ଭୁଲରେ ମଧ୍ୟ ଏହି ଜିନିଷରେ ବଜାନ୍ତୁ ନାହିଁ ନିଜ ଗୋଡ଼, ହୋଇଥାଏ ଅମଙ୍ଗଳ

ଆପଣମାନେ ଜାଣିଥିବେ ଭାରତରେ ସଂସ୍କାର ଓ ହିନ୍ଦୁ ସଭ୍ୟତା କୁ ବହୁତ ଗୁରୁତ୍ୱ ଦିଆଯାଇଥାଏ । ଆମ ସଂସ୍କୃତିରେ ଯଦି ଭୁଲରେ ମଧ୍ୟ କାହା ଦେହ ରେ ଗୋଡ଼ ବାଜି ଯାଏ ତେବେ ଆମକୁ ବିଷ୍ଣୁ କହିବାକୁ ପଡ଼େ । ଭାରତୀୟ ସଭ୍ୟତାରେ ବଡ ମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରିବା ଆମର ଏକ ପ୍ରକାରର ସ୍ୱାଭିମାନ ଅଟେ । ଅଜଣତ ରେ ମଧ୍ୟ ପାଦ ବାଜିଲେ ବହୁତ ଅମଙ୍ଗଳ ମାନାଯାଇଥାଏ । ଯଦି କାହାର ଦେହରେ ଗୋଡ ବାଜିଥାଏ ଏହାକୁ ଆମ ଶାସ୍ତ୍ରରେ ସେହି ବ୍ୟକ୍ତି ପ୍ରତି ଅସମ୍ମାନ ବୋଲି କୁହାଯାଇଥାଏ ।

କାହାକୁ ସମ୍ମାନ କରିବା ଦ୍ୱାରା ଆପଣଙ୍କର କୌଣସି ଭୁଲ ହୋଇନଥାଏ କିନ୍ତୁ କାହାକୁ ଅସମ୍ମାନ କରିବା ଆମ ପରମ୍ପରାରେ ପାପ ହୋଇଥାଏ ଓ ଏହା ଇଚିତ ହୋଇନଥାଏ । ଆଜିର ଏହି ଆର୍ଟିକିଲ ରେ ଆମେ ଆପଣଙ୍କୁ ଏମିତି ଜିନିଷ ବିଷୟରେ କହିବୁ ଯାହା ସହ ଆପଣଙ୍କ ପାଦ ବାଜିବା ଦ୍ୱାରା ଆପଣଙ୍କର ଅଶୁଭ ହୋଇଥାଏ ।

ଯାନବାହାନ ରେ ଭୁଲରେ ଗୋଡ ବଜାନ୍ତୁ ନାହିଁ ।

ଆମ ପାଇଁ ସାଧାରଣ ଯାନବାହାନ ଅନ୍ୟ କାହାର ଘର ଲକ୍ଷ୍ମୀ ହୋଇଥାଏ ଏହା । ତେଣୁ ଏହି ଜିନିଷକୁ ଅସମ୍ମାନ କରି ଗୋଇଠା ମାରିବା ଦ୍ୱାରା ପାପ ହୋଇଥାଏ । ଆପଣମାନେ ବ୍ୟବହାର କରୁଥିବା ପ୍ରତିଟି ଜିନିଷ ଯଥାକ୍ରମେ ଗାଡି ,ସାଇକେଲ ଓ ପ୍ରତିଟି ଯାନବାହାନ ରେ ଗୋଡ ବଜାନ୍ତୁ ନାହିଁ ଓ ଆପଣ କୌଣସି ବାସନ କୁସନ ଓ ଖାଇବା ଥାଳିରେ ଗୋଡ ବଜାନ୍ତୁ ନାହିଁ । କାରଣ ଖାଇବା ପାତ୍ରରେ ମାତା ଲକ୍ଷ୍ମୀ ବିଜେ କରିଥାନ୍ତି ଖାଦ୍ୟ ପାତ୍ରରେ ଗୋଡ ବାଜିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏଥିପାଇଁ ଏହିସବୁ କଥା ଆପଣ ସର୍ବଦା ମନେରଖିବା ଉଚିତ ।

ବ୍ରାହ୍ମଣ ମାନଙ୍କୁ ଦେବତା ବୋଲି କୁହାଯାଇଥାଏ ।

ହିନ୍ଦୁ ସମାଜରେ ବ୍ରାହ୍ମଣ ମାନଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ଓ ଘରେ କିମ୍ବା କୌଣସି ଧର୍ମ କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କ ମୁଖ୍ୟ ଭୂମିକା ରହିଥାଏ ଓ ତାଙ୍କ ଆଶିର୍ବାଦ ପାଇଲେ ପିଢ଼ି ଉପରେ ପିଢ଼ି ଉନ୍ନତି କରିଥାଏ । ଏଥିପାଇଁ କୌଣସି ବ୍ରାହ୍ମଣଙ୍କୁ ଅସମ୍ମାନୀତ କରନ୍ତୁ ନାହିଁ କାରଣ ବ୍ରାହ୍ମଣଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ । ଏମାନଙ୍କ ଦେହରେ ଗୋଡ଼ ବାଜିଗଲେ କୀଟ ଯୋନିରେ ଜନ୍ମ ମିଳେ ।

ଶିଶୁ କନ୍ୟା ଓ ଯେଉଁ ମାନଙ୍କ ର ମାସିକ ଋତୁଶ୍ରାବ ହୋଇନଥାଏ ଓ ସେମାନେ କୁଆଁରି ଥାଆନ୍ତି ଓ ସେମାନଙ୍କୁ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ । ଭୁଲରେ ବି ଏମାନଙ୍କ ଦେହରେ ଗୋଡ ବଜାଇବା ଉଚିତ ନୁହେଁ । ଏହା ପାପ ହୋଇଥାଏ । ଏମାନଙ୍କୁ ଗୋଇଠା ମାରିବା ଦ୍ୱାରା ଆତ୍ମା କୁ ପସୁଯୋନି ରେ ଜନ୍ମ ମିଳେ ।

ହିନ୍ଦୁ ଧର୍ମରେ ଅଗ୍ନିଙ୍କୁ ଦେବତା ରୂପରେ ଆଖ୍ୟା ଦିଆଯାଇଥାଏ । ବିବାହ ରେ ଅଗ୍ନି ଦେବ ଙ୍କୁ ସାକ୍ଷୀ ରଖା ଯାଏ । ଅଗ୍ନି ନଥିଲେ ଆମେ କୌଣସି କାର୍ଯ୍ୟ କରିପାରନ୍ତେ ନାହିଁ । ଅଗ୍ନି ଦ୍ୱାରା ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ ଓ କେବେ ଭୁଲ ରେ ଅଗ୍ନିକୁ ଗୋଡ ଦେଖାଇବା ଉଚିତ ନୁହେଁ ନଚେତ ସର୍ବନାଶ ହୋଇଥାଏ ।

ଏହାଛଡା ଗୁରୁ ଙ୍କ ଦେହରେ ଗୋଡ ବାଜିବା ଦ୍ୱାରା ବ୍ୟକ୍ତିର ଉନ୍ନତି ହୋଇନଥାଏ । ଆମ ହିନ୍ଦୁ ଧର୍ମରେ ଗୁରୁଙ୍କୁ ଭଗବାନ ଭାବରେ ମାନିଥାନ୍ତି । ଯାହା ଘରେ ଗୁରୁଜନ ଓ ଅଧିକ ବୟସର ବୃଦ୍ଧ ବ୍ୟକ୍ତି ରହିଥାନ୍ତି ତାଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଥାଏ । ଏଥିପାଇଁ ଗୁରୁଜନ ଓ ବୃଦ୍ଧ ବୟସର ବ୍ୟକ୍ତି ମାନଙ୍କ ଦେହରେ ଗୋଡ ବଜାନ୍ତୁ ନାହିଁ ନଚେତ ସବୁଠାରୁ ଅଧିକ ପାପ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।