କରିନା ଡାକୁଥିଲେ ‘ଜିଜୁ’, ଏହି ପ୍ରଶ୍ନ କରିବାରୁ ଭାଙ୍ଗି ଗଲା ଅଭିଷେକ କରିସ୍ମାଙ୍କ ବିବାହ

ବଲୀଉଡର ପ୍ରସିଦ୍ଧ, ଲୋକପ୍ରିୟ ଏବଂ ହିଟ ଅଭିନେତ୍ରୀ କରିଶ୍ମା କପୁରଙ୍କ ଜନ୍ମ ଦିନ ଗତ କାଲି ଥିଲା । କରିଶ୍ମା କପୁରଙ୍କୁ ୪୬ ବର୍ଷ ହୋଇ ଯାଇଛି । କିନ୍ତୁ ତାଙ୍କୁ ଦେଖି ତାଙ୍କ ବୟସ ବିଷୟରେ ଅନ୍ଦାଜ ଲଗାଇବା କଷ୍ଟ ଅଟେ । କିନ୍ତୁ ଗୋଟିଏ ସମୟ ଏମିତି ଥିଲା ଯେତେବେଳେ କରିଶ୍ମା କପୁରଙ୍କ ଲୁକକୁ ନେଇ ତାଙ୍କର ବହୁତ ଥଟ୍ଟା କରା ଯାଉ ଥିଲା । ତାଙ୍କୁ ଲେଡୀ ରଣଧୀର କପୁର କହି ଥଟ୍ଟା କରା ଯାଉ ଥିଲା । କିନ୍ତୁ କରିଶ୍ମା କପୁର ନିଜର କାମ ଦ୍ଵାରା ଲୋକମାନଙ୍କ ମୁହଁକୁ ବନ୍ଦ କରି ଦେଲେ ।

କହିବାକୁ ଗଲେ ସେ ନିଜର କ୍ୟାରିୟରରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି ଓ ଆଜି ସେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ କପୁର ପରିବାରର ପରମ୍ପରାକୁ ଭାଙ୍ଗି କରିଶ୍ମା କପୁର ଫିଲ୍ମରେ କାମ କରିବା ଆରମ୍ଭ କରିଲେ । ଏଥିପାଇଁ ତାଙ୍କର ପରିବାରକୁ ବହୁତ ସମସ୍ୟାର ସାମ୍ନା ବି କରିବାକୁ ପଡିଥିଲା । ପୁଣି ବଲୀଉଡରେ ବି ତାଙ୍କର ଲୁକକୁ ନେଇ ବହୁତ ଥଟ୍ଟା ବି କରାଗଲା। କିନ୍ତୁ କିଛି ସମୟ ପରେ ତାଙ୍କୁ ସାଇନ କରିବା ପାଇଁ ନିର୍ମାତାମାନଙ୍କ ଲାଇନ ଲାଗିଗଲା ।

ବର୍ଷ ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ ‘ପ୍ରେମ କୈଦୀ’ରୁ କରିଶ୍ମା କପୁର ଡେବ୍ୟୁ କରିଥିଲେ ଓ ନିଜର ପ୍ରଥମ ଫିଲ୍ମରୁ ହିଁ କରିଶ୍ମା କପୁର ଦର୍ଶକମାନଙ୍କ ହୃଦୟକୁ ଜିତିବାରେ ସଫଳ ହୋଇଗଲେ । ଫଳସ୍ଵରୂପ ୧୯୯୨ରେ କରିଶ୍ମା କପୁରଙ୍କ ୬ଟି ଫିଲ୍ମ ରିଲିଜ ହେଲା । କହିବାକୁ ଗଲେ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ଫିଲ୍ମରେ କାମ କରିବା ପାଇଁ କରିଶ୍ମା କପୁର ନିଜର ପଢାକୁ ବି ଅଧାରେ ଛାଡି ଦେଇ ଥିଲେ । ଫିଲ୍ମରେ କରିଶ୍ମା କପୁରଙ୍କ କରିଶ୍ମା ଏମିତି ଚାଲିଲା କି ତାଙ୍କୁ ନିଜ ଜୀବନରେ ପଛକୁ ବୁଲି ଦେଖିବାକୁ ପଡିଲା ନାହିଁ ।

କିନ୍ତୁ ଯଦି କରିଶ୍ମା କପୁରଙ୍କ ପର୍ସନାଲ ଲାଇଫ ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କୁ ପର୍ସନାଲ ଲାଇଫରେ ବହୁତ କଷ୍ଟର ସାମ୍ନା କରିବାକୁ ବି ପଡୁଛି । କହିବାକୁ ଗଲେ ୨୦୦୨ ରେ କରିଶ୍ମା ଓ ଅଭିଷେକଙ୍କ ନିର୍ବନ୍ଧ ହୋଇଥିଲା । କିନ୍ତୁ ଏହି ନିର୍ବନ୍ଧ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । କହିବାକୁ ଗଲେ କରିଶ୍ମାଙ୍କ ମା ଅଭିଷେକ ବଚ୍ଚନଙ୍କୁ ତାଙ୍କର ଆୟ ବିଷୟରେ ପ୍ରଶ୍ନ କରିଥିଲେ, ଯେଉଁ କାରଣରୁ ବଚ୍ଚନ ପରିବାର ତାଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଲେ ।

ଏହା ପରେ କରିଶ୍ମା କପୁର ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଲେ ଓ ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । କିନ୍ତୁ ଏହି ବିବାହ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ତାଙ୍କର ଛାଡପତ୍ର ହୋଇଗଲା । ବର୍ତ୍ତମାନ କରିଶ୍ମାଙ୍କ ଦ୍ଵିତୀୟ ବିବାହକୁ ନେଇ ଚର୍ଚା ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।