୁ ଉଚିତ ଶିକ୍ଷା ଦେଉଛନ୍ତି । ଯଦି ଝିଅ ଜନ୍ମ ହୁଏ ତେବେ ଏହି ମହିଳା ଡାକ୍ତର ବିଲକୁଲ ମଧ୍ୟ ଫିସ୍ ଦିଅନ୍ତି ନାହିଁ, ବରଞ୍ଚ ଝିଅ ହେବା ଖୁସିରେ ନିଜେ ହିଁ ପୁରା ହସ୍ପିଟାଲରେ ମିଠା ବଣ୍ଟନ କରନ୍ତି । ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଝିଅ ଜନ୍ମ ହୋଇଛି ଶୁଣିବା ପରେ ସେମାନଙ୍କ ମୁହଁ ମଳିନ ପଡିଯାଏ ।

କିଛି ଲୋକଙ୍କ ଆର୍ଥିକ ଅବସ୍ଥା ଦେତେ ସ୍ବଚ୍ଛଳ ନଥିବାରୁ ମଧ୍ୟ ଝିଅ ହେଲେ ବାହା କେମିତି ଦେବେ ବୋଲି କାନ୍ଦିବାକୁ ଲାଗିଯାନ୍ତି । ଏହିପରି ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ କରିବାକୁ ଏହି ମହିଳା ଡାକ୍ତର ଜଣକ ପ୍ରଚେଷ୍ଟା ଜାରି ରଖିଛନ୍ତି । ପୁଅ ହେଉ ବା ଝିଅ ସେମାନଙ୍କୁ ଖୁସିରେ ଆପଣାଇ ନେବାକୁ ଓ ସେମାନଙ୍କ ମଧ୍ୟରେ  ଭେଦଭାବ ନ କରିବାକୁ ଏହି ମହିଳା ଡାକ୍ତର ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି ।

ତେବେ ଏହି ମହିଳା ଡାକ୍ତରଙ୍କ ନାମ ହେଉଛି ଡାକ୍ତର ସିପ୍ରା ଧର, ଯିଏ କି ଅତ୍ୟନ୍ତ ପ୍ରଶଂସାଯୋଗ୍ୟ କାମ କରୁଛନ୍ତି । ସେ ବିଏଚୟୁ ରୁ ଏମବିବିଏସ ଓ ଏମଡ଼ି କରିଛନ୍ତି । ଏହାପରେ ବାରଣାସୀରେ ସେ ଏକ ନାର୍ସି॰ ହୋମ ଚଳାଉଛନ୍ତି । ତାଙ୍କ ସ୍ଵାମୀଙ୍କ ନାମ ହେଉଛି ଏମ.କେ ଶ୍ରୀବାସ୍ତବ, ଯିଏ କି ପତ୍ନୀଙ୍କ ଏହିଭଳି କାର୍ଯ୍ୟରେ ଖୁବ ଖୁସି ହେଉଛନ୍ତି ଓ ତାଙ୍କର ପୂର୍ଣ୍ଣ ସହଯୋଗ ମଧ୍ୟ କରୁଛନ୍ତି । ଏହି ମହିଳା ଡାକ୍ତର ଗରିବ ଲୋକଙ୍କ ପାଇଁ କେଉଁ ଭଗବାନଙ୍କ ଠାରୁ କିଛି କମ୍ ନୁହଁନ୍ତି ।

ଯଦି ତାଙ୍କ ନାର୍ସି॰ ହୋମରେ କୌଣସି ନିର୍ଧନ ପରିବାରରେ ଝିଅ ଜନ୍ମ ହୋଇଥାଏ ତେବେ ବିଲକୁଲ ଫ୍ରି ରେ ତାଙ୍କର ଡେଲିଭେରି କରାନ୍ତି । ଏପରିକି ଡେଲିଭେରି ସମୟରେ ଯଦି ଅପରେସନ ବି କରିବାକୁ ପଡେ ତେବେ ମଧ୍ୟ ସେ କୌଣସି ଫିସ୍ ଚାର୍ଜ କରନ୍ତି ନାହିଁ । ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଝିଅଙ୍କ ଜନ୍ମ ପାଇଁ ସେ କୌଣସି ଫିସ୍ ନେଇ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଗସ୍ତରେ ଯାଇଥିବା ସମୟରେ ଡାକ୍ତର ସିପ୍ରା ଧରଙ୍କ କାର୍ଯ୍ୟରେ ଖୁବ୍ ପ୍ରଭାବିତ ହୋଇଥିଲେ ।

ଏହାସହ ସେ ମଞ୍ଚରେ ଦେଶର ପ୍ରତ୍ଯେକ ଡାକ୍ତରଙ୍କୁ ସମ୍ବୋଧନ କରି ଅନୁରୋଧ କରିଥିଲେ ଯେ ପ୍ରତ୍ଯେକ ମାସର ୯ ତାରିଖରେ କୌଣସି ଝିଅ ଜନ୍ମ ହୁଏ ତେବେ ତାଙ୍କ ପାଇଁ କୌଣସି ଫିସ୍ ନ ନେବା ପାଇଁ । ଏହାଦ୍ବାରା ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନ ସବଳ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।