ଦେହ ଖରାପ କହି ପୁଣି କୋର୍ଟ ଆସିବେନି Sumit ? ସତରେ ଦେହ ଖରାପ ଅଛି ନା ଅଭିନୟ କରୁଛନ୍ତି Sumit ? ଦେଖନ୍ତୁ ଏନେଇ କଣ କହିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ତପସ୍ଵିନୀଙ୍କୁ କିଛି ନ ଜଣାଇ ସୁମିତଙ୍କ ଫେରାର ହେବା ପରେ ତପସ୍ଵିନୀ ଏକଦମ ହତାଶ ହୋଇ ଯାଇଛନ୍ତି । ଅନ୍ୟପରେ ହସ୍ପିଟାଲରେ ମଧ୍ୟ ଚାରିଦିନ ଛୁଟି ନେଇଥିଲେ ସୁମିତ ଓ ଏହାପରେ ଦେହ ଭଲ ହୋଇନାହିଁ ବୋଲି କହି ହସ୍ପିଟାଲକୁ ଏକ ମେଲ୍ ପଠାଇ ଆହୁରି କିଛି ଦିନ ପାଇଁ ଛୁଟିରେ ରହିଛନ୍ତି । ଆଉ ଏଥିପାଇଁ ହନ୍ତସନ୍ତ ହେଉଛନ୍ତି ହସ୍ପିଟାଲର ଅନ୍ୟ କର୍ମଚାରୀ ମାନେ । ତେବେ ସୁମିତଙ୍କ ଫୋନ ବନ୍ଦ ଥିବା ବେଳେ ସେ କେଉଁଠାରୁ ଥାଇ ମେଲ୍ କରୁଛନ୍ତି ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ତପସ୍ଵିନୀଙ୍କ ପିଟିସନ ଉପରେ ଆସନ୍ତା ୧୭ ତାରିଖରେ ଏସଡ଼ିଜେଏମ କୋର୍ଟରେ ସୁମିତଙ୍କ ଶୁଣାଣି ଅଛି । ସୁମିତ ସେଦିନ କଣ କୋର୍ଟ ଆସି ନିଜ ପକ୍ଷ ରଖିବେ ନା ସେଦିନ ବି ଦେହ ଖରାପ ଅଛି କହି ଛୁଟି ମାରିବେ ? ସୁମିତ ଆବେଦନ କରିଥିବା ଛୁଟି ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ । କାରଣ ଏଭଳି ପରିସ୍ଥିତିରେ କେବଳ ସିଡ଼ିଏମଓ ହିଁ ଛୁଟି ଅନୁମୋଦନ କରିପାରିବେ । ସୁମିତ ନିଜ ଫୋନ ବନ୍ଦ କରି ରଖିଥିବା ବେଳେ ସିଡ଼ିଏମଓ ଙ୍କୁ କିପରି ଯୋଗାଯୋଗ କରିବେ ତାହା ମଧ୍ୟ ଦେଖିବା ବାକି ରହିଛି ।

ସୁମିତଙ୍କର ସତରେ ଦେହ ଖରାପ ଅଛି ନା ସେ ଅଭିନୟ କରୁଛନ୍ତି ସିଡ଼ିଏମଓ ମଧ୍ୟ ତାହା ଯାଞ୍ଚ କରିବେ । ସୁମିତ ଶାରୀରିକ ଏବଂ ମାନସିକ ଭାବେ ଠିକ ନଥିବା କଥା ଆବେଦନପତ୍ରରେ ଲେଖିଛନ୍ତି । ତେବେ ଏସବୁର ଡାକ୍ତରୀ ରିପୋର୍ଟ ସୁମିତଙ୍କୁ ଦେଖାଇବାକୁ ପଡିବ । ଜଣେ ଡାକ୍ତରଙ୍କ ଦେହ ଖରାପ ହେଲେ ତାଙ୍କୁ ମଧ୍ୟ ଅନ୍ୟ ଜଣେ ଡାକ୍ତରଙ୍କୁ ଦେଖାଇବାକୁ ପଡେ ।

ତେବେ କେଉଁ ଡାକ୍ତରଙ୍କ ସହ ସୁମିତ ପରାମର୍ଶ କରୁଛନ୍ତି ତାହା ମଧ୍ୟ ପ୍ରଶ୍ନ ଉଠୁଛି । ସେପଟେ ସୁମିତଙ୍କ ଅନୁପସ୍ଥିତି ଯୋଗୁଁ ହସ୍ପିଟାଲରେ ଅନ୍ୟ ଡାକ୍ତରଙ୍କ ଉପରେ ମଧ୍ୟ ଅଧିକ ଚାପ ପଡୁଛି । ତେବେ ତପସ୍ଵିନୀ, ତାଙ୍କ ପରିବାର ଓ ଶୁଭେଚ୍ଛୁ ମାନେ ୧୭ ତାରିଖକୁ ଅପେକ୍ଷା କରି ରହିଛନ୍ତି । ତପସ୍ଵିନୀ ଓ ସୁମିତଙ୍କ ଏକାଠି ରହଣିକୁ ନେଇ କୋର୍ଟ ଯେଉଁ ଫର୍ମୁଲା ଲଗାଇଥିଲେ ଏହାର ତର୍ଜମା କରିବେ ।

ତେବେ ସୁମିତ ସାମ୍ନାକୁ ଆସୁଛନ୍ତି ନା ନିଜ ସ୍ଵାସ୍ଥ୍ୟଗତ ସମାମସ୍ୟା ଦେଖାଇ ନିଜ ଓକିଲଙ୍କୁ ପଠାଇ ଏହି ସବୁରୁ ନିବୃତ୍ତ ରହୁଛନ୍ତି ଏହା ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।