ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର କଳା କାରନାମା ବିଷୟରେ ଗୁମର ଖୋଲିଲେ ଏହି ଅଭିନେତ୍ରୀ, କହିଲେ ବଡ଼ ଲୋକ ଙ୍କ ସହ ଶୋଇ..

ଏହି ବଲିଉଡ ଯେତେ ସ୍ୱଚ୍ଛ ଦେଖାଯାଏ ବାସ୍ତବ ରେ ସେତେ ସ୍ୱଚ୍ଛ ନୁହେଁ । ଏଠାରେ ହୁଏ କଳା କାରନାମା । ସାଧାରଣ ଲୋକ ମାନଙ୍କ ମନରେ,ସୁଶାନ୍ତ ଙ୍କ ମୃତ୍ୟୁ ପରେ ବଲିଉଡ ପ୍ରତି ଘୃଣା ଭାବ ସୃଷ୍ଟି ହୋଇଛି । ଏହି ସମୟରେ ବଲିଉଡ ର ଜଣେ ଅଭିନେତ୍ରୀ ଙ୍କ ଇଣ୍ଟରଭିଉ ଖୁବ ଭାଇରଲ ହେଉଛି । ସେ ଏହି ଡିରେକ୍ଟର ପ୍ରଡ୍ୟୁସର ମାନଙ୍କ ଗୁମର ଖୋଲିଛନ୍ତି । ତାଙ୍କ ସହ ମଧ୍ୟ ଏମିତି ଘଟଣା ଘଟିଥିଲା କିନ୍ତୁ ସେ ଆଜି ଜୀବିତ ଅଛନ୍ତି ଏବଂ ସଂଘର୍ଷ କରୁଛନ୍ତି । ମାୟା ନଗରୀ ବଲିଉଡରେ ସବୁବେଳେ କିଛି ନା କିଛି ଘଟଣା ଘଟିଥାଏ । କିନ୍ତୁ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟ ପରେ ବଲିଉଡ ଉପରେ ଅନେକ ପ୍ରଶ୍ନ ଉଠିଛି ।

ବଲିଉଡ ରେ ଚିହ୍ନା ପରିଚୟ ନଥିଲେ ଏଠି କାମ କରିବା, ଫିଲ୍ମ ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡେ । ଏମିତିରେ ଯଦି ଆପଣଙ୍କ କେହି ଚିହ୍ନା ବଡ଼ ଲୋକ ମାନଙ୍କ ସହିତ ନାହିଁ ତେବେ ଆପଣଙ୍କୁ ଫିଲ୍ମ ଇଣ୍ଡରଷ୍ଟ୍ରି ରୁ ବିଦା କରିଦିଆଯାଏ । ନିନ୍ଦା ଅପନିନ୍ଦା ସହିତ ବହୁତ ଷ୍ଟ୍ରଗଲ କରିବାକୁ ପଡେ । ଏମିତି ରେ ଆପଣଙ୍କୁ ପସନ୍ଦ କରୁନଥିବା ଲୋକ ବ୍ଲାକ ଲିଷ୍ଟ କରି ଆପଣଙ୍କୁ ବ୍ୟାନ ମଧ୍ୟ କରିଦିଅନ୍ତି । ଆଉ ଆପଣଙ୍କୁ କେଉଁଠାରେ ମଧ୍ୟ କାମ ମିଳେ ନାହିଁ ।

ନେପୋଟିଜ୍ମ ବା ବାପା ହିରୋ ଥିଲେ ପୁଅ ହିରୋ ହେବ,ମା ଆ ହିରୋଇନ ଥିଲେ ଝିଅ ମଧ୍ୟ ହିରୋଇନ ହବ, ଏହି ସବୁ ଜିନିଷ ଆଜି ବଲିଉଡ ପାଇଁ କଳଙ୍କ ପାଲଟି ଯାଇଛି ତେବେ ଏଭଳି ବଲିଉଡ ବିରୁଦ୍ଧ ରେ ଅଭିଯୋଗ ଆଣିଥିବା ସେହି ଅଭିନେତ୍ରୀ ହେଉଛନ୍ତି ରାଧିକା ଆପ୍ତେ । ରାଧିକା ଆପ୍ଟେ ,ପ୍ୟାଡ ମ୍ୟାନ୍, ବଦଲାପୁର, ଆନ୍ଧାଧୁନ୍ ଭଳି ଚମତ୍କାର ଚଳଚ୍ଚିତ୍ର କରିଥିବା ରାଧିକା ତାଙ୍କ ଅଭିନୟ ରେ ଦର୍ଶକ ଙ୍କ ମନକୁ ଅନେକ ଥର ପ୍ରସନ୍ନ କରିଛନ୍ତି ।

ତେବେ ରାଧିକାଙ୍କ ପରି ଅଭିନେତ୍ରୀ ମାନଙ୍କୁ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡୁଥିଲା । ତାମିଲନାଡୁର ଭେଲୋର ରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ କାଷ୍ଟିଂ କାଉଚର ସାମ୍ନା କରିନାହାଁନ୍ତି କିନ୍ତୁ ସେ ଅନେକ ଅଭିନେତ୍ରୀଙ୍କୁ ଜାଣିଛନ୍ତି ଯାହାଙ୍କ ସହ ଏହି ଘଟଣା ଘଟିଛି ।

ରାଧିକା ନିକଟରେ ଏକ ଖବର କାଗଜ କୁ ନିଜର ଇଣ୍ଟରଭିଉ ଦେଇଛନ୍ତି, ଯାହା କି ତାଙ୍କ ଫ୍ୟାନ୍ ଏବଂ ବଲିଉଡ ଦର୍ଶକ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ରାଧିକା ଆପ୍ଟେ କହିଛନ୍ତି ବଲିଉଡରେ ହିରୋଇନ ବନିବାକୁ ହେଲେ, କେତେ ଡ଼ାଇରେକ୍ଟର,ପ୍ରଡ୍ୟୁସର ଙ୍କ ସହ ଶୋଇବାକୁ ହୁଏ ।

ସେ ନିଜ ଜୀବନର ଏମିତି ଗୋଟିଏ କଥା ପ୍ରକଟ କରିଛନ୍ତି, ଯେ ଥରେ ଜଣେ ନିର୍ମାତା ତାଙ୍କ ସହ ଭିଡିଓ ଚାଟ୍ କରି ଏକ କ୍ୟାରେକ୍ଟର କରିବାକୁ କହିଥିଲେ, ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି କ୍ୟାରେକ୍ଟର ବଦଳରେ ସେ ରାଧିକାଙ୍କ ସହ ଶୋଇବାକୁ ଚାହୁଁଛନ୍ତି । ସେହି ଡିରେକ୍ଟର ଜଣକ ନିଜ ସହ ଗୋଟିଏ ରାତି ଶୋଇବା ବଦଳରେ ଫିଲ୍ମରେ ଅଭିନୟ କରିବାକୁ ଦେବେ ବୋଲି କହିଥିଲେ ।

ରାଧିକା ଙ୍କ କହିବା କଥା ସେ ଯେବେ ସେ ମନାକଲେ, ଡ଼ାଇରେକ୍ଟର ଜଣକ କହିଲେ କି, ତୋ କ୍ୟାରିୟର ମୁଁ ବର୍ବାଦ କରିଦେବି । ତୁ ମତେ ଜାଣିନାହୁଁ ତତେ ବଞ୍ଚିବାକୁ ଦେବି ନାହିଁ, କହି ଗାଳି କରିଥିଲେ, ‘ନର୍କକୁ ଯାଅ’ କହି ଫୋନ୍ କାଟିଦେଇଥିଲେ ସେହି ଡ଼ାଇରେକ୍ଟର । ରାଧିକ କହିଛନ୍ତି ସେ ଜଣେ ବଡ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଅଟନ୍ତି ।

ସେ ଏହା ମଧ୍ୟ କହିଛନ୍ତି ତାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିଲେ ତାଙ୍କୁ କେହି ମଧ୍ୟ ବିଶ୍ୱାସ କରିବେ ନାହିଁ । ତାଙ୍କ ବିରୁଦ୍ଧ ରେ ଲଢ଼ିବାର ମୋ ପାଖେ ସାମର୍ଥ୍ୟ ନାହିଁ । ଏହା ପରେ ରାଧିକା ଆପ୍ତେଙ୍କୁ ଫିଲ୍ମ ମିଳୁନାହିଁ କହିଲେ ଚଳେ । ନିକଟରେ ଅନ୍ଧାଧୂନ୍ ଏବଂ ନେଟଫ୍ଲିକ୍ସ ର ୱେବ ଶିରିଜ ସିକ୍ରେଟ ଗେମ୍ସ ରେ ତାଙ୍କୁ ଦେଖିବା ପାଇଁ ମିଳିଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।